ARTICLE AD BOX
ଘୁ.ଉଦୟଗିରି: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଞ୍ଚି-ବିଜୟୱାଡା ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥର କଳିଙ୍ଗା ଘାଟିରେ ଚଳିତ ମାସ ୨୪ ତାରିଖ ଦିନ ଗାର୍ଡ ୱାଲ ଧସିଯାଇଥିଲା। ଏହାପରେ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ହୋଇଥିଲା। ବର୍ତ୍ତମାନ ମଧ୍ୟ ରାସ୍ତା ମରାମତି ହୋଇନଥିବା ବେଳେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ଆଜି ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
Kalinga Ghat: ସତ ହେଲା ଆଶଙ୍କା: ଭୁଶୁଡ଼ିଲା କଳିଙ୍ଗା ଘାଟିର ଅଂଶ, ଗଞ୍ଜାମ-କନ୍ଧମାଳ ଯୋଗାଯୋଗକୁ ନେଇ ସନ୍ଦେହ
୨୪ ତାରିଖ ଠାରୁ ତହସିଲଦାରଙ୍କ ଠାରୁ ଜିଲ୍ଲାପାଳ ଏବଂ ଜାତୀୟ ରାଜପଥ ଅଧିକାରୀମାନେ ଘନ ଘନ ଘାଟି ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଆଜି(ରବିବାର) ପୂର୍ତ୍ତ ବିଭାଗର ପ୍ରିନସିପାଲ ସେକ୍ରେଟାରୀ ସଞ୍ଜୟ କୁମାର ସିଂଙ୍କ ସହ ଅନ୍ୟ ଅଧିକାରୀ ମାନେ ଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହିଅବସରରେ ସେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଗଞ୍ଜାମ ଜିଲ୍ଲାର ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
/filters:format(webp)/sambad/media/media_files/2026/09/27/g-udayagiri-land-slide1-2026-09-27-20-19-24.jpg)
ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ବିଧାନସଭାରେ ମୌସୁମୀ ଅଧିବେଶନ ଛାଡ଼ି ଆସିଥିବା ବେଳେ ଶନିବାର ଦିନ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆସି ଘାଟିର ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତାବିତ ବିକଳ୍ପ ବାଇପାସ ରାସ୍ତା ଦେଖିଥିଲେ। ତହସିଲଦାର ସମୁଦ୍ର ମିଶ୍ର ସୂଚନା ଦେଇ କହିଛନ୍ତି, ରବିବାର ସନ୍ଧ୍ୟା ସୁଦ୍ଧା ଭୂସ୍ଖଳନ ସ୍ଥାନର ଅସ୍ଥାୟୀ ରାସ୍ତାରେ ପଡ଼ିଥିବା ବିରାଟ ପଥରକୁ ରାସ୍ତାରୁ ହଟେଇ ଦିଆଯାଇଛି। ବର୍ଷା ସ୍ଥିତି କୁ ଦେଖି ଉକ୍ତ ସ୍ଥାନରେ ଭାଙ୍ଗିଥିବା ଗାର୍ଡ ୱାଲ ଓ ରାସ୍ତା ମରାମତି କରାଯିବ।
/filters:format(webp)/sambad/media/media_files/2026/09/27/shops-colsed-g-udayagiri-2026-09-27-20-19-03.jpg)
ଅପରପକ୍ଷରେ, କଳିଙ୍ଗା ଘାଟି ରାସ୍ତାରେ ୫ଦିନ ହେଲା ଯାତାୟତ ବନ୍ଦ ରହିବା ଫଳରେ ସମସ୍ତେ ଚିନ୍ତାରେ। ବିଶେଷ କରି କଳିଙ୍ଗା ଛକର ବ୍ୟବସାୟୀ ଅଧିକ କ୍ଷତିଗ୍ରସ୍ତ ହେବା ସହ ପ୍ରଭାବିତ ହୋଇଛନ୍ତି। ଜନଶୁନ୍ୟ ହୋଇପଡିଛି ସମ୍ପୂର୍ଣ୍ଣ ବଜାର।

8 hours ago
1


