Judgement: ଭୋଜଶାଳା ନିକଟ ଦରଘାରେ ଶୁକ୍ରବାରିଆ ନମାଜକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମତି

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାର ବିବାଦୀୟ ଭୋଜଶାଳା-କମାଲ ମୌଲା ପରିସର ନିକଟରେ ମୁସଲିମ ସମ୍ପ୍ରଦାୟ ଶୁକ୍ରବାର ନମାଜ ପାଠ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏହା ସହ ମଧ୍ୟପ୍ରଦେଶ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ନିକଟବର୍ତ୍ତୀ ସ୍ଥାନରେ ନମାଜ ପାଇଁ ବ୍ୟବସ୍ଥା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନ ଶୁଣାଣି କରିଥିଲେ। ମୁସଲିମ ପକ୍ଷର ବରିଷ୍ଠ ଓକିଲ ହୁଜେଫା ଅହମଦୀ ଅଦାଲତଙ୍କୁ କହିଥିଲେ ଯେ, ରାଜ୍ୟ ସରକାର ଚିହ୍ନଟ କରିଥିବା ସ୍ଥାନଟି ଭୋଜଶାଳା ପରିସରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବାରୁ ଶୁକ୍ରବାର ନମାଜ ପାଇଁ ତାହା ବ୍ୟବହାରିକ ନୁହେଁ। 

Madhya Pradesh High Court: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଐତିହାସିକ ରାୟ: ‘ଭୋଜଶାଳା’ ଏକ ‘ସରସ୍ୱତୀ ମନ୍ଦିର’

ଏହାର ଜବାବରେ ଅଦାଲତ କହିଥିଲେ, ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶର ଅର୍ଥ ହେଉଛି ବିବାଦୀୟ ପରିସର ସଂଲଗ୍ନ କିମ୍ବା ନିକଟବର୍ତ୍ତୀ ସ୍ଥାନରେ ନମାଜ ପାଇଁ ବ୍ୟବସ୍ଥା କରାଯିବ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଅସ୍ଥାୟୀ ଏବଂ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ। ସେହିପରି ବିବାଦୀୟ ସ୍ଥାନରେ ଅଦାଲତଙ୍କ ଅନୁମତି ବିନା କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.