Horoscope 2026 August 26: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେଷ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ‌

ବୃଷ: ନିଜ ଭାବନାର ସକାରାତ୍ମକତା ବଜାୟ ରଖନ୍ତୁ। ଇଚ୍ଛିତ ଫଳ ପ୍ରାପ୍ତି ହେବ। ବେପାରୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ଭଲ ରହିବ। ‌

ମିଥୁନ: ଆପଣଙ୍କର ପ୍ରଶଂସା ହେବ। ବାପାମାଆଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ। ସାମାଜିକସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବାର ଯୋଗ ଅଛି। ‌

କର୍କଟ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ‌। ବେପାରରେ ଲାଭ ହେବ। ପରିଜନଙ୍କ ଠାରୁ ଭଲ ଖବର ପାଇବେ। ‌

ସିଂହ: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହେବ। ବିବାହ କଥାବର୍ତ୍ତାରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମି କିଣିବା ପାଇଁ ମନ ବନାଇ ପାରନ୍ତି।‌

କନ୍ୟା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଚାକିରିରେ ପରିବର୍ତ୍ତନ ଯୋଗ ଅଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଆପଣଙ୍କୁ ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ମଉକା ମିଳିବ। ‌

ଆହୁରି ପଢ଼ନ୍ତୁ- Bhadrak Flood Alert ଭଦ୍ରକରେ ଚତୁର୍ଥ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଉପରେ ସାଳନ୍ଦୀ ଓ ବୈତରଣୀ, ଅନେକ ପଞ୍ଚାୟତ ଜଳମଗ୍ନ

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରରେ କୌଣସି ବଡ଼ଙ୍କଠାରୁ ଭଲ ପରାମର୍ଶ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ମହତ୍ବପୂର୍ଣ୍ଣ ଅବସର ମିଳିବ। ‌

ବିଛା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାରରେ ବୃଦ୍ଧି ହେବାର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ। ପାରିବାରିକ ଜୀବନ ସମୃଦ୍ଧ ରହିବ। ‌

ଧନୁ: ଚାକିରିଜୀବୀଙ୍କୁ ନୂଆ ଅବସର ମିଳିବ। ବେପାରରେ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଜମି ସଂପର୍କିତ ମାମଲାର ମିଥୁନ ସମାଧାନ ହୋଇଯିବ। ‌

ମକର: ଆପଣଙ୍କ ଆୟର ସାଧନ ବୃଦ୍ଧି ହେବ। ଭାବିଥିବା ଯୋଜନାରେ ସଫଳତା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ପ୍ରିୟ ବନ୍ଧୁ ସହିତ ଦେଖା ହେବ। 

କୁମ୍ଭ: ଜମି ବା ଭବନ କିଣିବା ଯୋଗ ଅଛି। ପୁଞ୍ଜି ବଜାରରେ ଯଥେଷ୍ଟ ଲାଭ ମିଳିବାର ସମ୍ଭାବନା। ପଦୋନ୍ନତି ବା ଚାକିରିର ସ୍ଥାନ ବଦଳାଇବା ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ। ପରିବାର ସହିତ ସମୟ ଅତିବାହିତ କରିବେ। ଦଳରେ ଭଲ ନେତୃତ୍ବ ରୂପେ କାମ କରିବେ। ପ୍ରତିଟି ଛୋଟ କଥାରେ ଭାବନ୍ତୁ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.