Keonjhar Road Accident ୨ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର

1 hour ago 2
ARTICLE AD BOX

ବାଂଶପାଳ:କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଶୂକ୍ରା ସାହି ସ୍କୁଲ ସମ୍ମୁଖରେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ନୟାକୋଟ ଥାନା ଭେଜିଡ଼ିହି ଗାଁ ର ଶରତ ବେହେରା।

Accident: ସଡ଼କ ଦୁର୍ଘଟଣାରେ ମେଧାବୀ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟପନ୍ନ ରହିଛି। ସମସ୍ତ ଆହତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ତଡ଼ାବସ୍ତି ରେ ବୋଲି ଜଣାପଡିଛି। ନୟାକୋଟ ପୁଲିସ, ବାଂଶପାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲ ରେ ଭର୍ତ୍ତି କରିଥିଲେ। 

Death: ସଡ଼କ ଦୁର୍ଘଟଣା: ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, ବାଇକ୍ ଚାଳକ ଗୁରୁତର

ସୂଚନା ଅନୁସାରେ ଭେଜିଡ଼ିହି ଗାଁ ର ଶରତ ବେହେରା ଗୁଆଲି ଓଏମ୍‌ସି ଖଣି ଖନନ ଓ ପରିବହନ କାର୍ଯ୍ୟ କରୁଥିବା ତ୍ରିବେଣୀ କମ୍ପାନୀରେ କାମ କରୁଥିଲେ। କାମ ସାରି ଘରକୁ ଏକ ବାଇକରେ ଫେରୁଥିଲେ।  ଏହି ସମୟରେ କୋଇଡା ତଡ଼ାବସ୍ତିର ୩ ଜଣ ଯୁବକ ଏକ ବାଇକ୍‌ରେ ଖଣ୍ଡାଧାର ଜଳପ୍ରପାତକୁ ବୁଲି ଆସି ଘରକୁ ଫେରୁଥିଲେ। ତେବେ ଉଭୟ ବାଇକ ଶୂକ୍ରା ସାହି ସ୍କୁଲ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଶରତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ବାଇକ ରେ ଥିବା ୩ ଜଣ ଯୁବକ ଗୁରୁତର ହୋଇଛନ୍ତି। ନୟାକୋଟ ଥାନା ଏସ୍‌ଆଇ ପୁରୁଷୋତ୍ତମ ପଟେଲ, ଯାମିନୀ ଜ୍ୟୋତ୍ସ୍ନା ମହାନ୍ତ, ବାଂଶପାଳ ଅଗ୍ନିଶମ ବାହିନୀ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲ ପଠାଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.