Kalia gang arrested: ଗଡ଼ଗଡ଼ିଆ ଘାଟରୁ କାଳିଆ ଗ୍ୟାଙ୍ଗ୍‌ କାବୁ: ୪ଜଣଙ୍କୁ କୋର୍ଟ ଚାଲାଣ, ଜୁନ୍‌ରୁ ପିଛା କରୁଥିଲା ପୁଲିସ

1 hour ago 1
ARTICLE AD BOX

ଖଣ୍ଡଗିରି: ଜୁନ୍‌ ମାସରୁ ଦୁର୍ଦ୍ଦାନ୍ତ କାଳିଆ ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ପିଛା କରୁଥିଲା। କିନ୍ତୁ ଦଶ ଦଶଟି ସଂଗିନ ଅପରାଧରେ ସମ୍ପୃକ୍ତ କାଳିଆ ପୁଲିସକୁ ଚକ୍‌ମା ଦେଇ ଖସିଯାଉଥିଲା। ଗତକାଲି ଏହି ଗ୍ୟାଙ୍ଗ୍‌ ମହାନଦୀରୁ ଶ୍ରାବଣୀ ଜଳଭାର ନେଇ ଧବଳେଶ୍ବର ମହାଦେବଙ୍କ ପୀଠକୁ ଯିବା ପାଇଁ ଗଡ଼ଗଡ଼ିଆ ଘାଟରେ ଏକାଠି ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସାଦା ପୋଷାକରେ ସେଠି ଚଢ଼ଉ କଲା ଏବଂ ୫ଜଣଙ୍କୁ କାବୁ କଲା। କାଉଡ଼ିଆଙ୍କ ଭିଡ଼ରେ ଗ୍ୟାଙ୍ଗ୍‌ର ଆଉ କିଛି ଦୁର୍ବୃତ୍ତ ଖସିଗଲେ। ପୁଲିସ ପଞ୍ଝାରେ ପଡ଼ିଥିବା ଦୁର୍ବୃତ୍ତମାନେ ହେଲେ ଗ୍ୟାଙ୍ଗ୍‌ ମୁଖିଆ ବରବାରିବସ୍ତିର ସୌମ୍ୟରଂଜନ ବେହେରା ଓରଫ କାଳିଆ, ରାଜା ଗୌଡ଼, ବାସୁଦେବ ସାହୁ, ସୌମ୍ୟରଂଜନ ନାୟକ ଓରଫ ଚିକୁ ଓ ଜଣେ ନାବାଳକ। ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି ଏବଂ ଅନ୍ୟ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

୪ଜଣଙ୍କୁ କୋର୍ଟ ଚାଲାଣ
ଜେଜେବିରେ ନାବାଳକ
ଜୁନ୍‌ରୁ ପିଛା କରୁଥିଲା ପୁଲିସ

ଗତ କିଛି ବର୍ଷ ହେଲା ଦୁର୍ଦ୍ଦାନ୍ତ କାଳିଆ ଏକ ଗ୍ୟାଙ୍ଗ୍‌ ଗଢ଼ି ଖଣ୍ଡଗିରି ବରବାରି ଅଞ୍ଚଳରେ ଆତଙ୍କରାଜ୍‌ ଚଳାଇଥିଲା। ସ୍ଥାନୀୟ ଛୋଟମୋଟ ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରୁଥିଲା। ଚଳିତ ବର୍ଷ ରଜ ସମୟରେ ଅର୍ଥାତ୍‌ ଜୁନ୍‌୧୫ ତାରିଖ ସନ୍ଧ୍ୟାରେ କାଳିଆ ଗ୍ୟାଙ୍ଗ୍‌ ସ୍ଥାନୀୟ ଓମ୍‌ଫେଡ୍‌ ଦୋକାନୀ ବିଜୟ ସାହୁଙ୍କ ଦୋକାନକୁ ଆସିଥିଲେ। ଦୋକାନ କଡ଼ରେ ବସି ନିଶାସେବନ କରି ଖଟି ଜମାଇଥିଲେ। ଏମାନଙ୍କ ଖଟି ଦେଖି ବିଜୟଙ୍କ ଦୋକାନକୁ ଆସୁଥିବା ଗରାଖମାନେ ଭୟରେ ଫେରିଯାଇଥିଲେ। ଏଣୁ ଖଟି ବନ୍ଦ କରି ସେଠାରୁ ଚାଲିଯିବାକୁ ବିଜୟ ସେମାନଙ୍କୁ କହିଥିଲେ। କାଳିଆ ଧମକ ଦେଇ କହିଲା- ବଟି ବାବଦରେ ୫୦ ହଜାର ଟଙ୍କା ନ ଦେବା ଯାଏଁ ଏମିତି ଖଟି ଚାଲିବ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହେଲା ଏବଂ ଉତ୍‌କ୍ଷିପ୍ତ କାଳିଆ ଗ୍ୟାଙ୍ଗ୍‌ ବିଜୟଙ୍କୁ ଆକ୍ରମଣ କଲେ। ପ୍ରସ୍ତୁତ ହୋଇ ଆସିଥିବା କାଳିଆ ଏକ କଟୁରିରେ ବିଜୟଙ୍କ ମୁଣ୍ଡ ଓ ହାତକୁ ହାଣି ପକାଇଥିଲା। ସେ ତଳେ ପଡ଼ିଯିବା ପରେ ସେମାନେ ଲୁହା ରଡ୍‌ରେ ପିଟିପିଟି ତାଙ୍କୁ ଲହୁଲୁହାଣ କରିଦେଇଥିଲେ ଏବଂ ବଟି ନ ଦେଲେ ଦୋକାନ ଉଡ଼ାଇଦେବାକୁ ଧମକ ଦେଇଥିଲେ। ଘଟଣା ବେଳେ କାଳିଆର ଆଉ ୬ ସହଯୋଗୀ ଥିଲେ ଏବଂ ସେମାନେ ଫେରାର ଅଛନ୍ତି ବୋଲି ପୁଲିସ କହିଛି।

Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.