ARTICLE AD BOX
ନୂଆଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ ଅପରେଟର 'ରିଲାଏନ୍ସ ଜିଓ' ନିଜ ଗ୍ରାହକଙ୍କ ପାଇଁ କଲିଂ, ଡାଟା ଏବଂ ଅନ୍ୟାନ୍ୟ ସୁବିଧା ସହିତ ବିଭିନ୍ନ ପ୍ରକାରର ପ୍ଲାନ ପ୍ରଦାନ କରିଥାଏ। କମ୍ପାନି ସମଗ୍ର ପରିବାର ପାଇଁ ଏକ ସ୍ୱତନ୍ତ୍ର ଏବଂ ସୁଲଭ ମୂଲ୍ୟର ପ୍ଲାନ ମଧ୍ୟ ଉପଲବ୍ଧ କରାଉଛି। ୪୪୯ ଟଙ୍କା ମୂଲ୍ୟର ଏହି ପୋଷ୍ଟପେଡ୍ ପ୍ଲାନଟି ଅନେକ ଆକର୍ଷଣୀୟ ସୁବିଧା ପ୍ରଦାନ କରିବ।
ଜିଓର ୪୪୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନରେ କ’ଣ ସବୁ ସୁବିଧା ରହିଛି
ଜିଓର ଏହି ସୁଲଭ ମୂଲ୍ୟର ପାରିବାରିକ ପୋଷ୍ଟପେଡ୍ ପ୍ଲାନ ମାଧ୍ୟମରେ ଗ୍ରାହକମାନେ ଅନେକ ସୁବିଧା ପାଇପାରିବେ। ଏଥିରେ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ ଭଏସ୍ କଲିଂର ସୁବିଧା ରହିଛି। ମୁଖ୍ୟ ବ୍ୟବହାରକାରୀ (ପ୍ରାଇମେରୀ ୟୁଜର୍) ପ୍ରତି ମାସରେ ୭୫ ଜିବି ହାଇ-ସ୍ପିଡ୍ ଡାଟା ପାଇବେ। ତେବେ ଏହି ସୀମା ଶେଷ ହେବା ପରେ କମ୍ପାନି ପ୍ରତି ଜିବି ପିଛା ୧୦ ଟଙ୍କା ଚାର୍ଜ କରିଥାଏ। ଗ୍ରାହକମାନେ ନିଜ ଆକାଉଣ୍ଟରେ ଅତିରିକ୍ତ ଭାବରେ ତିନୋଟି ସିମ୍ କାର୍ଡ/ ଫେମିଲି ସଦସ୍ୟଙ୍କୁ ଯୋଡ଼ିପାରିବେ। ପ୍ରତ୍ୟେକ ଅତିରିକ୍ତ ସିମ୍ କାର୍ଡ ପାଇଁ ମାସିକ ୧୫୦ ଟଙ୍କା ଶୁଳ୍କ ଲାଗିଥାଏ। ଏହି ଆଡ-ଅନ ଫେମିଲି ମେମ୍ବର୍ସଙ୍କୁ ପ୍ରତି ମାସରେ ୫ ଜିବି ଅତିରିକ୍ତ ଡାଟା ଏବଂ ସମ୍ପୂର୍ଣ୍ଣ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମିଳିଥାଏ। ମୁଖ୍ୟ ବ୍ୟବହାରକାରୀ ଏବଂ ଅତିରିକ୍ତ ସିମ୍ ବ୍ୟବହାରକାରୀ ଉଭୟଙ୍କୁ ପ୍ରତିଦିନ ୧୦୦ଟି ମାଗଣା ନାସନାଲ ଏସଏମଏସ ସୁବିଧା ମିଳିବ।
ଏହି ପ୍ଲାନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଅନ୍ତର୍ଭୁକ୍ତ ପ୍ରିମିୟମ୍ ଡିଜିଟାଲ୍ ଏବଂ ଏଆଇ ସବସ୍କ୍ରିପସନ୍, ଯାହା ଏହାକୁ ଅନ୍ୟ କମ୍ପାନିଗୁଡ଼ିକର ପ୍ଲାନ ଠାରୁ ଭିନ୍ନ କରିଥାଏ। ଜିଓ ନିଜ ଗ୍ରାହକଙ୍କୁ ଗୁଗୁଲର ସବୁଠାରୁ ପ୍ରିମିୟମ୍ ଏବଂ ଉନ୍ନତ ଏଆଇ ସବସ୍କ୍ରିପସନ୍—'ଗୁଗୁଲ୍ ଏଆଇ ପ୍ରୋ' ପୂରା ୧୮ ମାସ (ଦେଢ଼ ବର୍ଷ) ପାଇଁ ପ୍ରଦାନ କରୁଛି। ସେହିପରି ମୁଖ୍ୟ ବ୍ୟବହାରକାରୀ ଏବଂ ଏହି ପ୍ଲାନ ସହିତ ଜଡିତ ପରିବାରର ଅନ୍ୟ ସଦସ୍ୟମାନେ ୫ଜି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ତେବେ ସେମାନେ ଜିଓ ତରଫରୁ ଅସୀମିତ ୫ଜି ଇଣ୍ଟରନେଟ୍ ସୁବିଧା ପାଇପାରିବେ। ଯେଉଁଥିରେ କୌଣସି ଦୈନିକ ଡାଟା ସୀମା ରହିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ହେବ।
ଷ୍ଟ୍ରିଟ୍ଲାଇଟ୍ ଦୁର୍ନୀତି ମାମଲା, କୋର୍ଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ ଯନ୍ତ୍ରୀ

4 days ago
5


