Judgement: ୧୩୫ ବର୍ଷ ପୁରୁଣା କେନ୍ଦ୍ରୀୟ ସଚିବାଳୟ ପାଠାଗାର ନେଇ ସ୍ବତଃ ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପାଠାଗାର ହେବା ସତ୍ତ୍ୱେ ନୂତନ ସେଣ୍ଟ୍ରାଲ ଭିଷ୍ଟା ଯୋଜନାରେ ସ୍ଥାନ ପାଇ ନଥିବା ୧୩୫ ବର୍ଷ ପୁରୁଣା କେନ୍ଦ୍ରୀୟ ସଚିବାଳୟ ପାଠାଗାର (ସିଏସ୍‌ଏଲ୍‌) ଉପରେ ସୁପ୍ରିମକୋର୍ଟ ସ୍ୱତଃ ସଜ୍ଞାନ ନେଇଛନ୍ତି। ସୋମବାର ବିଚାରପତି ସଞ୍ଜୟ କୁମାର ଓ ସଞ୍ଜୀବ ସଚଦେବଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ପାଠାଗାରରେ ପ୍ରାୟ ୮,୫୦,୦୦୦ ପୁସ୍ତକ ଅଛି।

ଶାସ୍ତ୍ରୀ ଭବନ କମ୍ପ୍ଲେକ୍ସରେ ସରକାରୀ କାର୍ଯ୍ୟାଳୟ ଥିବା ଏହି ପାଠାଗାରକୁ ପୁନଃବିକାଶ ଯୋଜନାର ଅଂଶ ଭାବରେ ସେପ୍ଟେମ୍ବର ୧୭ ରେ ପରିସର ଖାଲି କରିବାକୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ସିଏସ୍‌ଏଲ୍‌ ବିକଳ୍ପ ସ୍ଥାନ ପାଇଁ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ୧୮୯୧ ମସିହାରେ ପ୍ରତିଷ୍ଠିତ ଏହି ପାଠାଗାର ପାଇଁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ସ୍ଥାନ ମିଳିନାହିଁ। 

କୋଲକାତାରେ ଇମ୍ପେରିଆଲ୍ ସେକ୍ରେଟାରିଏଟ୍ ଲାଇବ୍ରେରି ଭାବରେ ପରିଚିତ ଏହି ପାଠାଗାର ୧୯୧୧ ମସିହାରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଏହା ସେତେବେଳେ ସିଭିଲ୍ ଲାଇନ୍ସର ପୁରୁଣା ସେକ୍ରେଟାରିଏଟ୍ କୋଠାରେ ଅବସ୍ଥିତ ଥିଲା। ପରେ ରାଇସିନା ହିଲ୍‌ରେ ନୂତନ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା, ଲାଇବ୍ରେରୀକୁ ନର୍ଥ ବ୍ଲକ୍ ଓ ତା’ପରେ ଶାସ୍ତ୍ରୀ ଭବନକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଏହା ୧୯୬୯ ମସିହାରୁ ରହିଛି। 

Government library in the capital: ରାଜଧାନୀରେ ସରକାରୀ ପାଠାଗାର: ବସିବାକୁ ଆସନ ନାହିଁ

ଶାସ୍ତ୍ରୀ ଭବନ କମ୍ପ୍ଲେକ୍ସରେ ପାଠାଗାର ଚାରିଟି ମହଲା ଦଖଲ କରିଛି ଯାହାକି ୫୫୦୦ ବର୍ଗ ମିଟର ସ୍ଥାନ ଅଧିକୃତ କରିଛି। ତେବେ ମନ୍ତ୍ରଣାଳୟ ‘ଏକ୍ସ’ ରେ ଏକ ପୋଷ୍ଟରେ ସ୍ପଷ୍ଟୀକରଣ ରଖି କହିଛି ଯେ, କର୍ତ୍ତବ୍ୟ ପଥ ପୁନଃବିକାଶ ଯୋଜନାରେ କେନ୍ଦ୍ରୀୟ ସଚିବାଳୟ ପାଠାଗାର ପାଇଁ ସ୍ଥାନ ଯୋଗାଇ ଦିଆଯାଇଛି। ପାଠାଗାର ନିର୍ମାଣ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଚାଲିଛି। ପୋଷ୍ଟରେ ପାଠାଗାରର ନୂତନ ଠିକଣାର ବିବରଣୀ ପ୍ରକାଶ କରାଯାଇ ନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.