ARTICLE AD BOX
କଟକ: ସ୍କୁଲ ଗାଡି (ଟ୍ରାଭେଲର)ର ଡ୍ରାଇଭର ଦ୍ବାରା ଦୁଇ ନାବଳିକା ଛାତ୍ରୀ ଦୁଷ୍କର୍ମର ଶିକାର ହେବା ଅଭିଯୋଗ ସଂପର୍କିତ ମାମଲାର କଟକ ଆଡ-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ଏଫଟିଏସସି-୧) ଅଦାଲତ ବିଚାରପତି ପି.କେ.ଦାସ ଶୁଣାଣି କରି ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ କଇଜଙ୍ଗାର ବିଶ୍ବନାଥ ସାହୁ ଓରଫ ବିଶୁ(୫୫)କୁ ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।
ଅଦାଲତ ବିଏନଏସର ଧାରା ୬୫(୨) ଓ ପୋକସୋ ଆଇନର ଧାରା ୬ରେ ବିଶୁକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି। ଯଦି ଜରିମାନା ରାଶି ଆଦାୟ ହୁଏ ତେବେ ଏହା ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ପ୍ରଦାନ କରାଯିବ। ଜରିମାନା ରାଶି ଅନାଦେୟ କ୍ଷେତ୍ରରେ ଆସାମୀକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ୭ ବର୍ଷିଆ ନାବାଳିକା ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଓ ୧୦ ବର୍ଷିଆ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ ଥିଲା ମାମଲା?
ମାମଲାର ବିବରଣୀରୁ ପ୍ରକାଶ ଯେ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲରେ ଦୁଇ ପୀଡ଼ିତା ପାଠ ପଢୁଥିଲେ। ସ୍କୁଲକୁ ଟ୍ରାଭେଲର ଗାଡ଼ି ମାଧ୍ୟମରେ ଉଭୟ ଯା ଆସ କରୁଥିଲେ। ଆସାମୀ ବିଶୁ ସଂପୃକ୍ତ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ଦୁଇ ପୀଡ଼ିତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସ୍କୁଲ ଶେଷ ହେବା ପରେ ଗାଡ଼ିର ସମାନା ପଟ କାଚରେ କାଗଜ ଦେଇ ଦେଉଥିଲା ଯେପରି କେହି ଭିତର ଦେଖି ପାରିବେ ନାହିଁ। ଏହାପରେ ଦୁଇ ନାବାଳିକାଙ୍କ ସହିତ ବିଶୁ ଦୁଷ୍କର୍ମ କରୁଥିଲା। ଏହି ଘଟଣା କାହା ଆଗରେ ପ୍ରକାଶ ନ କରିବାକୁ ଉଭୟଙ୍କୁ ବଶୁ ଧମକ ଦେଉଥିଲା।
Crime: ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ୫ ବିଦ୍ୟାଳୟ କର୍ମଚାରୀ ଗିରଫ, ଶିକ୍ଷୟିତ୍ରୀ ମଧ୍ୟ ସାମିଲ
ଆଠ ମାସରେ ଶୁଣାଣି
ପୀଡ଼ିତାଙ୍କ ନିକଟରୁ ପରିବାର ସଦସ୍ୟ ଏ ନେଇ ଜାଣିବା ପରେ କ୍ୟାଣ୍ଟନମେଣ୍ଟ ଥାନାରେ ୨୦୨୬, ଫେବ୍ରୁଆରି ୨୪ରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହିତ ବିଶୁକୁ ଫେବ୍ରୁଆରି ୨୫ରେ ଗିରଫ କରିଥିଲା। ତଦନ୍ତ ପରେ ଏପ୍ରିଲ ୨୩ରେ ପୁଲିସ ଚାର୍ଜସିଟ ଦାଖଲ କରିଥିବା ବେଳେ ମେ ୧୩ରେ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ଜୁନ ୧୧ରେ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶୁଭନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।

48 minutes ago
1


