Health: ତାଳଚେରରେ ଆମ୍ବୁଲାନ୍ସ ସେବା; ଜୀବନ ବଞ୍ଚାଇବାକୁ ଦୌଡୁଥିବା ଗାଡ଼ି ନିଜେ ଅସୁରକ୍ଷିତ

56 minutes ago 1
ARTICLE AD BOX

ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା ତାଳଚେରରେ ଆମ୍ବୁଲାନ୍ସ ସେବାକୁ ନେଇ  ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଅଞ୍ଚଳରେ ଚାଲୁଥିବା ମୋଟ୍‌ ୫୦ଟି ଆମ୍ବୁଲାନ୍ସ ମଧ୍ୟରୁ ୩୮ଟି ଗାଡ଼ିର ଫିଟ୍‌ନେସ୍‌ ନଥିବା ଜଣାପଡ଼ିଛି। ଅର୍ଥାତ୍‌, ମୋଟ୍‌ ଆମ୍ବୁଲାନ୍ସର ପ୍ରାୟ ୭୬ ପ୍ରତିଶତ ଗାଡ଼ି ଆବଶ୍ୟକ ଫିଟନେସ୍‌ ପ୍ରମାଣପତ୍ର ବିନା ଚାଲୁଥିବାରୁ ଚିନ୍ତା ବଢ଼ିଛି।

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ତାଳଚେର ଆଞ୍ଚଳିକ ପରିବହନ ଅଧୀନରେ ମୋଟ୍‌ ୫୦ଟି ଆମ୍ବୁଲାନ୍ସ ପଞ୍ଜୀକରଣ ହୋଇଛି। ଏହି  ଆମ୍ବୁଲାନ୍ସ ମଧ୍ୟରୁ ୩୮ଟି ଗାଡ଼ିର ଫିଟ୍‌ନେସ ନାହିଁ। କେଳବ ୧୨ଟି ଗାଡ଼ିର ଫିଟ୍‌ନେସ୍‌ ବୈଧ ରହିଛି। ସବୁଠାରୁ ବଡ଼ କଥା ହେଲା ୫୦ଟି ଆମ୍ବୁଲାନ୍ସ ମଧ୍ୟରୁ ବିଭିନ୍ନ କୋଇଲା ଖଣିର କେବଳ ୨୪ଟି ଆମ୍ବୁଲାନ୍ସ ରହିଛି, ସେଥିରୁ ଗୋଟିଏର ଫିଟ୍‌ନେସ୍‌ ନାହିଁ। ବଳକା ୨୬ଟି ଆମ୍ବୁଲାନ୍ସ ମଧ୍ୟରୁ ୧୯ଟି ବିଭିନ୍ନ ବ୍ୟକ୍ତି ଏବଂ ଘରୋଇ ନର୍ସିଂହୋମ ଅଧୀନରେ ରହିଛି। ଉକ୍ତ ୧୯ଟି ଆମ୍ବୁଲାନ୍ସ ମଧ୍ୟରୁ ୧୨ଟି ଗାଡ଼ିର ଫିଟ୍‌ନେସ୍‌ ଅଛି। ସେହିଭଳି ସ୍ବାସ୍ଥ୍ୟ ବିଭାଗ ଦ୍ବାର ୭ଟି ଆମ୍ବୁଲାନ୍ସ ମଧ୍ୟରୁ ମାତ୍ର ୨ଟି ଆମ୍ବୁଲାନ୍ସର ଫିଟ୍‌ନେସ ଥିବା ତାଳଚେର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Ambulance service: ତାଳଚେରରେ ଆମ୍ବୁଲାନ୍ସ ସେବା ଏମିତି...: ୫୦ରୁ ୩୮ଟି ଆମ୍ବୁଲାନ୍‌ସର ଫିଟ୍‌ନେସ୍‌ ନାହିଁ

ଆମ୍ବୁଲାନ୍ସ ହେଉଛି ଜରୁରିକାଳୀନ ସେବାର ଏକ ମୁଖ୍ୟ ମାଧ୍ୟମ। ଦୁର୍ଘଟଣା, ଗୁରୁତର ରୋଗୀ କିମ୍ବା ଅନ୍ୟ ଜରୁରି ପରିସ୍ଥିତିରେ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାରେ ଏହି ଗାଡ଼ିଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ, ଯେଉଁ ଗାଡ଼ି ଲୋକଙ୍କ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡ଼ୁଛି, ସେହିଗାଡ଼ିର ନିଜସ୍ୱ ଫିଟ୍‌ନେସ୍‌ ନଥିବା ଖବର ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଫିଟ୍‌ନେସ୍‌ ନଥିବା ଆମ୍ବୁଲାନ୍ସ ରାସ୍ତାରେ ଚଳାଚଳ କରିବା ଦ୍ୱାରା ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ରହିଥାଏ। ଜରୁରି ସମୟରେ ରୋଗୀଙ୍କୁ ନେଇଯାଉଥିବା ବେଳେ ଗାଡ଼ି ମଝି ରାସ୍ତାରେ ଅଚଳ ହୋଇଗଲେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ତେଣୁ, ଏହି ତଥ୍ୟ ପଦାକୁ ଆସିବା ପରେ ଆମ୍ବୁଲାନ୍ସଗୁଡ଼ିକର ଫିଟ୍‌ନେସ୍‌ ଯାଞ୍ଚ ଓ ନିୟମ ପାଳନ ନେଇ ପ୍ରଶାସନର ଦାୟିତ୍ୱ ଉପରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ମତରେ, ଆମ୍ବୁଲାନ୍ସ ଭଳି ଜରୁରି ସେବାରେ ନିୟୋଜିତ ପ୍ରତ୍ୟେକ ଗାଡ଼ିର ଫିଟ୍‌ନେସ୍‌, ବ୍ରେକ୍‌, ଟାୟାର, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ଯାନ୍ତ୍ରିକ ବ୍ୟବସ୍ଥା ନିୟମିତ ଯାଞ୍ଚ ହେବା ଦରକାର। ଫିଟ୍‌ନେସ୍‌ ନଥିବା ଗାଡ଼ିଗୁଡ଼ିକୁ ନିୟମ ଅନୁଯାୟୀ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଯୋଗ୍ୟ ଗାଡ଼ି ମାଧ୍ୟମରେ ଜରୁରି ସେବା ନିଶ୍ଚିତ କରିବାକୁ ଦାବି ହେଉଛି। 

ଏନେଇ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକ କହିଛନ୍ତି, ଆମ୍ବୁଲାନ୍ସ ରଖିଥିବା ସଂସ୍ଥାଗୁଡ଼ିକ ନୋଟିସ୍‌ କରାଯାଇଛି। ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଉଛି। ଏହାର ଖିଲାପ କଲେ ଆମ୍ବୁଲାନ୍ସ ଜବତ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.