Kharge: ଦୀପାବଳିକୁ ‘ଖୁସିର ଇଦ୍‌’ କହିଲେ ଖଡ଼ଗେ: ବିଜେପିର ସମାଲୋଚନା

56 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦୀପାବଳିକୁ ‘ଖୁସିର ଇଦ୍‌’ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଅଭିହିତ କରିବାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି। ସୋମବାର ବିଜେପି ମୁଖପାତ୍ର ଗୌରବ ଭାଟିଆ ଖଡ୍‌ଗେଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଥିବାବେଳେ କଂଗ୍ରେସ ନେତା ପବନ ଖେଡ଼ା ଏହାର ଜବାବ ଦେଇଛନ୍ତି। ଇଦ୍‌ ଶବ୍ଦର ଅର୍ଥ ଉତ୍ସବ ବୋଲି ଦର୍ଶାଇ ସେ ବିଜେପି ନେତାମାନଙ୍କୁ ଅଜ୍ଞ ଓ ଅଶିକ୍ଷିତ ବୋଲି କଟାକ୍ଷ କରିଛନ୍ତି।

ଆହୁରି ପଢନ୍ତୁ :Modi: ମୋଦୀ-ଜେଲେନସ୍କିଙ୍କ ଟେଲିଫୋନ୍‌ରେ ଆଲୋଚନା: ରୁଷ୍‌-ୟୁକ୍ରେନ୍ ଶାନ୍ତି ପ୍ରୟାସରେ ସହଯୋଗ କରିବ ଭାରତ

ବିଜେପିର ଜାତୀୟ ମୁଖପାତ୍ର ଗୌରବ ଭାଟିଆ ସୋମବାର ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ୍‌ଗେଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, କଂଗ୍ରେସ ପାଇଁ ଧର୍ମନିରପେକ୍ଷତାର ଅର୍ଥ ହେଉଛି ସଂଖ୍ୟାଗରିଷ୍ଠଙ୍କ ସ୍ୱରକୁ ଚପାଇ ଦେବା। ସଂଖ୍ୟାଗରିଷ୍ଠଙ୍କୁ ନିରବ କରି ଉଗ୍ରପନ୍ଥୀଙ୍କ ନିକଟରେ ଆତ୍ମସମର୍ପଣ କରିବା ହିଁ କଂଗ୍ରେସର ଧର୍ମନିରପେକ୍ଷତା। ଭାଟିଆ କହିଥିଲେ, ଖଡ୍‌ଗେ କଂଗ୍ରେସର ଜଣେ ରିମୋଟ୍‌ କଣ୍ଟ୍ରୋଲ୍‌ ଅଧ୍ୟକ୍ଷ। ସୋନିଆ ଗାନ୍ଧୀ ତାଙ୍କୁ ନିୟନ୍ତ୍ରଣ କରୁଥିବାବେଳେ ସେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କାମ କରୁଛନ୍ତି। ଖଡ୍‌ଗେଙ୍କ ମନ୍ତବ୍ୟରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ଓ ସନାତନ ବିରୋଧୀ ମାନସିକତା ପ୍ରତିଫଳିତ ହେଉଛି ବୋଲି ସେ ଅଭିଯୋଗ କରିଥିଲେ। ଦୀପାବଳି ଭଳି ହିନ୍ଦୁଙ୍କ ଏକ ପ୍ରମୁଖ ପର୍ବକୁ ତାହାର ନିଜସ୍ୱ ପରିଚୟରେ ଅଭିନନ୍ଦନ ଜଣାଇବାରେ ଖଡ୍‌ଗେଙ୍କ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଥିଲେ।

ଆହୁରି ପଢନ୍ତୁ :Crime: ବାପା-ମା’ଙ୍କ ମୃତ୍ୟୁ ଲୁଚାଇବାକୁ ୧୦ ବର୍ଷର ଶିଶୁକୁ ବ୍ୟବହାର କରିଥିଲା ଅଭିଯୁକ୍ତ

ଏହାର ଜବାବରେ କଂଗ୍ରେସର ମୁଖପାତ୍ର ପବନ ଖେଡ଼ା କହିଥିଲେ, ଇଦ୍‌ ଶବ୍ଦର ଅର୍ଥ ହେଉଛି ପର୍ବ ବା ଉତ୍ସବ। ଦୀପାବଳିକୁ ଖୁସିର ପର୍ବ ବୋଲି ବୁଝାଇବା ପାଇଁ ଖଡ୍‌ଗେ ଏହି ଶବ୍ଦ ବ୍ୟବହାର କରିଛନ୍ତି। ବିଜେପି ନେତାମାନଙ୍କ ଘରେ କ’ଣ ଅଭିଧାନ ନାହିଁ? ସେମାନେ ମୋବାଇଲ୍‌ରେ ଅନ୍ତତଃ ଶବ୍ଦର ଅର୍ଥ ଖୋଜିପାରିବେ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ନଭେମ୍ବର ୭ ତାରିଖରେ ଦୀପାବଳି ଅଭିନନ୍ଦନ ଜଣାଇବା ଅବସରରେ ଖଡ୍‌ଗେ କହିଥିଲେ, ଏହା ସମଗ୍ର ଦେଶରେ ପାଳନ କରାଯାଉଥିବା ଏକ ବଡ଼ ପର୍ବ ଏବଂ ଏହା ଦୀର୍ଘ ସମୟ ଧରି ଚାଲୁଥିବା ଖୁସିର ଇଦ୍‌ ଭଳି। ଏଥିସହ ଦେଶରେ ଶାନ୍ତି ବଜାୟ ରଖିବା ଓ ମତଭେଦ ଭୁଲି ଜାତୀୟ ଏକତା ପାଇଁ କାମ କରିବାକୁ ସେ ନିବେଦନ କରିଥିଲେ। ଏହି ମନ୍ତବ୍ୟକୁ ନେଇ ଏବେ ଉଭୟ ଦଳ ମଧ୍ୟରେ ବିବାଦ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.