Khandagiri-Udayagiri: ଖଣ୍ଡଗିରି-ଉଦୟଗିରି ଲାଇଟ୍-ସାଉଣ୍ଡ ସୋ’ ଖାଁ ଖାଁ: ପ୍ରଥମ ଦିନରୁ ଝୁଣ୍ଟିଲେ ୧୨୦ରୁ ୭ ଜଣ ଦେଖିଲେ

1 hour ago 1
ARTICLE AD BOX

ଖଣ୍ଡଗିରି: ପ୍ରଥମ ଦିନରୁ ଖଣ୍ଡଗିରି-ଉଦୟଗିରି ଲାଇଟ୍-ସାଉଣ୍ଡ ସୋ’ ବାଟ ହୁଡ଼ିଛି। ସୋ’ର ଦାୟିତ୍ବ ନେଇଥିବା ‘ଓଟିଡିସି’ର ଖାମଖିଆଲି ଯୋଗୁ ଦୁଇଟି ସୋ’ରୁ ଗୋଟିଏ ଚାଲିପାରିଥିଲା। ଗୋଟିଏ ସୋ’ ଦେଖିବାକୁ ୧୨୦ଜଣ ଦର୍ଶକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଜି ମାତ୍ର ୭ଜଣ ଦର୍ଶକ ସୋ’ ଦେଖିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସନ୍ଧ୍ୟା ୬ଟା ସମୟରେ କିଛି ପର୍ଯ୍ୟଟକ ଟିକେଟ୍‌ ବୁକିଂ ପାଇଁ ଚେଷ୍ଟା କରୁଥିବା ସମୟରେ ଟିକେଟ ବୁକିଂ ହୋଇ ନଥିଲା। ୱେବ୍‌ସାଇଟ୍‌ ଚଳାଇବାରେ ଅସୁବିଧା ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଆଜିର ସୋ’ ସମୟରେ ଓଟିଡିସିର ଜଣେ ହେଲେ କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ।

କେତୋଟି ସୋ’ ଚାଲିବ ଇଞ୍ଜିନିୟର୍‌ ଜାଣିନାହାନ୍ତି

ବୁକିଂ ନ କରି ଫେରିଲେ ପର୍ଯ୍ୟଟକ

Supreme Court: ଏମ.ଏମ.ଡି.ଆର. ଆକ୍‌ଟ: ରାଜ୍ୟମାନେ ସୁପ୍ରିମ କୋର୍ଟ ଯାଆନ୍ତୁ

ସୂଚନା ଅନୁଯାୟୀ ଆଜିଠାରୁ ପ୍ରତ୍ୟହ ଦୁଇଟି ଲେଖାଏଁ ସୋ’ ପ୍ରଦର୍ଶିତ ହେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଉଦୟଗିରିର ରାଣୀଗୁମ୍ଫା ଉପରେ ଶବ୍ଦ-ଆଲୋକରେ ଖାରବେଳଙ୍କ କୃତିତ୍ବ ଦେଖିବାକୁ ମିଳିବ। ମାତ୍ର ଆଜି ଗୋଟିଏ ସୋ’ ଚାଲିଥିଲା। ସନ୍ଧ୍ୟା ୭ଟାରେ ‌ସୋ’ ଆରମ୍ଭ ହେବା ପରିବର୍ତ୍ତେ ୭ଟା ୩୭ ମିନିଟ୍‌ ସମୟରେ ସୋ’ ଆରମ୍ଭ ହୋଇଥିଲା। ବହୁ ସମୟ ପର୍ଯ୍ୟନ୍ତ ସୋ’ ଆରମ୍ଭ ନ ହେବା ଏବଂ ଉଦୟଗିରିର ଫାଟକ ବନ୍ଦ ଥିବା ଦେଖି କିଛି ପର୍ଯ୍ୟଟକ ଫେରିଯାଇଥିଲେ। ସୋ’ ବିଳମ୍ବ ହେବା ନେଇ ମନରେ ଦ୍ବନ୍ଦ୍ବ ସୃଷ୍ଟି ହେବାରୁ ପର୍ଯ୍ୟଟକମାନେ ଏ ବାବଦରେ ଦାୟିତ୍ବ‌ରେ ଥିବା ସୁରକ୍ଷାକର୍ମୀଙ୍କୁ ପଚାରିଥିଲେ। ମାତ୍ର ସେମାନେ ସୋ’ ସମ୍ପର୍କରେ କୌଣସି ସୂଚନା ଦେଇପାରି ନଥିଲେ। ଏପରିକି କେଉଁ ଫାଟକ ଦେଇ ଦର୍ଶକମାନେ ଭିତରକୁ ଯିବେ ସେ ବିଷୟରେ ବି କିଛି କହିପାରି ନଥିଲେ। ଏଭଳି ବିଭାଗୀୟ ଅବହେଳା କାରଣରୁ ଦର୍ଶକ ଅସନ୍ତୋଷ ପ୍ରକାଶ କରିଛନ୍ତି।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ସେହିପରି ସୋ ଚଳାଇବାକୁ ଦାୟିତ୍ବ ନେଇଥିବା ସିନେ ଇଭେଣ୍ଟ ଆଣ୍ଡ ଏଣ୍ଟରଟେନର ସଂସ୍ଥାର ଇଞ୍ଜିନିୟର୍‌ଙ୍କୁ ପଚାରିବାରୁ ସେ କହିଥିଲେ, ସୋ’ ଆରମ୍ଭ ହେବା ନେଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ସନ୍ଧ୍ୟା ୭ଟା ୩୦ରେ ସୋ ଆରମ୍ଭ କରିବାକୁ ସେ ଖବର ପାଇଥିଲେ। ଅନୁରୂପ ଭାବେ ଉଦୟଗିରି ଫାଟକ ନିକଟରେ ସୋ’ ସମ୍ପର୍କରେ କୌଣସି ସମୟ ସାରଣୀ ନ ଥିବାରୁ ଦର୍ଶକ ଦ୍ବନ୍ଦ୍ବରେ ପଡ଼ୁଥିବା ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.