Kareena Pregnancy: ତୃତୀୟ ଗର୍ଭାବସ୍ଥା ଗୁଜବ ଉପରେ କରୀନାଙ୍କ ପ୍ରତିକ୍ରିୟା

1 hour ago 1
ARTICLE AD BOX

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ତୃତୀୟ ଗର୍ଭାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଗୁଜବକୁ କରୀନାଙ୍କ ଟିମ୍ ପକ୍ଷରୁ ସ୍ପଷ୍ଟ ଭାବେ ଖଣ୍ଡନ କରାଯାଇଛି। ଏବେ ନିଜେ କରୀନା ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।

ଭୁଲ୍ କ୍ୟାମେରା ଆଙ୍ଗେଲ୍‌କୁ ନେଇ ଏଭଳି ଚର୍ଚ୍ଚା

ଅଗଷ୍ଟ ୨୧ରେ କରୀନା ଜିମ୍‌ରୁ ବାହାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ତାଙ୍କୁ ସାଧାରଣ ଜିମ୍ ପୋଷାକରେ ଦେଖି କିଛି ଲୋକ ତାଙ୍କ ତୃତୀୟ ଗର୍ଭାବସ୍ଥା ନେଇ ଅନୁମାନ କରିଥିଲେ। କିଛି ସୋସିଆଲ ମିଡିଆ ୟୁଜର୍ସ ତାଙ୍କର ତୃତୀୟ ସନ୍ତାନ ହେବାକୁ ଯାଉଛି ବୋଲି ମଧ୍ୟ ମନ୍ତବ୍ୟ ଦେଇଥିଲେ। ଗୁଜବ ବଢ଼ିବା ପରେ କରୀନାଙ୍କ ଟିମ୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ସେ ଗର୍ଭବତୀ ନୁହନ୍ତି। ତାଙ୍କ ଟିମ୍ ଅନୁସାରେ, ଛୁଟି ସମୟର ଖାଦ୍ୟ ଏବଂ ଫଟୋର ଭୁଲ୍ କ୍ୟାମେରା ଆଙ୍ଗେଲ୍‌କୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ଶନିବାର ମୁମ୍ବାଇରେ କରୀନାଙ୍କୁ ପେପ୍ସମାନେ ଘେରିଥିବା ବେଳେ ସେ ଏହି ଗୁଜବ ଉପରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଥିଲେ। କ୍ୟାମେରା ଦେଖି ସେ କପାଳରେ ହାତ ରଖି ‘ତୁମେମାନେ ମୋତେ ପାଗଳ କରିଦିଅ’ ବୋଲି କହିଥିଲେ। ଏହାପରେ ହସି ହସି ସେ ନିଜ ଗାଡ଼ିରେ ବସି ଚାଲିଯାଇଥିଲେ।

Madhubala Biopic: ସେପ୍ଟେମ୍ବରରେ ଆରମ୍ଭ ହେବ ସାରା ଅର୍ଜୁନଙ୍କ ଅଭିନୀତ ମଧୁବାଲା ବାୟୋପିକ୍

କରୀନାଙ୍କ ନଣନ୍ଦ ସବା ପଟୌଦି ମଧ୍ୟ ଏହି ଗୁଜବ ଉପରେ ପ୍ରତିକ୍ରିୟା ଦେଇ ଫଟୋର ‘ଭୁଲ୍ ଆଙ୍ଗେଲ୍’ ବୋଲି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ଅନୁସାରେ ଜୀବନ ବଞ୍ଚିବାର ସ୍ୱାଧୀନତା ମିଳିବା ଉଚିତ। କରୀନା କପୁର ଖାନ ଓ ସୈଫ୍ ଅଲୀ ଖାନଙ୍କର ଦୁଇ ପୁଅ ତୈମୁର ଓ ଜେହାଙ୍ଗୀର ଅଛନ୍ତି। ତେବେ ତୃତୀୟ ସନ୍ତାନକୁ ନେଇ ଚାଲିଥିବା ଚର୍ଚ୍ଚାକୁ କରୀନାଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଖଣ୍ଡନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.