Kedarnath: କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: ୪ ହଜାର ପର୍ଯ୍ୟଟକ ଫସିଲେ

6 hours ago 1
ARTICLE AD BOX

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନରେ ଥିବା କେଦାରନାଥ ପୀଠ ପର୍ଯ୍ୟଟନ ମାର୍ଗରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିବା ଯୋଗୁଁ ପ୍ରାୟ ୪,୦୦୦ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ମାଟି ଓ ପଥର ଅତଡ଼ା ଧସିବା ଜାରି ରହିଥିବାରୁ ଯାତାୟାତ ମାର୍ଗକୁ ସଫା କରିବା ପାଇଁ ପ୍ରଶାସନିକ ସ୍ତରରେ ବହୁ ସମସ୍ୟା ସୃଷ୍ଟି ହୋଇଛି। ପ୍ରତିକୂଳ ପାଣିପାଗ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରବିବାର ସରକାରୀ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ଏବଂ ସମସ୍ତ ହେଲିକପ୍ଟର ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି।

ଆହୁରି ପଢନ୍ତୁ : Wild Bee Attack ସୁନ୍ଦରଗଡ଼ରେ ବାଘୁଆ ମହୁମାଛି ଆକ୍ରମଣ: ମହିଳା ମୃତ, ସ୍ୱାମୀଙ୍କ ସମେତ ୨ ଗୁରୁତର

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲା ପାଇଁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଡେରାଡୁନ, ଟିହରୀ, ହରିଦ୍ୱାର ଏବଂ ପୌଡ଼ି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷାର ‘ରେଡ୍ ଆଲର୍ଟ’ ଜାରି ହୋଇଛି। ଅନୁରୂପ ଭାବେ ଉତ୍ତରକାଶୀ, ଚମୋଲି, ନୈନିତାଲ ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଲାଗୁ କରାଯାଇଛି। ଏହାବାଦ୍ ବାଗେଶ୍ୱର, ଅଲମୋଡ଼ା, ଚମ୍ପାୱତ, ଉଧମ ସିଂହ ନଗର ଏବଂ ପିଥୋରାଗଡ଼ ଜିଲ୍ଲା ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.