JSSC CGL: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷା ବାତିଲକୁ ବିରୋଧ

1 hour ago 2
ARTICLE AD BOX

ରାଞ୍ଚି: ଝାଡ଼ଖଣ୍ଡ ସରକାର ବିଭିନ୍ନ ନିଯୁକ୍ତି ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ସଚିବାଳୟ ସମ୍ମୁଖରେ ସଫଳ ପରୀକ୍ଷାର୍ଥୀମାନେ ବିକ୍ଷୋଭ କରିଛନ୍ତି। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍‌ଏସ୍‌ସି)ର କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌ (ସିଜିଏଲ୍‌) ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସମେତ ପ୍ରାୟ ୨,୭୦୦ ଜଣ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନେ ବାତିଲ ଆଦେଶ ପ୍ରତ୍ୟାହାର କରିବା ସହ ନ୍ୟାୟ ଦାବି କରିଛନ୍ତି।

ବିକ୍ଷୋଭକାରୀମାନେ ଆଦିବାସୀ ନେତା ବିର୍ସା ମୁଣ୍ଡା ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଫଟୋ ସହ ପ୍ଲାକାର୍ଡ ଧରିଥିଲେ। ସେମାନେ ‘ନ୍ୟାୟ ଦିଅ ନଚେତ୍‌ ଫାଶୀ ଦିଅ’ ଓ ‘ଲଜ୍ଜା କର’ ଭଳି ସ୍ଲୋଗାନ ଦେଇଥିଲେ। ଦେଓଘରର ବାସିନ୍ଦା ତଥା ୱେଲଫେୟାର ଅଫିସର ପଦ ପାଇଁ ଚୟନ ହୋଇଥିବା ରମେଶ ମଣ୍ଡଳ କହିଛନ୍ତି ଯେ, ସେ ଅଗଷ୍ଟ ୧୯ରୁ ଆନ୍ଦୋଳନରେ ଅଛନ୍ତି ଏବଂ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ଚନ୍ଦା କୁମାରୀ ନାମକ ଅନ୍ୟ ଜଣେ ପରୀକ୍ଷାର୍ଥୀ ସରକାରଙ୍କୁ ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆହ୍ୱାନ ଦେଇଛନ୍ତି।

ଅଗଷ୍ଟ ୧୮ରେ ଝାଡ଼ଖଣ୍ଡ ସରକାର ୨୨ଟି ନିଯୁକ୍ତି ପରୀକ୍ଷା ବାତିଲ କରିଥିଲେ। ୨୦୧୪ରୁ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍‌ସି), ଜେଏସ୍‌ଏସ୍‌ସି ଓ ଟିଡିପିଏଲ୍‌ ନାମକ ବାହ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଆଉ ୨୩ଟି ପରୀକ୍ଷାରେ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିବା ପରେ ସରକାର ଏହି ପଦକ୍ଷେପ ନେଇଥିଲେ। ଏପଟେ ଝାଡ଼ଖଣ୍ଡ ହାଇକୋର୍ଟ ବୁଧବାର ୧୧ଶ ଓ ୧୩ଶ ଜେପିଏସ୍‌ସି ପରୀକ୍ଷା ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ପରୀକ୍ଷା ମାଧ୍ୟମରେ ହୋଇଥିବା ନିଯୁକ୍ତି ବାତିଲ ସମ୍ପର୍କିତ ବିଜ୍ଞପ୍ତି ଉପରେ ରୋକ ଲଗାଇଛନ୍ତି। ତେବେ ଏହି ଅନ୍ତରୀଣ ଆଦେଶ ସରକାର ବାତିଲ କରିଥିବା ସମସ୍ତ ୨୨ଟି ପରୀକ୍ଷା ପାଇଁ ଲାଗୁ ହୋଇନାହିଁ।

CRP: ଜେପିଏସ୍‌ସି, ଜେଏସ୍‌ଏସ୍‌ସି ପରୀକ୍ଷା ବାତିଲ କରିବାକୁ ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ଚୟନ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ଯୁକ୍ତି ହେଉଛି, ଯଦି ନିଯୁକ୍ତି ପ୍ରକ୍ରିୟାର କୌଣସି ପର୍ଯ୍ୟାୟରେ ଅନିୟମିତତା ହୋଇଥାଏ, ତେବେ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନିଆଯାଉ। କିନ୍ତୁ ଏଥିପାଇଁ ନିଜ ଯୋଗ୍ୟତାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଚାକିରି ବାତିଲ କରାଯିବା ଉଚିତ ନୁହେଁ। ଏହି ମାମଲାରେ ସିଆଇଡିର ବିଶେଷ ତଦନ୍ତ ଦଳ ଜେଏସ୍‌ଏସ୍‌ସି ୨୦୨୩ ସ୍ନାତକ ସ୍ତରୀୟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୩୭ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଛି। ବିଜେପି ନେତା ଚମ୍ପାଇ ସୋରେନ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଦୋଷ ଲଦି ସିବିଆଇ ତଦନ୍ତ ଦାବି କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.