ARTICLE AD BOX
ପୁରୀ (ଶିବ ପ୍ରସାଦ ଦାଶ): ଗତ ୨୪ ଅଗଷ୍ଟରେ ପୁରୀ କୁମ୍ଭାରପଡ଼ା ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା। ଅଭିଯୁକ୍ତ ପୁଅ ମଦନ ଦଳାଇକୁ ବାନ୍ଧିଲା ପୁଲିସ। ଦୀର୍ଘ ୫୭ ଦିନ ପରେ ମଦନକୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ଝାଡ଼ଖଣ୍ଡର ଏକ ସ୍ନାକ୍ସ ଦୋକାନରେ ଅଭିଯୁକ୍ତ ମଦନ ଦଳାଇ କାମ କରୁଥିବାର ସୂଚନା ପାଇ ଚଢାଉ କରିଥିଲା କୁମ୍ଭାରପଡ଼ା ପୁଲିସ।
ପୁଲିସର ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୪ ତାରିଖରେ ଘଟଣା ସାମନାକୁ ଆସିଥିଲେ ହେଁ, ୨୦ଅଗଷ୍ଟରୁ ଘଟଣା ଘଟିଥିଲା । ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ମଧ୍ୟ ୨୦ତାରିଖ ରାତିରେ କଣ ଘଟିଥିଲା ,ସେ ବିଷୟରେ ସ୍ପଷ୍ଟ କରିନାହିଁ ପୁଲିସ୍। ତେବେ ୨୦ତାରିଖରେ ମାଆର ମୃତ୍ୟୁ ହେବା ପରେ ହଡବଡେଇ ଥିଲା ମଦନ। ୨୧ ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟ ଏକ ଦୋକାନରୁ ସିମେଣ୍ଟ ଆଣି ମୃତଦେହକୁ ପ୍ଲାଷ୍ଟର କରିଥିଲା।ଏହାପରେ ସେଠାରେ ଦୁଇ ଦିନ ରହିବା ପରେ ୨୩ ତାରିଖରେ ବସ୍ ଯୋଗେ ଫେରାର ହୋଇଥିଲା । ପରେ ଟ୍ରେନ ଯୋଗେ ଟିଟିଲାଗଡ଼ ଓ ପରେ ରାୟପୁର ଯାଇଥିଲା ଅଭିଯୁକ୍ତ ମଦନ ଦଳାଇ । ନିଜ ଫୋନ୍ ବିକ୍ରି କରିବା ସହ ଏକ ଛୋଟ ଫୋନ୍ କିଣିଥିଲା। ମୁମ୍ବାଇ ରେ ପ୍ରାୟ ଏକ ମାସ ଛୋଟ ମୋଟ କାମ କରିଥିଲା । ପରେ ଝାଡ଼ଖଣ୍ଡ ଯାଇ ସେଠାରେ ଏକ ସ୍ନାକ୍ସ ଦୋକାନରେ କାର୍ଯ୍ୟ କରୁଥିଲା ।
ଭଉଣୀର ମୋବାଇଲ ଟ୍ରେସ କରିଥିଲା ପୁଲିସ
କଲିକତାରେ ଥିବା ନିଜ ଭଉଣୀ ସହ ଯୋଗାଯୋଗ କରିଥିଲା । ଏହାରି ଭିତରେ ପୁଲିସ ତାର ପୈତୃକ ଘର ଗଜପତିର କାଶୀନଗରରେ ଚଢ଼ାଉ କରି ୨୫ ବର୍ଷ ତଳୁ ମଦନଙ୍କ ପରିବାର ଗାଁ ଛାଡ଼ିଥିବା ଜାଣିବାକୁ ପାଇଥିଲା । ମଦନର ଭାଇ ଠାରୁ ବିଭିନ୍ନ ସୂଚନା ପାଇଥିଲା ପୁଲିସ ।ପରେ ଭଉଣୀର ମୋବାଇଲ ଟ୍ରେସ କରି ଅଭିଯୁକ୍ତ ମଦନ ପାଖରେ ପହଞ୍ଚିଥିଲା ପୁଲିସ। ଗଜପତି,ଗଞ୍ଜାମ,ଝାଡ଼ଖଣ୍ଡ,ମହାରାଷ୍ଟ୍ରରେ ଚଢାଉ ଓ FRS ଆଦି ଟେକ୍ନିକାଲ ବ୍ୟବସ୍ଥା ଆପଣାଇବା ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ତେବେ ସେ ବଞ୍ଜାରା ଭାବରେ ଜୀବନଯାପନ କରୁଥିବାରୁ ଡିଜିଟାଲ ଫୁଟ ପ୍ରିଣ୍ଟ ପାଇବାରେ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଏସପି । ତେବେ ଭଡ଼ାଘର ସିସିଟିଭି କ୍ୟାମେରାରୁ ୨ ମାସ ରେକର୍ଡ ଯାଞ୍ଚ୍ କରିବା ପରେ ହିଁ ବିଭିନ୍ନ ସୂଚନା ଆଧାରରେ ମଦନକୁ ଧରିବାରେ ସଫଳ ହୋଇଥଲା ପୁଲିସ୍ ।
woman: ଘର ଭିତରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଭାଇ

1 hour ago
1


