ARTICLE AD BOX
ଭାରତରେ ଚିକିତ୍ସା ଖର୍ଚ୍ଚ ଦିନକୁ ଦିନ ବଢ଼ି ଚାଲିଛି। ବିଶେଷକରି କର୍କଟ ଓ ହୃଦ୍ରୋଗ ଭଳି ଗୁରୁତର ରୋଗର ଚିକିତ୍ସା ପାଇଁ ଲୋକଙ୍କୁ ବଡ଼ ଆର୍ଥିକ ବୋଝ ସହିବାକୁ ପଡ଼ୁଛି। ପଲିସି ବଜାରର ‘ଦି କଷ୍ଟ୍ ଅଫ୍ କେୟାର୍ ଇନ୍ ଇଣ୍ଡିଆ’ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ରୁ ୨୦୨୬ ଯାଏ ୫ ବର୍ଷର ସ୍ୱାସ୍ଥ୍ୟବୀମା କ୍ଲେମ୍ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁସାରେ, ଦେଶର ମୋଟ୍ ସ୍ୱାସ୍ଥ୍ୟବୀମା କ୍ଲେମ୍ର ୨୨% କେବଳ କର୍କଟ ଓ ହୃଦ୍ରୋଗ ପାଇଁ ଖର୍ଚ୍ଚ ହେଉଛି। କର୍କଟ ଚିକିତ୍ସା ମୋଟ୍ କ୍ଲେମ୍ର ୧୨% ଏବଂ ହୃଦ୍ରୋଗ, ବିପି ଓ ଷ୍ଟ୍ରୋକ୍ ସମ୍ବନ୍ଧୀୟ ଚିକିତ୍ସା ୧୦% କ୍ଲେମ୍ ପାଇଁ ଦାୟୀ। ଏହି ଦୁଇ ରୋଗ ପାଇଁ ମିଳିତ ଭାବେ ୮୬୦ କୋଟିରୁ ଅଧିକ କ୍ଲେମ୍ ହୋଇଛି।
Deras: ଡେରାସ୍ ସିଫୁଡ୍ ପାର୍କରେ ମୁଖ୍ୟ ଶାସନ ସଚିବ
କର୍କଟ ରୋଗର ହାରାହାରି ବୀମା ଦାବି ପ୍ରାୟ ୫.୫୫ ଲକ୍ଷ ଟଙ୍କା ଥିବାବେଳେ ହୃଦ୍ରୋଗ ପାଇଁ ଏହା ପ୍ରାୟ ୨.୦୮ ଲକ୍ଷ ଟଙ୍କା। ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଚିକିତ୍ସା ମଧ୍ୟ ବେଶ୍ ମହଙ୍ଗା। ଏହାର ହାରାହାରି ଦାବି ୭.୫୦ ଲକ୍ଷ ଟଙ୍କା ରହିଛି। ବୟସ ବଢ଼ିବା ସହିତ ହସ୍ପିଟାଲ୍ ଖର୍ଚ୍ଚ ମଧ୍ୟ ବଢ଼ୁଛି। ୨୫ ବର୍ଷରୁ କମ୍ ବୟସ୍କଙ୍କ ହାରାହାରି ଖର୍ଚ୍ଚ ୬୫,୧୨୪ ଟଙ୍କା ଥିବାବେଳେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ୧.୭୭ ଲକ୍ଷ। ଅର୍ଥାତ୍ ବୃଦ୍ଧଙ୍କ ଚିକିତ୍ସା ଖର୍ଚ୍ଚ ଯୁବକଙ୍କ ତୁଳନାରେ ପ୍ରାୟ ୨.୭ ଗୁଣ ଅଧିକ। ତେବେ ସବୁଠାରୁ ଅଧିକ ବୀମା କ୍ଲେମ୍ କରୁଛନ୍ତି ୨୬ରୁ ୪୫ ବର୍ଷ ବୟସର ଲୋକ। ସମସ୍ତ କ୍ଲେମ୍ର ୫୬% ଏହି ବୟସ ବର୍ଗରୁ ଆସୁଛି। କାମଚାପ, ଜୀବନଶୈଳୀ, ଦୁର୍ଘଟଣା ଆଦି ଏହାର ପ୍ରମୁଖ କାରଣ। ସହର ଅନୁସାରେ ମଧ୍ୟ ଚିକିତ୍ସା ଖର୍ଚ୍ଚରେ ବଡ଼ ପାର୍ଥକ୍ୟ ରହିଛି। ମୁମ୍ବାଇରେ ହାରାହାରି ହସ୍ପିଟାଲ୍ ବିଲ୍ ୧.୯୨ ଲକ୍ଷ, ବେଙ୍ଗାଲୁରୁରେ ୧.୭୨ ଲକ୍ଷ, ଦିଲ୍ଲୀରେ ୧.୬୫ ଲକ୍ଷ ଓ ଭୁବନେଶ୍ବରରେ ଏହା ୧.୦୫ ଲକ୍ଷ ଟଙ୍କା। ଟାୟାର୍-୧ ସହରରେ ହାରାହାରି ଦାବି ୧.୭୩ ଲକ୍ଷ, ଯାହା ଟାୟାର୍-୩ ସହର ତୁଳନାରେ ୪୪% ଅଧିକ।
Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍ଲାଇନ ନମ୍ବର ଜାରି
ରିପୋର୍ଟ ଅନୁସାରେ, କର୍କଟ ଚିକିତ୍ସା ଖର୍ଚ୍ଚ ପ୍ରତିବର୍ଷ ୧୦-୧୪% ବଢ଼ୁଥିବା ବେଳେ ହୃଦ୍ରୋଗ ଓ ଅସ୍ଥି ସମ୍ବନ୍ଧୀୟ ଚିକିତ୍ସା ଖର୍ଚ୍ଚ ୬-୧୦% ବଢ଼ୁଛି। ଏପରି ସ୍ଥିତିରେ ଠିକ୍ ସମୟରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟବୀମା ନେବା ସହ ନିଜ କଭରେଜ୍କୁ ଯାଞ୍ଚ କରିବା ଜରୁରି। ଅଚାନକ ଆସୁଥିବା ବଡ଼ ହସ୍ପିଟାଲ୍ ବିଲ୍ରୁ ପରିବାରର ଆର୍ଥିକ ସୁରକ୍ଷା ପାଇଁ ଏହା ଏକ ଜରୁରି ପଦକ୍ଷେପ ହୋଇପାରେ। କାରଣ ଏବର ଅସୁରକ୍ଷିତ ଜୀବନଶୈଳୀ ସାଙ୍ଗକୁ ପରିବେଶଗତ ସମସ୍ୟା ଅକସ୍ମାତ ମେଡିକାଲ୍ ବିଲ୍କୁ ବଢ଼ାଇ ଦେଉଛି।

1 hour ago
2


