ARTICLE AD BOX
ଗୋଟିଏ ରାଜ୍ୟରେ ଜଣେ ଦୁର୍ଦ୍ଦାନ୍ତ ଦସ୍ୟୁ ଗୋଟିଏ ଦଳ ଗଠନ କରି ଲୁଟତରାଜ ଓ ଆତଙ୍କ ଚଳାଇଲା। ତା’ର ଉତ୍ପାତରେ ଅତିଷ୍ଠ ହୋଇ ତାକୁ ଦମନ କରିବା ଲାଗି ରାଜା ଯୁବରାଜଙ୍କୁ ପଠାଇଲେ। ଯୁବରାଜ ଥିଲେ ଭଦ୍ର, ମାର୍ଜିତ ଏବ˚ ସମସ୍ତ ସୁଗୁଣ ସ˚ପନ୍ନ। ତା’ ସହିତ ସେ ମଧୢ ଥିଲେ ଜଣେ ଅତ୍ୟନ୍ତ ବିଚକ୍ଷଣ ଯୋଦ୍ଧା।
ଏହି ଅଭିଯାନରେ ଯୁବରାଜ ହଠାତ୍ ଦସ୍ୟୁ ସହିତ ମୁହାଁମୁହିଁ ହୋଇଗଲେ। ଦସ୍ୟୁ ମଧୢ ଥିଲା ଶସ୍ତ୍ର ଚାଳନାରେ ଧୁରନ୍ଧର। ତେଣୁ ଦୁହିଁଙ୍କ ଭିତରେ ଚାଲିଲା ଘମାଘୋଟ ଯୁଦ୍ଧ।
Deras: ଡେରାସ୍ ସିଫୁଡ୍ ପାର୍କରେ ମୁଖ୍ୟ ଶାସନ ସଚିବ
ଏ ଯୁଦ୍ଧ ଶେଷ ନିଃଶ୍ବାସ ଥିବା ଯାଏଁ ଚାଲିବ ବୋଲି ସମସ୍ତେ ଜାଣିଥିଲେ। ଉଭୟେ ପରସ୍ପରର ଅସ୍ତ୍ରାଘାତରେ ଲହୁଲୁହାଣ ହେଲେ। ଶେଷରେ କିନ୍ତୁ ଦସ୍ୟୁ ପରାଜିତ ହେଲା। ଏଥିରେ ଉତ୍ସାହିତ ସୈନ୍ୟମାନେ ଏକ ସ୍ବରରେ ଚିତ୍କାର କଲେ- ଯୁବରାଜ, ତାକୁ ବଞ୍ଚିବାକୁ ଦିଅନ୍ତୁ ନାହିଁ। ତାକୁ ଶେଷ ଆଘାତ ଦିଅନ୍ତୁ।
ଯୁବରାଜ କିଛି କ୍ଷଣ ମାତ୍ର ଛିଡ଼ା ହେଲେ। କିନ୍ତୁ ତା’ ପରେ ସେ ଉଞ୍ଚାଇଥିବା ତରବାରିକୁ ତଳକୁ ଖସାଇ ଆଣିଲେ ଏବ˚ ଭୂପତିତ ଦସ୍ୟୁକୁ ଉପରକୁ ଉଠାଇ ଆଣିଲେ। ଏମିତି ଘଟିବ ବୋଲି ଦସ୍ୟୁ ବିଶ୍ବାସ କରି ପାରିଲା ନାହିଁ। ତା’ର ପ୍ରାଣ ବଞ୍ଚିଗଲା। ଏବେ ଯୁବରାଜ ତାକୁ କହିଲେ- ଏଭଳି ସାହସ ଓ ବୀରତ୍ବ ଥାଇ ତୁମେ ଦସ୍ୟୁ ବୃତ୍ତି କରୁଛ କାହିଁକି?
Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍ଲାଇନ ନମ୍ବର ଜାରି
ଏଇ କଥା ପଦକରେ ଦସ୍ୟୁର ହୃଦୟ ପୂରା ବଦଳିଗଲା। ସେ ତା’ର ଅବଶିଷ୍ଟ ଜୀବନ ଯୁବରାଜଙ୍କ ସେବାରେ କଟାଇ ଦେଲା। ସୈନିକମାନେ ଯେଉଁ ଶେଷ ଆଘାତ ଲାଗି ଚିତ୍କାର କରୁଥିଲେ, ତାହା ପ୍ରକୃତରେ ଥିଲା ଯୁବରାଜଙ୍କ ମୁହଁରୁ ବାହାରିଥିବା କଥା ଧାଡ଼ିକ! ସେହି ଆଘାତରେ ଦସ୍ୟୁର ମୃତ୍ୟୁ ଘଟି ସାରିଥିଲା।

1 hour ago
2


