Job Scam: ଚାକିରି ନାମରେ ବଢ଼ୁଛି ଠକେଇ, ସତର୍କ କଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

4 hours ago 2
ARTICLE AD BOX

ନୂଆଦିଲ୍ଲୀ: ଲିଙ୍କଡ୍‌ଇନ୍‌ ଭଳି ପେସାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମକୁ ଆଧାର କରି ସାଇବର ଅପରାଧୀମାନେ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛନ୍ତି। ଉଚ୍ଚ ଦରମା, ଘରୁ କାମ, ରିମୋଟ୍‌ ଇଣ୍ଟର୍ନସିପ୍‌ ଏବଂ ସାକ୍ଷାତକାର ବିନା ତୁରନ୍ତ ନିଯୁକ୍ତିର ପ୍ରଲୋଭନ ଦେଇ ଠକେଇ ବଢ଼ୁଥିବାରୁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ସତର୍କ ସୂଚନା ଜାରି କରିଛି।

ସମ୍ବେଦନଶୀଳ ତଥ୍ୟ ହାସଲ

ସାଇବର ସୁରକ୍ଷା ବିଶେଷଜ୍ଞ ରାହୁଲ ମିଶ୍ରଙ୍କ କହିବାନୁସାରେ, ଠକମାନେ ବଡ଼ ବଡ଼ କମ୍ପାନିର ଏଚଆର କିମ୍ବା ରିକ୍ରୁଟର ଭାବେ ନକଲି ପ୍ରୋଫାଇଲ୍‌ ସୃଷ୍ଟି କରି ଚାକିରି ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରୁଛନ୍ତି। ସାକ୍ଷାତକାର ବିନା ନିଯୁକ୍ତି ଦେବାର ପ୍ରତିଶ୍ରୁତି ସହ ପଞ୍ଜିକରଣ ଫି, ପ୍ରଶିକ୍ଷଣ ଶୁଳ୍କ, ଡକ୍ୟୁମେଣ୍ଟ ଯାଞ୍ଚ ଫି କିମ୍ବା ଲାପଟପ୍‌ ଚାର୍ଜ ନାଁରେ ଟଙ୍କା ଆଦାୟ କରୁଛନ୍ତି। ଏହା ସହ ବ୍ୟାଙ୍କ ଖାତା, ପ୍ୟାନ୍‌, ଆଧାର ଓ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ କରି ପରବର୍ତ୍ତୀ ସମୟରେ ସାଇବର ଅପରାଧରେ ବ୍ୟବହାର କରୁଛନ୍ତି।

UP Cabinet Decision: ୟୁପି କ୍ୟାବିନେଟର ବଡ଼ ନିଷ୍ପତ୍ତି: ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବେ ଯୋଗୀ ସରକାର

ବିଶେଷଜ୍ଞଙ୍କ ମତରେ, ଏହି ଠକେଇର ପ୍ରମୁଖ ଟାର୍ଗେଟ୍‌ ହେଉଛନ୍ତି ଫ୍ରେସର, କଲେଜ ଛାତ୍ରଛାତ୍ରୀ, ଇଣ୍ଟର୍ନସିପ୍‌ ଖୋଜୁଥିବା ପ୍ରାର୍ଥୀ, କ୍ୟାରିୟର ପରିବର୍ତ୍ତନ କରିବାକୁ ଚାହୁଁଥିବା କର୍ମଚାରୀ ଏବଂ ‘ଓପେନ୍ ଟୁ ୱାର୍କ’ ବିକଳ୍ପ ସକ୍ରିୟ କରିଥିବା ଲିଙ୍କଡ୍‌ଇନ୍‌ ବ୍ୟବହାରକାରୀ। ପ୍ରକୃତ ଓ ନକଲି ଚାକିରି ପ୍ରସ୍ତାବ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ନିଯୁକ୍ତିଦାତାଙ୍କ ପ୍ରୋଫାଇଲ୍‌, କମ୍ପାନିର ଅଧିକାରିକ ୱେବସାଇଟ୍‌, ଇ-ମେଲ୍‌ ଡୋମେନ୍‌ ଏବଂ ଚାକିରି ବିଜ୍ଞପ୍ତିକୁ ଯାଞ୍ଚ କରିବାକୁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପରାମର୍ଶ ଦେଇଛି। କୌଣସି ପ୍ରକ୍ରିୟା ବିନା ନିଯୁକ୍ତି, ତୁରନ୍ତ ନିଷ୍ପତ୍ତି ନେବାକୁ ଚାପ କିମ୍ବା ପୂର୍ବରୁ ଟଙ୍କା ଦାବି କରାଗଲେ ସତର୍କ ରହିବାକୁ କୁହାଯାଇଛି।

ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ଲିଙ୍କଡ୍‌ଇନ୍‌ର ନୀଳ ଟିକ୍‌ କିମ୍ବା ଭେରିଫାଏଡ୍‌ ବ୍ୟାଜ୍‌ କେବଳ ପ୍ରୋଫାଇଲ୍‌ ଯାଞ୍ଚ ହୋଇଥିବାର ସୂଚନା ଦେଇଥାଏ। ଏହା ଚାକିରି ପ୍ରସ୍ତାବର ବିଶ୍ୱସନୀୟତାର ଗ୍ୟାରେଣ୍ଟି ନୁହେଁ। ସେହିପରି ଚାକିରିର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଙ୍କ ବିବରଣୀ, ପ୍ୟାନ୍‌, ଆଧାର, ଓଟିପି କିମ୍ବା ପାସୱାର୍ଡ ଭଳି ସମ୍ବେଦନଶୀଳ ସୂଚନା କେବେବି ସେୟାର ନ କରିବାକୁ ପରାମର୍ଶ ଦିଆଯାଇଛି।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

ଯଦି କେହି ଏପରି ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ବ୍ୟାଙ୍କକୁ ସୂଚନା ଦେବା, ସମସ୍ତ ପାସୱାର୍ଡ ପରିବର୍ତ୍ତନ କରିବା, ସାଇବର ହେଲ୍ପଲାଇନ୍‌ ୧୯୩୦ରେ ଯୋଗାଯୋଗ କରିବା ଏବଂ cybercrime.gov.inରେ ଅଭିଯୋଗ ଦାଖଲ କରିବାକୁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆହ୍ୱାନ କରିଛି। ସେହିପରି ଠକେଇ ସମ୍ପର୍କିତ ସମସ୍ତ ସ୍କ୍ରିନ୍‌ସଟ୍‌, ଇ-ମେଲ୍‌, ଚାଟ୍‌ ଏବଂ କାରବାରର ପ୍ରମାଣ ସଂରକ୍ଷଣ କରି ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.