Karnnataka: ଜେଲ୍‌ରେ ଥିବା କର୍ଣ୍ଣାଟକ ଅଧିକାରୀ ହସ୍ପିଟାଲ୍‌ର ଭିଆଇପି ୱାର୍ଡରେ ମହିଳାଙ୍କ ସହ ଧରାପଡ଼ିଲେ

59 minutes ago 1
ARTICLE AD BOX

ମାଣ୍ଡ୍ୟା: କର୍ଣ୍ଣାଟକର ମାଣ୍ଡ୍ୟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ (ଏମ୍‌ଆଇଏମ୍‌ଏସ୍‌) ହସ୍ପିଟାଲ୍‌ରେ ଜଣେ ବିଚାରାଧୀନ କଏଦୀ ଅଧିକାରୀ ଜଣେ ମହିଳାଙ୍କ ସହ ଭିଆଇପି ୱାର୍ଡରେ ଥିବା ଘଟଣା ଚର୍ଚ୍ଚାକୁ ଆସିଛି। ସୋମବାର ସନ୍ଧ୍ୟାରେ କର୍ଣ୍ଣାଟକ ରାଜ୍ୟ ଆଇନସେବା ପ୍ରାଧିକରଣ (କେଏସ୍‌ଏଲ୍‌ଏସ୍‌ଏ)ର ଏକ ଟିମ୍‌ ଅଚାନକ ଯାଞ୍ଚ କରିବା ବେଳେ ଏହା ଜଣାପଡ଼ିଥିଲା। ତାଙ୍କର ହସ୍ପିଟାଲ୍‌ରେ ରହିବା ପାଇଁ କୋର୍ଟଙ୍କ ଅନୁମତି ନଥିଲା ଏବଂ ଦୀର୍ଘ ସମୟ ଚିକିତ୍ସା ଆବଶ୍ୟକ ଥିବା ଭଳି କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନ ଥିବା ଯାଞ୍ଚରୁ ଜଣାପଡ଼ିଛି।

ଆହୁରି ପଢନ୍ତୁ: Border: ଶୋପିଆନରୁ ୬ ଆତଙ୍କବାଦୀ ଗିରଫ : ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଏହି ଅଧିକାରୀଙ୍କ ନାମ ମହମ୍ମଦ ହୁସେନ୍‌। ସେ ସହକାରୀ ଜମି ରେକର୍ଡ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସର୍ଭେ ସୁପରଭାଇଜର ଭାବେ କାମ କରୁଥିଲେ। ଦୁର୍ନୀତି ମାମଲାରେ ସେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଅଛନ୍ତି। ଅଗଷ୍ଟ ୨୧ରୁ ସେ ମାଣ୍ଡ୍ୟା ଏମ୍‌ଆଇଏମ୍‌ଏସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଯାଞ୍ଚ ସମୟରେ ତାଙ୍କ ସହ ଏକ ମହିଳା ସେହି କୋଠରିରେ ରହୁଥିବା ଦେଖାଯାଇଥିଲା। ରିପୋର୍ଟ ଅନୁସାରେ, ଉକ୍ତ ମହିଳା ହୁସେନ୍‌ଙ୍କ ପ୍ରେମିକା ବୋଲି କୁହାଯାଇଛି। କର୍ଣ୍ଣାଟକ ଜେଲ୍‌ ବିଭାଗର ଡିଜିପି ଆଲୋକ କୁମାର କହିଛନ୍ତି, ଜେଲ୍‌ର ଡାକ୍ତରଙ୍କ ପରାମର୍ଶ ପରେ ହୁସେନ୍‌ଙ୍କୁ ହସ୍ପିଟାଲ୍‌ ପଠାଯାଇଥିଲା। ତେବେ ହସ୍ପିଟାଲ୍‌ରେ ମହିଳା ତାଙ୍କ ପାଖରେ କିପରି ପହଞ୍ଚିଲେ, ତାହା ଜିଲ୍ଲା ପୁଲିସର ଦାୟିତ୍ବ ବୋଲି ସେ କହିଛନ୍ତି। ଘଟଣାରେ କଏଦୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା କର୍ମଚାରୀ ଏବଂ ମହିଳାଙ୍କୁ ଭିତରକୁ ପ୍ରବେଶ କରାଇଥିବା ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନିଆଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.