Judgement: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ବର୍ଷ କାରାଦଣ୍ଡ

1 hour ago 2
ARTICLE AD BOX

ନବରଙ୍ଗପୁର(ସୁରେଶ ନାଇଡୁ): ନାବାଳିକାକୁ ଅପହରଣ ଓ ଦୁଷ୍କର୍ମମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଏକ ବଡ ରାୟ ଶୁଣାଇଛନ୍ତି। ଅଦାଲତ ଦୋଷୀକୁ ୧୦ବର୍ଷ ସଶ୍ରମକାରାଦଣ୍ଡ ସହ ୩୦ହଜାର ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ଅଧିକା କାରାଦଣ୍ଡ ଭୋଗିବାକୁ ପଡିବ। ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଉକ୍ତ ନାବାଳିକାକୁ ଅନୁକୁମ୍ପାମୂଳକ ସହାୟତା ୭ଲକ୍ଷ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୩ମସିହା ଅକ୍ଟୋବର ୧୩ ତାରିଖ ଦିନ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଦୁଷ୍ମନ୍ତ ବାଘ ଓରଫ ଦୁର୍ଲ୍ଲବ ବାଘ ଏଭଳି କରିଥିବା ନେଇ ଚନ୍ଦାହାଣ୍ଡି ଥାନାରେ ପରିବାରବର୍ଗ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି  ଅଭିଯୁକ୍ତ ଓ ପିଡୀତା ନାବାଳିକାଙ୍କର ଡାକ୍ତରୀ ମାଇନା ପୁଲିସ କରାଇଥିଲେ। ଅଭିଯୁକ୍ତ କିଛି ଦିନ ଫେରାର ହୋଇ ପରେ କୋର୍ଟରେ ଆତ୍ମସର୍ମପଣ କରିଥିଲେ। ଏହି ମାମଲା‌ର ବିଚାର ଚାଳିଥିବା ବେଳେ  ୧୮ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୃତ୍ୟୁଞୟ ମହାରାଣା  ମାମଲା ପରିଚାଳନା କରୁଥିଲେ।

POCSO Court ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ


Read Entire Article
LEFT SIDEBAR AD

Hidden in mobile, Best for skyscrapers.