ARTICLE AD BOX
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଲକୁ ଯାଇଥିବା ବେଳେ ବିରୁଡ଼ି ପୋକ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି |
/sambad/media/media_files/2026/08/06/hornet-2026-08-06-09-16-41.jpeg)
ବାଂଶପାଳ: କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଲକୁ ଯାଇଥିବା ବେଳେ ବିରୁଡ଼ି ପୋକ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି | ମୃତକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବଡ଼ବିଲ ଗ୍ରାମର ଚେରୁ ବାରିକ | ସୂଚନା ଅନୁସାରେ ୨ ଦିନ ତଳେ ଚେରୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବିରୁଡି ପୋକ ତାଙ୍କ ଦେହ ସାରା ଦଂଶି ଦେଇଥିଲା | ଫଳରେ ସେ ଗୁରୁତର ହୋଇଯାଇଥିଲେ |କଷ୍ଟେମଷ୍ଟେ ଉଦ୍ୟମ କରି ଚେରୁ ଜଙ୍ଗଲରୁ ଘରକୁ ପଳାଇ ଆସିଥିଲେ |
ଆହୁରି ପଢନ୍ତୁ: Investment: ପୁଞ୍ଜି ନିବେଶ ନାଁରେ ୧.୨୩ କୋଟି ଠକେଇ: ମାଷ୍ଟର୍ମାଇଣ୍ଡ୍ ସେଲୁନ୍ ମାଲିକ ଗିରଫ
ତାଙ୍କୁ ପରିବାର ଲୋକେ ସଂଗେ ସଂଗେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ | ଗୋଟିଏ ଦିନ ଚିକିତ୍ସିତ ହେବା ପରେ ଗତକାଲି ଡାକ୍ତର ଚେରୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିବାରୁ ତାଙ୍କୁ ଡ଼ିସଚାର୍ଜ କରିଦେଇଥିଲେ | ତେବେ ସେ ଗତକାଲି ଘରକୁ ପଳେଇ ଆସିଥିଲେ | ହଠାତ ଗତକାଲି ରାତି ୧୧ଟା ବେଳେ ଗୁରୁତର ହୋଇଯିବାରୁ ପରିବାର ଲୋକେ ପୁଣି ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ | ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ଭିତ ରାତିରେ ଚେରୁଙ୍କ ମୃତ୍ୟୁ ଘଟିଛି | ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଲାଗି ରହିଛି | ଅସହାୟ ଚେରୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


