Kalinga Horticulture Training Centre Reopens ୯ ବର୍ଷ ପରେ ପୁଣି କାର୍ଯ୍ୟକ୍ଷମ ହେଲା କଳିଙ୍ଗା ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର

3 days ago 4
ARTICLE AD BOX

ଘୁ. ଉଦୟଗିରି(ସମୀର ପାଢ଼ୀ): ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାର କଳିଙ୍ଗା ସ୍ଥିତ ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। କାର୍ଯ୍ୟକ୍ଷମ ପରେ ପ୍ରଥମ ପ୍ରଶିକ୍ଷଣରେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଓ ଉତ୍ପାଦନ ସମ୍ପର୍କିତ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଆଜି ଠାରୁ ଆରମ୍ଭ ହୋଇଛି।

କଳିଙ୍ଗାସ୍ଥିତ ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ କନ୍ଧମାଳ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୪୦ ଜଣ ମହିଳା ଓ ପୁରୁଷଙ୍କୁ ନେଇ ଏହି ପ୍ରଶିକ୍ଷଣ ଚାଲିବ।

ଚାକିରିରୁ ଅବସର ପରେ ଛତୁ ଚାଷ କରୁଛନ୍ତି ଶଙ୍କର୍ଷଣ, ବାର୍ଷିକ ରୋଜଗାର ୩ ଲକ୍ଷ ଟଙ୍କା

ଜିଲ୍ଲା ଉଦ୍ୟାନ କୃଷି ସହ ନିର୍ଦ୍ଦେଶିକା ସ୍ମିତାରାଣୀ ମହାନ୍ତି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। କଳିଙ୍ଗା ଉଦ୍ୟାନ କୃଷି ସହନିର୍ଦ୍ଦେଶିକା ଦୀପ୍ତିମୟୀ ବସନ୍ତିଆ, ଏଚ୍‌ଏଚ୍‌ଓ ଘୁ.ଉଦୟଗିରି ସରୋଜ କୁମାର ସାହୁ, ଓରମାସ ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର ଗୁଣ୍ଡିଚା ବେହେରା, କେବିକେରୁ ପି. ସତେଜ ରାଜ, ବରିଷ୍ଠ ସହାୟକ ମହେଶ୍ୱର ସେଠୀ ଏବଂ ଉଦ୍ୟାନ ଅଧୀକ୍ଷକ ସାଧୁଚରଣ ପାଲଟାସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ମସ୍‌ରୁମ୍‌ର ବ୍ରାଣ୍ଡ୍‌ ଆମ୍ବାସଡର ଦିବ୍ୟା ରାୱତ; ଭଲ ଚାକିରି ଛାଡ଼ି ଜଣେ ଗାଁରେ କରୁଛନ୍ତି ଛତୁ ଚାଷ

ସୂଚନା ଅନୁସାରେ, ପ୍ରାୟ ୯ ବର୍ଷ ଧରି ବିଭିନ୍ନ କାରଣରୁ ଏହି ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ରରେ ନିୟମିତ ପ୍ରଶିକ୍ଷଣ ହୋଇପାରୁନଥିଲା। କେନ୍ଦ୍ରରେ କର୍ମଚାରୀ ଥିଲେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହା ପ୍ରାୟ ଅଚଳ ହୋଇପଡ଼ିଥିଲା। କେନ୍ଦ୍ରଟିରେ ନିୟମିତ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ସମାଜସେବୀ ଆମନ ଚନ୍ଦ୍ର ନାୟକ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ। ଏପରିକି ପ୍ରଶିକ୍ଷଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗ ଓ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ କଲୁଙ୍ଗେ ଗୋରଖ ୱାମନ କେନ୍ଦ୍ରଟି ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। କେନ୍ଦ୍ରଟିକୁ ପୁନଃ କାର୍ଯ୍ୟକ୍ଷମ କରି ଚାଷୀମାନଙ୍କୁ ନିୟମିତ ପ୍ରଶିକ୍ଷଣ ଦେବା ପାଇଁ ଦାବି ଜଣାଇଥିଲେ।ଏହାପରେ ବର୍ତ୍ତମାନ କେନ୍ଦ୍ରଟି ପୁଣିଥରେ କାର୍ଯ୍ୟକ୍ଷମ ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଆଗାମୀ ଦିନରେ ମଧ୍ୟ ଅଧିକ ସଂଖ୍ୟକ ଚାଷୀ, ଯୁବକ ଓ ଯୁବତୀଙ୍କୁ ନେଇ ବିଭିନ୍ନ ପ୍ରକାରର ଉଦ୍ୟାନ କୃଷି ସମ୍ପର୍କିତ ପ୍ରଶିକ୍ଷଣ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.