Khudputuli Robbery and Murder Case: ଖୁଦପୁଟୁଳି ଡକାୟତି ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

4 days ago 5
ARTICLE AD BOX

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଖୁଦପୁଟୁଳି ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଓ ଗୁଳିକାଣ୍ଡ ଘଟଣାରେ କେନ୍ଦୁଝର ପୁଲିସକୁ ବଡ଼ ସଫଳତା ମିଳିଛି।  ଘଟଣାଦିନ ଦୁର୍ବୃତ୍ତମାନେ ଡକାୟତି ନିମନ୍ତେ ଜଣକ ଘରେ ପଶିଥିଲେ। ଘରମାଲିକଙ୍କୁ ଗୁଳି କରି ଲୁଟି ନେଇଥିଲେ। ଏଥିରେ ଘରମାଲିକଙ୍କ ମୃତ୍ୟୁ ଘଟିଥିଲା।

Bank Robbery: କୋଡିଙ୍ଗା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ: ସାଇରନ ବାଜିବାରୁ ଛତ୍ରଭଙ୍ଗ ଦେଲେ ଦୁର୍ବୃତ୍ତ

ଚଳିତ ବର୍ଷ ଅଗଷ୍ଟ ୨ ରାତିରେ ଖୁଦପୁଟୁଳି ଗ୍ରାମର ଜତୀନ୍ଦ୍ର ମହାନ୍ତଙ୍କ ଘରେ ଚୋରି ଓ ଡକାୟତି ଉଦ୍ଦେଶ୍ୟରେ କିଛି ସଶସ୍ତ୍ର ଦୁର୍ବୃତ୍ତ ପଶିଥିଲେ। ଘର ମାଲିକ ଜତୀନ୍ଦ୍ର ସେମାନଙ୍କୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। 

Armed Robbery: ଜୟପୁରରେ ସଶସ୍ତ୍ର ଡକାୟତି: ଚିକିତ୍ସା ବାହାନାରେ ଘରେ ପଶିଲେ, ବନ୍ଧୁକ ମୁନରେ ୧ ଲକ୍ଷ ୩୦ ହଜାର ଓ ସୁନାଗହଣା ଲୁଟିଲେ
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏନେଇ ଘାଟଗାଁ ଥାନା ପୁଲିସ ନଂ୪୦୮/୨୦୨୬ ର ଏକ ମାମଲା ରୁଜୁ କରି ତଦନ୍ତ କରି ଆରମ୍ଭ କରିଥିଲା। ସିସିଟିଭି ଓ ଅନ୍ୟ ସାକ୍ଷ୍ୟ ପ୍ରମାଣ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।  ଏହି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.