Kidnap: ଘରେ ପଶି ଦୁଇ ଯୁବତୀଙ୍କ ସମେତ ୮ଜଣଙ୍କୁ ଅପହରଣ କଲେ ଦୁର୍ବୃତ୍ତ, ଛାଡ଼ିବା ପାଇଁ ମାଗିଲେ ୧୦ ଲକ୍ଷ ଟଙ୍କା

1 hour ago 2
ARTICLE AD BOX

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଟଙ୍କା ବିବାଦକୁ ନେଇ ଦୁଇ ଜଣ ଯୁବତୀଙ୍କୁ ଅପହରଣ କରାଯାଇଛି। ଏୟରୋସିଟି ବାସିନ୍ଦା ୨ ଯୁବତୀଙ୍କୁ ଘରେ ପଶି ପ୍ରଥମେ ଆକ୍ରମଣ କରାଗଲା। ପରେ ପୁଣି ବଳର୍ପବକ ଗାଡ଼ିରେ ବସି ଅପହରଣ କରାଯାଇଥିଲା। ଅଭିଯୋଗ ହୋଇଛି ଯେ, ଅପହରଣ ସମୟରେ ପୀଡିତମାନଙ୍କ ସହିତ ମାରପିଟ କରାଯାଇଥିଲା ଏବଂ ତାଙ୍କୁ ଛାଡ଼ିବା ପାଇଁ ୧୦ ଲକ୍ଷ ଟଙ୍କା ବଟି ମଗାଯାଇଥିଲା। ଏହି ପୂରା ଘଟଣା ଦିଲ୍ଲୀରେ ବସିଥିବା ଜଣେ ଯୁବକଙ୍କ ‌ମୋବାଇଲ ଫୋନ୍‌ ଖୁଲାସା କରିଥିଲା। ସଂପୃକ୍ତ ଯୁବକଙ୍କ ଫୋନ୍‌ କଲ୍‌ ଆଧାରରେ ମଧ୍ୟପ୍ରଦେଶ ପୁଲିସର ଚିନ୍ତା ବଢ଼ିଯାଇଥିଲା। ପରେ ପୁଲିସ ଦୁଇ ଯୁବତୀଙ୍କ ସମେତ ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ପୁଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। 

ପୁଲିସ କହିବା ଅନୁସାରେ ସମସ୍ତ ପୀଡ଼ିତ ହେଉଛନ୍ତି ଦିଲ୍ଲୀ ବାସିନ୍ଦା। ଏମାନେ ସମସ୍ତେ ଭୋପାଳର ଏକ ହୋଟେଲରେ ସାଥୀ ହୋଇ କାମ କରନ୍ତି। ଏମାନେ ଗାନ୍ଧୀନଗର ଅଞ୍ଚଳର ଏୟରୋସିଟିରେ ରହୁଛନ୍ତି। କୁହାଯାଉଛି ଯେ, ମୁଖ୍ୟ ଅଭିଯୁକ୍ତର ପୀଡିତଙ୍କ ସହିତ ୨ ଲକ୍ଷ ଟଙ୍କାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ହେଉଛି ଅପହରଣର ମୂଳ କାରଣ ବୋଲି କୁହାଯାଉଛି। ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ନିଜର ସାଥୀମାନଙ୍କ ସହିତ ପୀଡ଼ିତଙ୍କ ଘରକୁ ପ୍ରବେଶ କରିଥିଲେ। ପ୍ରଥମେ ମାଡ଼ପିଟ କରିଥିଲେ। ଏହା ପରେ ଗାଡ଼ିରେ ନେଇ ନିଜ ସହିତ ପଳାୟନ କରିଥିଲେ। 

Hijack Alert: ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ବିମାନରେ ଅପହରଣ ଆଲର୍ଟ: ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

ପୀଡ଼ିତମାନଙ୍କୁ ଅପହରଣ କଲା ପରେ କଥିତ ଭାବେ ଗାଡ଼ି ଭିତରେ ତାଙ୍କୁ ପୁଣି ମାଡ଼ପିଟ କରିଥିଲେ। ଏହା ପରେ ଛାଡ଼ିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହାରି ମଧ୍ୟରେ ଜଣେ ପୀଡ଼ିତ ନିଜର ପରିଚିତ ଲୋକଙ୍କ ସହିତ ସଂପର୍କ କରିଥିଲେ। ଅଭିଯୁକ୍ତମାନଙ୍କର ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲେ। ଏହା ଶୁଣି ଦିଲ୍ଲୀରେ ଥିବା ଯୁବକ ଜଣକ ସନ୍ଦେହ କରିଥିଲେ। ବଡ଼ ଧରଣର ଅପରାଧ ହୋଇଥାଏ ବୋଲି ଅନୁମାନ କରିଥିଲେ। ଏନେଇ ସେ ପୁଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.