ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (CRPF) ନିଜର ଅପରେସନାଲ କ୍ଷମତାକୁ ବୃଦ୍ଧି କରିବା ପାଇଁ ଅତ୍ୟାଧୁନିକ କାମିକେଜ୍ ଡ୍ରୋନ୍ (Kamikaze Drone System) କିଣିବାକୁ ଯୋଜନା କରୁଛି। ଏହାକୁ ସୁରକ୍ଷା ବାହିନୀର ଆତଙ୍କବାଦୀ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ବ୍ୟବହାର କରାଯିବ।
ଏହି ଡ୍ରୋନ୍ ଗୁଡ଼ିକ ଅପ୍ଟିକାଲ ଫାଇବର କେବୁଲ୍ (OFC) ଏବଂ ରେଡିଓ ଫ୍ରିକ୍ୱେନ୍ସି (RF) ଉପରେ ଆଧାରିତ 'ଫାର୍ଷ୍ଟ ପର୍ସନ ଭ୍ୟୁ' (FPV) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ହେବ। ଏଥିରେ ଦିନ ଏବଂ ରାତି ଉଭୟ ସମୟରେ କାର୍ଯ୍ୟ କରିପାରୁଥିବା ଅଲଗା ଅଲଗା ମାନବରହିତ ଯାନ ସାମିଲ ରହିବ। ଏହି ଡ୍ରୋନ୍ ଗୁଡ଼ିକ ଉଚ୍ଚ-ବିସ୍ଫୋରକ 'ଆଣ୍ଟି-ପର୍ସେନେଲ' ୱାରହେଡ୍ ବୋହିବାରେ ସକ୍ଷମ ହେବେ। ଏହାର ମାରକ କ୍ଷମତା ୧୦ ମିଟର ପର୍ଯ୍ୟନ୍ତ ରହିବ। ଏହି ଡ୍ରୋନ୍ ଗୁଡ଼ିକର ସର୍ବନିମ୍ନ ଗତି ପ୍ରାୟ ୧୫୦ କିଲୋମିଟର ପ୍ରତି ଘଣ୍ଟା କିମ୍ବା ଏହାଠାରୁ ଅଧିକ ହେବ ଏବଂ ଏହାର ମିଶନ ରେଞ୍ଜ୍ ସର୍ବନିମ୍ନ ୧୫ କିଲୋମିଟର ପର୍ଯ୍ୟନ୍ତ ରହିବ।
ଆହୁରି ପଢନ୍ତୁ: Prithviraj Kapoor: ୯୨ ବର୍ଷ ପୂର୍ବେ ପରଦାରେ ରାମ ସାଜିଥିଲେ ରଣବୀରଙ୍କ ଅଣଜେଜେବାପା
କାମିକେଜ୍ ଡ୍ରୋନ୍ କ’ଣ?
ଏହାକୁ 'ଲୋଇଟରିଂ ମ୍ୟୁନିସନ୍' (Loitering Munition) ମଧ୍ୟ କୁହାଯାଏ। ଏହା ଏକ ଏଭଳି ଡ୍ରୋନ୍ ଯାହା ବିସ୍ଫୋରକରେ ପୂର୍ଣ୍ଣ ଥାଏ ଏବଂ ଶତ୍ରୁର ଠିକଣା ନିକଟରେ ପହଞ୍ଚି ନିଜେ ଟାର୍ଗେଟ୍ ସହ ପିଟିହୋଇ ନଷ୍ଟ ହୋଇଯାଏ। ଏହି ଅତ୍ୟାଧୁନିକ ଡ୍ରୋନ୍ ଗୁଡ଼ିକୁ ମୁଖ୍ୟତଃ ଜମ୍ମୁ-କାଶ୍ମୀର ଏବଂ ହିଂସାଗ୍ରସ୍ତ ମଣିପୁର ଭଳି ସମ୍ବେଦନଶୀଳ ଓ ଦୁର୍ଗମ ଅଂଚଳରେ ମୁତୟନ କରାଯିବାର ଯୋଜନା ରହିଛି। ଏହା ଦ୍ୱାରା ସୁରକ୍ଷାକର୍ମୀମାନେ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ସିଧାସଳଖ ନ ଯାଇ ଦୂରରୁ ରିମୋଟ୍ ମାଧ୍ୟମରେ ଆତଙ୍କବାଦୀମାନଙ୍କ ଠିକଣାକୁ ସଠିକ୍ ଭାବରେ ଧ୍ୱଂସ କରିପାରିବେ।

1 day ago
2


