Atmabhibhor Prashasak, Asahaya Rajaneta ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ର ଉନ୍ମୋଚିତ

1 hour ago 1
ARTICLE AD BOX

ଭୁବନେଶ୍ଵର:  ବର୍ତ୍ତମାନ ରାଜନୀତିରେ ଆଦର୍ଶ, ନୈତିକତା ଓ ମୂଲ୍ୟବୋଧର ଗଭୀର ଅବକ୍ଷୟ ଘଟିଛି। ଯାହା ଦ୍ୱାରା ଜନକଲ୍ୟାଣ ପରିବର୍ତ୍ତେ ବ୍ୟକ୍ତିଗତ ଓ ଦଳୀୟ ସ୍ୱାର୍ଥ ପ୍ରାଥମିକତା ପାଉଛି। ପାଠ୍ୟପୁସ୍ତକରେ ରାଜନୀତି ସମ୍ପର୍କରେ ଉଲ୍ଲେଖ ଥିବା ନୀତିନିୟମ, ସର୍ତ୍ତାବଳିର ଚିହ୍ନ, ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଏଭଳି ପରିସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଛାତ୍ରସମାଜ ଆଗେଇ ଆସନ୍ତୁ। ରତ୍ନଚିରା ପବ୍ଲିକେସନ ପକ୍ଷରୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୁସ୍ତକ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତପ୍ରକାଶ କରିଛନ୍ତି।

Hindi book: ହିନ୍ଦୀ ପୁସ୍ତକ ‘ରହସ୍ୟଲୋକ’ ଉନ୍ମୋଚିତ: ଗଣମାଧ୍ୟମକୁ ଚାପରେ ରଖିବା ମଧ୍ୟ ଜରୁରିକାଳୀନ ପରିସ୍ଥିତି ସଦୃଶ: ସୌମ୍ୟରଂଜନ
କାର୍ଯ୍ୟକ୍ରମରେ ଗାଳ୍ପିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ଵରଞ୍ଜନ ପୁସ୍ତକର ସମୀକ୍ଷା କରି ଏହା ସମସାମୟିକ ଇତିହାସ, ରାଜନୀତି, ସାମ୍ଵାଦିକତାର ଏକ ଜୀବନ୍ତ ଦସ୍ତାବିଜ ବୋଲି କହିଥିଲେ। ଗଣତନ୍ତ୍ର କିଭଳି ଦଳତନ୍ତ୍ର, ବ୍ୟକ୍ତିତନ୍ତ୍ର ଓ ବାବୁତନ୍ତ୍ରରେ ପରିଣତ ହୋଇଛି ସେ ନେଇ ଏହି ପୁସ୍ତକରେ ତଥ୍ୟ ଓ ସମାଧାନର ବାଟ ଦେଖାଇଛି। ଛାତ୍ର ସମାଜଠାରୁ ଆରମ୍ଭ କରି ଗବେଷକ, ରାଜନେତା, ସାହିତ୍ୟିକ ସମସ୍ତଙ୍କ ପାଇଁ ଏହା ଏକ ମୂଲ୍ୟବାନ ଗ୍ରନ୍ଥ ବୋଲି ସେ କହିଥିଲେ।

Independence Day: ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନ ହୋଇ ତୃତୀୟ ନୟନ ହୁଅନ୍ତୁ: ସୌମ୍ୟରଂଜନ ପଟ୍ଟନାୟକ
ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ କହିଲେ ଯେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶ୍ରୀ ପଟ୍ଟନାୟକଙ୍କ ଶାଣିତ ଓ ନିଡ଼ର ଲେଖନୀ ଚାଳନା ସର୍ବଦା ପ୍ରଂଶନୀୟ ଓ ପ୍ରେରଣାଦାୟୀ। ଏହି ପୁସ୍ତକରେ ଥିବା ପ୍ରତ୍ୟେକ ପ୍ରବନ୍ଧ ଶାସନ ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ଆଣିବା ସହିତ ପ୍ରଶ୍ନ ପଚାରିବା ଯେ କେତେ ଗୁରୁତ୍ଵପୂର୍ଣ୍ଣ ତାହା ଶିକ୍ଷା ଦେଇଛି। ତେଣୁ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାକୁ ସଜାଡ଼ିବାରେ ଏକ ଏକ ଅମୂଲ୍ୟ ଗ୍ରନ୍ଥ ସାବ୍ୟସ୍ତ ହେବ ବୋଲି କହିଥିଲେ।


ସଂସ୍କୃତି ବିଭାଗର ପ୍ରାକ୍ତନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ନିଜ ସଭାପତିତ୍ଵ ଅଭିଭାଷଣରେ ସୌମ୍ୟରଂଜନ ପଟ୍ଟନାୟକ ଜଣେ ସତ୍ୟନିଷ୍ଠ, ନିଡର ଓ କାଳଜୟୀ ସ୍ରଷ୍ଟା ବୋଲି କହିଥିଲେ। ସେ ଯେତେବେଳେ କଲମ ଧରନ୍ତି ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି ହୁଏ। ଶ୍ରୀ ପଟ୍ଟନାୟକ ସମସାମୟିକ ଓଡ଼ିଶାର ଶ୍ରେଷ୍ଠ ନାୟକ ବୋଲି କହିଥିଲେ।

ସତ୍ୟ ସହିତ ସଙ୍ଗାତ ହେଲେ ନିଶ୍ଚିତ ଲିଡର ହୋଇପାରିବା: ସୌମ୍ୟରଂଜନ
ଲେଖକ ଶ୍ରୀ ପଟ୍ଟନାୟକ ନିଜ ଲେଖକୀୟ ଅଭିବ୍ୟକ୍ତିରେ ପ୍ରଥମ ୨୦ ବର୍ଷ ପର୍ଯ୍ୟନ୍ତ ‘ସମ୍ବାଦ’ର ପ୍ରକାଶନ ପାଇଁ ତାଙ୍କୁ କିଭଳି ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାହାର ବିସ୍ତୃତ ଆଲୋଚନା କରିଥିଲେ। କିଭଳି ତତ୍କାଳୀନ ‘‘ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ସୁରକ୍ଷା ଦେବାଲାଗି ପ୍ରତିଷ୍ଠିତ ଏକ ସମ୍ବାଦପତ୍ର’’ ବୋଲି ଥିବା ଲୋକଙ୍କ ଧାରଣା, ତାଙ୍କ ଓଡ଼ିଆ ଉଚ୍ଚାରଣରେ ହେଉଥିବା ସମସ୍ୟା ତଥା ଅନ୍ୟ କାରଣ ପାଇଁ ସମାଲୋଚନା ତାଙ୍କୁ ସ୍ତମ୍ଭ ଲେଖିବା ପାଇଁ ପ୍ରେରଣା ଦେଇଥିଲା ତାହା କହିଥିଲେ। ବର୍ତ୍ତମାନ ସମୟରେ ଅବକ୍ଷୟମୁଖୀ ଗଣତନ୍ତ୍ରର ସୁରକ୍ଷା ପାଇଁ ନାଗରିକ ଓ ଛାତ୍ରସମାଜ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଥିଲେ। ରତ୍ନଚିରା ପତ୍ରିକାର ସମ୍ପାଦିକା ସ୍ନେହଲତା ପୃଷ୍ଟି ଉପସ୍ଥିତ ଥିଲେ। ଭାଷାବିତ୍‌ ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ପ୍ରକାଶକ କରୁଣାକର ପୃଷ୍ଟି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଅନିତା ରଥ ଓ ନିରୁପମା କର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.