KMBB Group of Institutions: କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ରେ ପ୍ରତିଷ୍ଠା ଦିବସ: ‘ବିଜ୍ଞାନ ଓ ପ୍ରଯୁକ୍ତି ସବୁ ସମସ୍ୟାର ସମାଧାନ ନୁହେଁ’

1 hour ago 1
ARTICLE AD BOX

କଟକ: କେବଳ ବିଜ୍ଞାନ ଓ ପ୍ରଯୁକ୍ତି ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସମଗ୍ର ବିକାଶ କ୍ଷେତ୍ରରେ ସମାଜ ବିଜ୍ଞାନର ବି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଦଶମ ପ୍ରତିଷ୍ଠା ଦିବସରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଫେସର୍‌ କିଶୋର କୁମାର ବାସା ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେବା ସହିତ ସ୍ବପ୍ନକୁ ସାକାର କରିବାକୁ ହେଲେ ସ୍ବାମୀ ବିବେକାନନ୍ଦଙ୍କ ଭଳି ଦୃଢ଼ ମନ ଏବଂ ଦୃଢ଼ ଚେତନା ରହିବା ଦରକାର ବୋଲି କହିଛନ୍ତି। ବାରଙ୍ଗ ନରଣପୁରସ୍ଥିତ କେଏମ୍‌ବିବି ଯୁକ୍ତ୨ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଉତ୍ସବ ସହିତ ଅନୁଷ୍ଠାନର ପ୍ରତିଷ୍ଠାତା, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସମାଜ ମନସ୍କ ନହେଲେ ଭବିଷ୍ୟତ ଆଦୌ ଶୃଙ୍ଖଳିତ ହେବନାହିଁ। ଛାତ୍ରଛାତ୍ରୀମାନେ କେବେ ନିଜ ବାପା-ମା’ଙ୍କୁ ହତାଦର କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ନିଜକୁ ସଫଳ ମଣିଷ ଭାବେ ଗଢ଼ି ତୋଳିଲେ କେଏମ୍‌ବିବି ଅନୁଷ୍ଠାନର ତ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ, ତା’ ସହିତ ନିଜ ବାପା-ମା’ଙ୍କୁ ଶ୍ରେଷ୍ଠ ଉପହାର ଦେଇପାରିବେ। ‘ସମ୍ବାଦ-ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ଜଣେ ଜନନେତା ତଥା ଦିଗଦ୍ରଷ୍ଟା ଭାବେ ଅଭିହିତ କରିଥିଲେ। ‘ସମ୍ବାଦ ଶିକ୍ଷା ସମୂହ’ ପ୍ରାଶାସନିକ ନିର୍ଦେଶକ ପ୍ରଫେସର୍‌ ସରୋଜ କୁମାର ପଣ୍ଡା ବିଦ୍ୟାର୍ଥୀମାନଙ୍କୁ ଆଶୀର୍ବଚନ ଦେଇଥିଲେ। କେଏମ୍‌ବିବି ଶିକ୍ଷାନୁଷ୍ଠାନ ସମୂହର ନିର୍ଦେଶକ ଡକ୍ଟର୍‌ ବିଜୁନି ଚରଣ ସୂତାର ଏହି ଅନୁଷ୍ଠାନ ଆଗାମୀ ଦିନରେ ନିଶ୍ଚିତ ଭାବେ ଶିକ୍ଷାକ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିବ ବୋଲି କହିଥିଲେ।

Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର

ଡିନ୍‌ ମିନତିପ୍ରଭା ସାହୁ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ରଖିଥିଲେ। କେଏମ୍‌ବିବି ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷ ଡକ୍ଟର୍‌ ସୁକାନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଶୁଭଶ୍ରୀ ସ୍ବାଇଁ, ମୋନାଲିସା ନାୟକ ମଞ୍ଚ ସଞ୍ଚାଳନ କରିଥିଲେ। ବିଦ୍ୟାର୍ଥୀମାନେ ଜନ୍ମଦିନ ସଙ୍ଗୀତ ଗାନ କରିବା ସହ କେକ୍‌ କାଟି ଉପହାର ପ୍ରଦାନ କରିଥିଲେ। ସପ୍ତମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ, ଯୁକ୍ତ ୨ ଛାତ୍ର ଆର୍ଯ୍ୟପ୍ରସାଦ ପାଇକରାୟ ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କ୍ୟାମ୍ପସ୍‌-୨ ପରିସରରେ କାଫେଟେରିଆକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବା ସହିତ ବୃକ୍ଷରୋପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.