ARTICLE AD BOX
ଡର୍ବାନ: ଦକ୍ଷିଣ ଆଫ୍ରିକାର ଡର୍ବାନ ସହରସ୍ଥିତ ଏକ ଆବାସିକ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ସଶସ୍ତ୍ର ଦୁର୍ବୃତ୍ତମାନେ ଏକ ଘର ଭିତରକୁ ପଶି ଅନ୍ଧାଧୁନ ଗୁଳିମାଡ଼ କରିଛନ୍ତି, ଯେଉଁଥିରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୧ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ଏକ ଗୋଷ୍ଠୀର ସଦସ୍ୟମାନେ ଘରେ ଏକାଠି ହୋଇଥିବା ବେଳେ ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଅଚାନକ ଗୃହପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଉପସ୍ଥିତ ସମସ୍ତ ଲୋକଙ୍କୁ ବନ୍ଧକ ବନାଇ ଗୋଟିଏ ରୁମ୍ ଭିତରରେ ଅତି ନିକଟରୁ ଗୁଳିଚାଳନା କରିଥିଲେ। ଏହାସହ ଜଣେ ମୃତକଙ୍କ କାରରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଆକ୍ରମଣରେ ଭାଗ୍ୟବସତଃ ଦୁଇ ଜଣ ବର୍ତ୍ତିଯାଇଛନ୍ତି।
ଅତି ନିକଟରୁ ଗୁଳିଚାଳନା
ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ବି ବେଆଇନ ଅସ୍ତ୍ରଶସ୍ତ୍ର, ଗ୍ୟାଙ୍ଗୱାର୍ ଏବଂ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି କାଣ୍ଡ ଭିଆଯାଇଥିବା ସନ୍ଦେହ କରାଯାଉଛି। ପ୍ରାୟ ୬ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ଦୈନିକ ହାରାହାରି ୬୦ ଜଣ ଲୋକ ହତ୍ୟାର ଶିକାର ହେଉଛନ୍ତି। ଦେଶରେ ନିୟନ୍ତ୍ରଣ ବାହାରକୁ ଯାଉଥିବା ସଙ୍ଗଠିତ ଅପରାଧ ଓ ହିଂସାକୁ ଦମନ କରିବା ପାଇଁ ଗତ ମାର୍ଚ୍ଚ ମାସରୁ ସେନା ମୁତୟନ କରାଯାଇଥିଲେ ହେଁ ଅପରାଧୀଙ୍କ ବେପରୁଆ କାର୍ଯ୍ୟକଳାପ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଆତଙ୍କ ସୃଷ୍ଟି କରିଛି।
Train: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମରେ ୪ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ

5 days ago
6


