JDU action: ଦଳ ବିରୋଧୀ କାର୍ଯ୍ୟ ଯୋଗୁ ମୋକମା ବିଧାୟକ ଜେଡିୟୁରୁ ବହିଷ୍କିତ

47 minutes ago 2
ARTICLE AD BOX

ପାଟନା: ବିହାର ରାଜନୀତିରେ ଗତ କିଛି ଦିନ ହେଲା ନିଜ ବୟାନକୁ ନେଇ ହଟଚମଟ ସୃଷ୍ଟି କରିଥିବା ମୋକମା ବିଧାୟକ ଅନନ୍ତ କୁମାର ସିଂହଙ୍କ ଉପରେ ଜେଡିୟୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତତ୍କାଳ ପ୍ରଭାବରେ ଦଳର ପ୍ରାଥମିକ ସଦସ୍ୟତା ରଦ୍ଦ କରିବା ସହିତ ୬ ବର୍ଷ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛି। ଭାରତୀୟ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ଅନନ୍ତ ସିଂହଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ଦଳ ବାଚସ୍ପତି ପ୍ରେମ କୁମାରଙ୍କୁ ସୁପାରିସ କରି ଚିଠି ମଧ୍ୟ ଲେଖିଛି। ବିଧାନ ପରିଷଦ ନିର୍ବାଚନର ଦିନକ ପରେ ଦଳ ବଡ଼ ପଦକ୍ଷେପ ନେଇଛି।

ଜେଡିୟୁ ରାଜ୍ୟ ସଭାପତି ଉମେଶ ସିଂହ କୁଶୱାହଙ୍କ ପକ୍ଷରୁ ଜାରି ଚିଠି ଅନୁଯାୟୀ, ଅନନ୍ତ ସିଂହଙ୍କ ପତ୍ନୀ ତଥା ପୂର୍ବତନ ବିଧାୟିକା ନୀଲମ ଦେବୀଙ୍କ ବିରୋଧରେ ମଧ୍ୟ ଜେଡିୟୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ନୀଲମ ଦେବୀଙ୍କର ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଇଛି। ତାଙ୍କୁ ଜେଡିୟୁରୁ ​​ଛଅ ବର୍ଷ ପାଇଁ ବହିଷ୍କାର କରାଯାଇଛି।

ବିହାର ବିଧାନ ପରିଷଦ ନିର୍ବାଚନରେ ​​ବିଦ୍ରୋହୀ ମନୋଭାବ ଗ୍ରହଣ କରିଥିବା ଅନନ୍ତ ସିଂହ ବାରମ୍ବାର ଜେଡିୟରୁ ପାଟନା ସ୍ନାତକ ଆସନ ପ୍ରାର୍ଥୀ ନୀରଜ କୁମାରଙ୍କ ବିରୋଧରେ ଖୋଲାଖୋଲି ଭାବେ ବୟାନ ଦେଉଥିଲେ। ନୀରଜ କୁମାରଙ୍କୁ ବିରୋଧ କରି ସେ ଜନ ସୁରାଜ ପାର୍ଟିର ପ୍ରାର୍ଥୀ ଡ. ଅନୁଜ ସିଂହଙ୍କୁ ସମର୍ଥନ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନହୀନତା ଅଭିଯୋଗରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳର ଶୀର୍ଷ ନେତୃତ୍ବଙ୍କ ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା କୁହାଯାଇଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଅନନ୍ତ ସିଂହ ଜେଡିୟୁ ମୁଖପାତ୍ର ତଥା ଏମଏଲସି ନୀରଜ କୁମାରଙ୍କ ଉପରେ ତୀବ୍ର ଆକ୍ରମଣ କରି କହିଥିଲେ, ଆପଣ କ''ଣ ପ୍ରଧାନମନ୍ତ୍ରୀ ଯେ ଆପଣ ତାଙ୍କୁ ମନ୍ତ୍ରୀ କରିବେ? ସେ ଚେତାବନୀ ଦେଇଥିଲେ ଯେ, ତାଙ୍କୁ ହଇରାଣ କରାଯାଇଛି, ଏବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ, ସେ କାହାକୁ ଛାଡିବେ ନାହିଁ ବୋଲି ଅନନ୍ତ ସିଂହ କହିଛନ୍ତି।

ପଶ୍ଚିମବଙ୍ଗରେ ରାଜନୈତିକ ହଟଚମଟ: ମମତାଙ୍କ ଦଳ ଦୁଇ ଫାଳ, ଋତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ନିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.