Kolkata Hotel Fire: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୯ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ

1 hour ago 1
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୯ ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଭୋର ପ୍ରାୟ ୨ଟା ସମୟରେ ହୋଟେଲରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ହୋଟେଲ ଅତିଥି ଶୋଇଥିବାରୁ ଘଟଣା ଭୟାବହ ରୂପ ନେଇଥିଲା। ନିଆଁ ସହ ଘନ ଧୂଆଁ ସମଗ୍ର ହୋଟେଲରେ ବ୍ୟାପିଯିବାରୁ ଅତିଥିମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଏବଂ ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର ଓ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଘନ ଧୂଆଁ ଯୋଗୁଁ ହୋଟେଲର ଉପର ମହଲାକୁ ପହଞ୍ଚିବା ଏବଂ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୬ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ମୃତକମାନେ ବାଂଲାଦେଶୀ ନାଗରିକ ଏବଂ ଚିକିତ୍ସା ପାଇଁ କୋଲକାତା ଆସିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ତେବେ ହୋଟେଲରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଓ ଫୋରେନସିକ୍ ଟିମ୍‌ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ଅଗ୍ନିକାଣ୍ଡର କାରଣ ସହ ହୋଟେଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ମଧ୍ୟ ଯାଞ୍ଚ କରାଯାଉଛି।

Hotel Fire: ହୋଟେଲରେ ଅଗ୍ନିକାଣ୍ଡ: ଦୁଇ ମାଲିକ ଗିରଫ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

Read Entire Article
LEFT SIDEBAR AD

Hidden in mobile, Best for skyscrapers.