Journalists’ Association ସେପ୍ଟମ୍ବର ୧୪ରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘର ବାର୍ଷିକ ଅଧିବେଶନ

1 hour ago 2
ARTICLE AD BOX

ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ସାମ୍ବାଦିକ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ପାଇଁ ବାମନଘାଟି ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ସଙ୍ଘର ଉପ ସଭାପତି ଖୁଦିରାମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ୧୪ ରବିବାର ଦିନ ରାଇରଙ୍ଗପୁରଠାରେ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Education: ଗରିବ ପରିବାରର ମେଧାବୀ ଛାତ୍ରୀଙ୍କ ପାଇଁ ଆଗକୁ ଆସିଲା ସାମ୍ବାଦିକ ସଂଘ

ବୈଠକର ନିଷ୍ପତ୍ତି ଅନୁସାରେ, ଆୟୋଜନ ନିମନ୍ତେ ଏକ କୋର କମିଟି ଗଠନ କରାଯାଇଛି। ଅଧିବେଶନକୁ କଳିଙ୍ଗ ୟୁନିଅନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସର କର୍ମକର୍ତ୍ତାମାନଙ୍କୁ ନିମନ୍ତ୍ରଣ କରାଯିବ। ଏହା ସହ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ଜିଲ୍ଲା ସଙ୍ଘର ପାଞ୍ଚ ଜାଣ ସକ୍ରିୟ ସଭ୍ୟଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି । 

Journalists: ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ସାମ୍ବାଦିକ ସଂଘର କର୍ମକର୍ତ୍ତା

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଦୀର୍ଘଦିନର ସମସ୍ୟା ସମାଧାନ ନିମନ୍ତେ ଏକ ଦାବିପତ୍ର ସ୍ଥାନୀୟ ପ୍ରଶାସନ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ କଳିଙ୍ଗ ୟୁନିଅନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସର ରାଜ୍ୟ ସଭାପତି ମନୋଜ ଦାସ ଯୋଗଦେଇ ନିଜର ମତ ରଖିଥିଲେ । ଏଥିରେ ସଙ୍ଘର ବରିଷ୍ଠ ସଭ୍ୟ ସୌରଭ ପଟ୍ଟନାୟକ,ତୁଷାର କାନ୍ତ ମହାନ୍ତ, ଅନଶନ ମହାନ୍ତ, ସୁଜିତ ପଟ୍ଟନାୟକ, ବିଶ୍ୱରଂଜନ ପାଲ, ପ୍ରଦୀପ ମହାନ୍ତ, ମେଘନାଦ ହେମ୍ବ୍ରମ, ଅନୱାର ହୁସେନ, ସୁବ୍ରତ ମହାନ୍ତି, ସୁମିତ ଦାସ, ଅମୀୟ ମହାନ୍ତି, ଶକ୍ତିକାନ୍ତ ଦାସ, ସ୍ବପ୍ନକାନ୍ତ କାନୁନଗୋ, ନିରୋଜ ସାହୁ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ଅଶୋକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.