ARTICLE AD BOX
କୋରାପୁଟ(ପ୍ରଦୀପ କୁମାର ପାଢ଼ୀ): କେବିକେ ଜିଲ୍ଲାର ବିକାଶ ପାଇଁ କୋରାପୁଟରେ ସ୍ଥାପନ ହୋଇଥିଲା ସ୍ବତନ୍ତ୍ର କେବିକେ କାର୍ଯ୍ୟାଳୟ। ମରୁଡ଼ି ମୁକାବିଲା, ଦାରିଦ୍ର୍ୟ ଦୂରୀକରଣ ସହ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଅବସ୍ଥାପିତ କରିଥିଲେ ସରକାର। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା, ଏହି ୮ ଜିଲ୍ଲାକୁ କେବିକେ ଯୋଜନାରେ ସାମିଲ କରାଯାଇଥିଲା। ପଛୁଆ ଜିଲ୍ଲା ଗୁଡ଼ିକର ତ୍ବରିତ ବିକାଶ ପାଇଁ ୧୯୯୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ କୋରାପୁଟ ଜିଲ୍ଲା ଗସ୍ତ କରି ଦୀର୍ଘମିଆଦୀ ଯୋଜନା ଘୋଷଣା କରିଥିଲେ। ୨୦୦୫ ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥିଲା। ହେଲେ କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବାପରେ ୨୦୦୬ରୁ ସ୍ଥାଣୁ ଅବସ୍ଥାକୁ ଚାଲିଆସିଛି କାର୍ଯ୍ୟାଳୟ। ୧୯୯୮ରେ କେନ୍ଦ୍ର ସରକାର ସଂଶୋଧିତ ଦୀର୍ଘମିଆଦୀ କାର୍ଯ୍ୟ ଯୋଜନା (ଆର୍ଏଲ୍ଟିଏପି) ଘୋଷଣା କରିଥିଲେ। ଯୋଜନା ମାଧ୍ୟମରେ ୧୯୯୮-୯୯ ଆର୍ଥିକ ବର୍ଷରୁ ୯ ବର୍ଷ ଲାଗି ୬୨୫୧.୦୬ କୋଟି ଟଙ୍କାର ବ୍ୟୟବରାଦ କରି ଅନୁଦାନ ମଞ୍ଜୁର କରିଥିଲେ।
Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍ ସମ୍ମାନିତ
ଏଥି ସହିତ ପଞ୍ଚବାର୍ଷିକ ଯୋଜନାରେ ମଧ୍ୟ ସ୍ବତନ୍ତ୍ର ଅର୍ଥ ଦେଉଥିଲେ କେନ୍ଦ୍ର ସରକାର। ଯୋଜନା ଅର୍ଥରେ ଅନୁନ୍ନତ ୮ଟି ଜିଲ୍ଲାରେ ରାସ୍ତାଘାଟ ସଂଯୋଗୀକରଣ, ଉଚ୍ଚା ପୋଲ ନିର୍ମାଣ, ଜଳସେଚନ ପାଇଁ ବଡ଼ ପ୍ରକଳ୍ପ ଓ ଉଠାସେଚ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଥିଲା। ୨୦୦୬ ପରଠୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବା ପରେ ରାଜ୍ୟ ସରକାର ବିଜୁ କେବିକେ ଯୋଜନାରେ ଅନୁଦାନ ଦେଇ କେବିକେ ବିକାଶକୁ ବଳ ଦେବା ଆରମ୍ଭ କରିଥିଲେ। ସମୟକ୍ରମେ ଅନୁଦାନ ସଙ୍କଟରୁ କେବିକେ ଭଳି ଯୋଜନା ବାଟ ହୁଡ଼ିଛି। ବର୍ତ୍ତମାନ କେନ୍ଦ୍ରୀୟ ଯୋଜନାର ରୂପରେଖ ବଦଳିଛି। ଅନୁନ୍ନତ ଜିଲ୍ଲା ଓ ବ୍ଲକ ଗୁଡ଼ିକୁ ଆକାଂକ୍ଷୀ ଜିଲ୍ଲାରେ ସାମିଲ କରି ବିଭିନ୍ନ ବିଭାଗ ମାଧ୍ୟମରେ ଅନୁଦାନ ବ୍ୟବସ୍ଥା ହୋଇଛି। ପୂର୍ବରୁ କେବିକେକୁ କେନ୍ଦ୍ର ସରକାର ୬ ହଜାର କୋଟିର ଅନୁଦାନ ଦେଉଥିବା ବେଳେ ଏବେ କେବଳ ରାଜ୍ୟ ସରକାର ୮ଟି ଜିଲ୍ଲା ପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଦେଉଛନ୍ତି। ଯାହା ଜିଲ୍ଲା ଯୋଜନା କମିଟି ମାଧ୍ୟମରେ ପ୍ରସ୍ତୁତ ହେଉଥିବା ଖସଡ଼ା ଅନୁଯାୟୀ ଖର୍ଚ୍ଚ ହେଉଛି।
Belarus potash deal: ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ
ଏ ନେଇ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ୨୦୦୬ରେ କେବିକେକୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ହେଲା। ତତ୍କାଳୀନ ରାଜ୍ୟ ସରକାର ବିଜୁ କେବିକେ ମାଧ୍ୟମରେ ଅନୁଦାନ ପ୍ରଦାନ କରି ଯୋଜନାକୁ ଚଲାଇଥିଲେ। ଏବେ ସରକାର କେବଳ ନାମ ବଦଳାଇ ଅନୁଦାନ ଦେଉଛନ୍ତି। ଅନୁଦାନ କେଉଁଠି ଖର୍ଚ୍ଚ ହେଉଛି, କ’ଣ କାମ ହେଉଛି ସେ ନେଇ ତଦାରଖ ହେଉନଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି।

5 days ago
6


