Khamenei Funeral: ଖେମିନିଙ୍କ ଅନ୍ତ୍ୟେଷ୍ଟିରେ ରହସ୍ୟମୟ ମୁଖାଧାରୀ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା

1 month ago 14
ARTICLE AD BOX

ତେହେରାନ: ଜୁଲାଇ ୯ ତାରିଖରେ ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କ ଅନ୍ତ୍ୟେଷ୍ଟିରେ ଜଣେ ରହସ୍ୟମୟ ମୁଖାଧାରୀ ‌ବ୍ୟକ୍ତିଙ୍କୁ ଦେଖିବାକୁ ମିଳିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଥିଲା। ମୁଖାଧାରୀ ରହସ୍ୟମୟ ବ୍ୟକ୍ତି ଜଣକ ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ବୋଲି ‌ଚର୍ଚ୍ଚା ହୋଇଥିଲା। ତେବେ ଏହି ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ସମ୍ପୃକ୍ତ ମୁଖାଧାରୀ ବ୍ୟକ୍ତି ଜଣକ ଖେମିନିଙ୍କ ବଡ଼ ନାତି ବୋଲି ଇରାନ ଗଣମାଧ୍ୟମ ପ୍ରକାଶ କରିଛି। 

ଅନ୍ତିମ ସଂସ୍କାର ପ୍ରାର୍ଥନା ସମୟରେ ଜଣେ ବ୍ୟକ୍ତି ମୁହଁରେ କଳା ମାସ୍କ ଓ ମୁଣ୍ଡ‌ରେ କଳା ବେସବଲ୍ କ୍ୟାପ୍ ପିନ୍ଧି ଆଗ ଧାଡ଼ିରେ ବସିଥିବା ଦେଖାଯାଇଥିଲା। ମୁଖାଧାରୀ ବ୍ୟକ୍ତିଙ୍କୁ ଦେଖିବା ପରେ ବ୍ୟାପକ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା ଯେ ସେ ଖେମିନିଙ୍କ ପୁଅ ତଥା ତାଙ୍କ ଉତ୍ତରାଧିକାରୀ ମୋଜତାବା ଖେମିନି। ତେବେ ଇରାନ ଇଣ୍ଟରନ୍ୟାସନାଲ ସମ୍ପୃକ୍ତ ବ୍ୟକ୍ତି ଜଣକ ଖେମିନିଙ୍କ ବଡ଼ ନାତି ମହମ୍ମଦ ଜାଭାଦ ଖେମିନି ବୋଲି କହିଛନ୍ତି। ମହମ୍ମଦ ଜାଭାଦ ଆୟାତୋଲା ଅଲ୍ଲି ଖେମିନିଙ୍କ ବଡ଼ପୁଅ ମୋସ୍ତଫା ଖେମିନିଙ୍କ ପୁଅ ବୋଲି ଜଣାପଡ଼ିଛି।

Iran: ଖେମିନିଙ୍କ ଅନ୍ତିମ ସଂସ୍କାର ପରେ ଇରାନରେ ଶୁଣାଗଲା ବିସ୍ଫୋରଣ ଶବ୍ଦ: ଆମେରିକାର ଆକ୍ରମଣକୁ ଖଣ୍ଡନ

ଫେବ୍ରୁଆରି ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଖେମିନିଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ମହମ୍ମଦ ଜାଭାଦ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁହଁ ଜଳି ଯାଇଥିଲା। ମୁହଁରେ ଗଭୀର ଆଘାତ ଲାଗିଥିବାରୁ ମହମ୍ମଦ ଜାଭାଦ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ଏହି ଆକ୍ରମଣରେ ମୋଜତାବା ଗୁରୁତର ଭାବେ ଆହତ ହୋଇଥିଲେ ଓ ତାଙ୍କ ମୁଖମଣ୍ଡଳ ବିକୃତ ହୋଇଯାଇଥିବା ଆମେରିକା ଗୁଇନ୍ଦା ସମୀକ୍ଷାରୁ ଜଣାପଡ଼ିଥିବା ଦ ନ୍ୟୁୟର୍କ ‌ପୋଷ୍ଟ ପ୍ରକାଶ କରିଥିଲା। ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ସମୟରେ ମୋଜତାବା ମଧ୍ୟ ସେହି ସ୍ଥାନରେ ତାଙ୍କ ବାପାଙ୍କ ସହିତ ଉପସ୍ଥିତ ଥିଲେ। ସେବେଠାରୁ ମୋଜତାବାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.