ARTICLE AD BOX
ଜୟପୁର: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ୨୦ ଦିନର ନିୟମିତ ପାରୋଲ୍ ମଞ୍ଜୁର କରିଛନ୍ତି। ଆଶାରାମଙ୍କ ପାରୋଲ୍ ବିରୋଧରେ ରାଜ୍ୟ ସରକାର ଯଥାର୍ଥ କାରଣ ଦର୍ଶାଇବାରେ ବିଫଳ ହୋଇଥିବାରୁ ହାଇକୋର୍ଟ ତାଙ୍କୁ ୨୦ ଦିନର ନିୟମିତ ପାରୋଲ୍ ପ୍ରଦାନ କରିଛନ୍ତି।
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୀବ ପ୍ରକାଶ ଶର୍ମା ଏବଂ ଜଷ୍ଟିସ ସଞ୍ଜିତ ପୁରୋହିତଙ୍କ ଖଣ୍ଡପୀଠ ସୋମବାର ଏହି ରାୟ ଦେଇଛନ୍ତି। ଆଶାରାମ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ୨୫ ହଜାର ଟଙ୍କାର ୨ଟି ଜାମିନଦାର ଦାଖଲ କରିବାପରେ ଖଣ୍ଡପୀଠ ଆଶାରାମଙ୍କୁ ପ୍ରଥମ ନିୟମିତ ପାରୋଲ ପ୍ରଦାନ କରିଛନ୍ତି ଏବଂ ୨୦ ଦିନ ପାଇଁ ସେ ପାରୋଲ୍ରେ ବାହାରେ ରହିବେ ବୋଲି କହିଛନ୍ତି।
ଆଶାରାମ ବାପୁ, ରାମ ରହିମଙ୍କ ଭଳି ମୋଦୀ ଆତ୍ମଘୋଷିତ ଦିବ୍ୟ ପୁରୁଷ: ଅଜୟ କୁମାର
କୋର୍ଟ କହିଛନ୍ତି, ଦୋଷୀସାବ୍ୟସ୍ତ ହୋଇଥିବା ଏହି ଦୁଷ୍କର୍ମକାରୀ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ରେ ୧୩ ବର୍ଷ ୧ ମାସ ୨୪ ଦିନ ରହିଛନ୍ତି। ଅତୀତରେ ତାଙ୍କୁ ଅନେକ ଥର ଅନ୍ତରୀଣ ଜାମିନ ମିଳିଛି ଏବଂ ସେ କୌଣସିଥର ଜାମିନ ସର୍ତ୍ତର ଉଲ୍ଲଂଘନ କରିନାହାନ୍ତି। ତେବେ ରାଜ୍ୟ ସରକାର ଆଶାରାମଙ୍କ ପାରୋଲ୍କୁ ବିରୋଧ କରିଛନ୍ତି।
ରାଜ୍ୟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ, ଯଦି ତାଙ୍କୁ ଜାମିନ ମିଳେ ତେବେ ସେ ଖସି ପଳାଇବେ। ଆଶାରାମଙ୍କ ବିରୋଧରେ ରାଜସ୍ଥାନ ବାହାରେ ଥିବା ବିଭିନ୍ନ ଆପରାଧିକ ମାମଲାକୁ ରାଜ୍ୟ ସରକାର ଦର୍ଶାଇଛନ୍ତି। ରାଜ୍ୟ ସରକାର ମଧ୍ୟ କହିଛନ୍ତି ଯେ ଆଶାରାମ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ପାରୋଲ୍ ପାଇଁ ମଧ୍ୟ ସେ ଫିଟ୍ ନୁହନ୍ତି। ତାଙ୍କୁ ଛଡ଼ାଗଲେ ପୀଡ଼ିତା ପରିବାରର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ସରକାର କହିଛନ୍ତି।

3 hours ago
2


