Joint Pain: ପିଲାଙ୍କୁ ବି ହୋଇପାରେ ଗଣ୍ଠି ରୋଗ! ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

51 minutes ago 1
ARTICLE AD BOX

ଭୁବନେଶ୍ୱର: ସାଧାରଣତଃ ଗଣ୍ଠି ରୋଗ ବା ଆର୍ଥ୍ରାଇଟିସ୍ କୁ  ବୟସ୍କଙ୍କ ସମସ୍ୟା ବୋଲି ଧରାଯାଏ। ଅନେକ ପିତାମାତା ମଧ୍ୟ ଭାବନ୍ତି ଯେ ପିଲାଙ୍କୁ ଏହି ରୋଗ ହୁଏ ନାହିଁ। କିନ୍ତୁ ବାସ୍ତବରେ ପିଲାମାନେ ମଧ୍ୟ ଗଣ୍ଠି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଏପରିକି ପରିବାରରେ କାହାକୁ ଏହି ରୋଗ ହୋଇ ନଥିଲେ ମଧ୍ୟ ପିଲାଙ୍କଠାରେ ଏହା ଦେଖାଦେଇପାରେ। ତେଣୁ ପିଲାଙ୍କ ଗଣ୍ଠି ଯନ୍ତ୍ରଣା, ଫୁଲା କିମ୍ବା ଚାଲିବାରେ ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ।

ପିଲାମାନେ ଖେଳକୁଦ କରିବା ସମୟରେ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କଲେ ଅନେକ ପିତାମାତା ଏହାକୁ ସାଧାରଣ ଥକ୍କାପଣ କିମ୍ବା ଆଘାତ ବୋଲି ଭାବି ଅଣଦେଖା କରନ୍ତି। କିନ୍ତୁ ବାରମ୍ବାର ଗଣ୍ଠି ଯନ୍ତ୍ରଣା, ଫୁଲା କିମ୍ବା ସକାଳେ ଉଠିବା ପରେ ହାତଗୋଡ଼ କଠିନ ହେବା ଏକ ଗମ୍ଭୀର ସମସ୍ୟାର ସଙ୍କେତ ହୋଇପାରେ। 

ପିଲାଙ୍କଠାରେ ଦେଖାଯାଉଥିବା ଗଣ୍ଠି ରୋଗ ମଧ୍ୟରୁ ଜୁଭେନାଇଲ୍ ଇଡିଓପାଥିକ୍ ଆର୍ଥ୍ରାଇଟିସ୍ (JIA) ଅନ୍ୟତମ। ଏହା ୧୬ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୋଇପାରେ। ଏହି ରୋଗରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଭୁଲବଶତଃ ଗଣ୍ଠିକୁ ଆକ୍ରମଣ କରିବାରୁ ଫୁଲା, ଯନ୍ତ୍ରଣା ଓ କଠିନତା ସୃଷ୍ଟି ହୁଏ।

ଲକ୍ଷଣ

୧. ସକାଳେ ଗଣ୍ଠି କଠିନ ହେବା: ଶୋଇ ଉଠିବା ପରେ ପିଲାକୁ ଚାଲିବା କିମ୍ବା ହାତଗୋଡ଼ ହଲାଇବାରେ ଅସୁବିଧା ହେବା।
୨. ଗଣ୍ଠି ଫୁଲିବା: ଆଣ୍ଠୁ, ଗୋଡ଼ କିମ୍ବା ଅନ୍ୟ ଗଣ୍ଠିରେ ଲଗାତାର ଫୁଲା ଦେଖାଯିବା।
୩. ଚାଲିବାରେ କଷ୍ଟ: ପିଲା ଛୋଟେଇ ଛୋଟେଇ ହୋଇ ଚାଲିବା କିମ୍ବା ଗୋଡ଼ରେ ଓଜନ ରଖିବାକୁ କଷ୍ଟ ଅନୁଭବ କରିବା।
୪. ଖେଳକୁଦରେ ଅନିଚ୍ଛା: ପୂର୍ବଭଳି ଖେଳି ନପାରିବା, ସିଡ଼ି ଚଢ଼ିବାରେ ଅସୁବିଧା ହେବା କିମ୍ବା ଅଧିକ ଥକ୍କା ଅନୁଭବ କରିବା।
୫. ଗଣ୍ଠି ମୋଡ଼ିବାରେ ଅସୁବିଧା: ହାତ କିମ୍ବା ଗୋଡ଼ର ଗଣ୍ଠିକୁ ବଙ୍କା ଓ ସିଧା କରିବାରେ କଷ୍ଟ ହେବା।

ପିଲାଙ୍କଠାରେ ଏହି ଲକ୍ଷଣ ଲଗାତାର ରହିଲେ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଗଣ୍ଠି ଫୁଲିବା ସହ ଜ୍ୱର, ପ୍ରବଳ ଯନ୍ତ୍ରଣା କିମ୍ବା ଗୋଡ଼ରେ ଓଜନ ରଖି ନପାରିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରାନ୍ତୁ। କାରଣ ଏହା ଗଣ୍ଠି ସଂକ୍ରମଣର ସଙ୍କେତ ମଧ୍ୟ ହୋଇଥାଇପାରେ।

Papaya Seeds Benefit: ଡଷ୍ଟବିନ୍‌ରେ ଫୋପାଡ଼ନ୍ତୁନି ଅମୃତଭଣ୍ଡା ମଞ୍ଜି! ଜାଣନ୍ତୁ ଏହାର ଫାଇଦା

ସମୟୋଚିତ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଦ୍ୱାରା ଗଣ୍ଠିର କ୍ଷତିକୁ ରୋକିବା ସହ ପିଲାଙ୍କ ସାଧାରଣ ବିକାଶରେ ସହାୟତା ମିଳିପାରେ। ତେଣୁ ପିଲାଙ୍କ ଏପରି ଲକ୍ଷଣକୁ କେବଳ ଖେଳ କିମ୍ବା ଥକ୍କାପଣର ପ୍ରଭାବ ବୋଲି ଭାବି ଅଣଦେଖା କରନ୍ତୁ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.