Khalistan: ୧୫ ଅଗଷ୍ଟରେ ଆକ୍ରମଣ ଯୋଜନା କରୁଛନ୍ତି ଖଲିସ୍ତାନୀ ସମର୍ଥକ!

1 hour ago 2
ARTICLE AD BOX

ଚଣ୍ଡିଗଡ଼:ସ୍ୱାଧୀନତା ଦିବସର ଠିକ୍ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଖଲିସ୍ତାନୀ ସମର୍ଥକମାନେ ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ପଞ୍ଜାବକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇ ହାଇ ଆଲର୍ଟରେ ରଖାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ ଅନୁସାରେ ଖାଲିସ୍ତାନୀ ଗୋଷ୍ଠୀଗୁଡ଼ିକ ପଞ୍ଜାବର ଅନେକ ସ୍ଥାନରେ ଆକ୍ରମଣ ଷନଯନ୍ତ୍ର ରଚିଛନ୍ତି। ସେମାନେ ଏଥିପାଇଁ ବହୁ ଦିନ ଧରି ପ୍ରସ୍ତୁତି କରୁଛନ୍ତି। ଖାଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରି ଅନ୍ତର୍ଜାତୀୟସ୍ତରରେ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ତେଣୁ ସେମାନେ ଅଗଷ୍ଟ ୧୫ ତାରିଖକୁ ବାଛିଛନ୍ତି। ପଞ୍ଜାବରେ ଖଲିସ୍ତାନ ଆନ୍ଦୋଳନକୁ ପୁନର୍ଜୀବିତ କରିବା ପାଇଁ ଆଇଏସଆଇ ଦ୍ୱାରା କରାଯାଇଥିବା ପ୍ରମୁଖ ପ୍ରୟାସ ମଧ୍ୟରେ ଏହି ଚେତାବନୀ ଆସିଛି। ଭାରତ ଏବଂ କାନାଡା ଦ୍ୱାରା ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନେଟୱାର୍କ ଉପରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁଁ, ଏହି ଗୋଷ୍ଠୀଗୁଡ଼ିକ ସଙ୍କଟରେ ପଡ଼ିଛନ୍ତି। ନିଜର ସ୍ଥିତି ଜାହିର କରିବା ପାଇଁ ପଞ୍ଜାବରେ ଏଭଳି କାର୍ଯ୍ୟକଳାପ କରିବାକୁ ଚିନ୍ତା କରୁଛନ୍ତି।

ବେଙ୍ଗାଲୁରୁ-ମହୀସୁରୁ ଏକ୍ସପ୍ରେସ୍‌ୱେରେ ଓଲଟିଲା କେରଳ ସରକାରୀ ବସ୍‌, ୨ ମୃତ ୨୫ ଆହତ

ଅଧିକାରୀ କହିଛନ୍ତି ଯେ, ନିଷିଦ୍ଧ ସଂଗଠନ, ଶିଖ୍ସ ଫର୍ ଜଷ୍ଟିସ୍ (ଏସଏଫଜେ)ର କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ନିଷିଦ୍ଧ ସଂଗଠନର ମୁଖ୍ୟ, ଗୁରୁପତୱନ୍ତ ସିଂହ, ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ପଞ୍ଜାବର ଯୁବବର୍ଗମାନଙ୍କୁ ସ୍କୁଲ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଖଲିସ୍ତାନୀ ପତାକା ଉତ୍ତୋଳନ କରିବାକୁ ଅନୁରୋଧ କରୁଛନ୍ତି। ସେ ସ୍ୱାଧୀନତା ଦିବସରେ ଭାରତ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ସେମାନଙ୍କୁ ଉସୁକାଉଛନ୍ତି।
ଗୁରୁପତୱନ୍ତ ସିଂହ ସୋସିଆଲ ମିଡିଆରେ ଭାରତ ବିରୋଧରେ ଘୃଣା ପ୍ରସାର ଅଭିଯାନରେ ମଧ୍ୟ ନିୟୋଜିତ ଅଛନ୍ତି। ପୂର୍ବରୁ ତାଙ୍ରକ ଅଭିଯାନ ମୁଖ୍ୟତଃ ଭାରତରେ ଆକ୍ରମଣ କରିବା ନେଇ କେନ୍ଦ୍ରିତ ଥିଲା, କିନ୍ତୁ ବର୍ତ୍ତମାନ ସେ ନିଜ ଧାରାକୁ ବଦଳାଇଛନ୍ତି। ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ପ୍ରୟାସ କରୁଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.