Japan delegation: ଭୁବନେଶ୍ବର ବୁଲିଲେ ତତ୍ତୋରି ପ୍ରତିନିଧି

53 minutes ago 3
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ଜାପାନର ତତ୍ତୋରି ପ୍ରଦେଶର ପ୍ରତିନିିଧି ଦଳ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ତତ୍ତୋରିର ମୁଖ୍ୟ ସଚିବ ତୋଷିକି ଏଣ୍ଡୋଙ୍କ ନେତୃତ୍ବରେ ଆସିଥିବା ଏହି ଦଳ ଆଇଆଇଟି ଭୁବନେଶ୍ବରରେ ଗବେଷଣା, ପ୍ରଯୁକ୍ତି ହସ୍ତାନ୍ତର ଓ ଶିକ୍ଷାଗତ ଆଦାନପ୍ରଦାନ ଉପରେ ଆଲୋଚନା କରିଥିଲେ।

ଏହାପରେ ସେମାନେ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କରି ବୌଦ୍ଧ ଐତିହ୍ୟ ବିଷୟରେ ଜାଣିଥିଲେ। କିଟ୍‌ ବିଶ୍ବବିଦ୍ୟାଳୟ ସହ ସେମାନେ ଅନ୍ତର୍ଜାତୀୟ ଶିକ୍ଷା ସହଯୋଗିତା, ଛାତ୍ରଛାତ୍ରୀ ବିନିମୟ ଓ ସହଯୋଗିତା ଭିତ୍ତିକ ଗବେଷଣା ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ଏହାପରେ ସେମାନେ ଷ୍ଟାର୍ଟଅପ୍‌ ଓଡ଼ିଶା ଯାଇଥିଲେ। ସେଠାରେ ସେମାନେ ରାଜ୍ୟର ବଢ଼ୁଥିବା ଷ୍ଟାର୍ଟଅପ୍‌ ବ୍ୟବସ୍ଥା, ନବସୃଜନ ଓ ଉଦ୍ୟମିତା ଅଭିଯାନ ବିଷୟରେ ଜାଣିଥିଲେ। ସେମାନେ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ବିଶ୍ବସ୍ତରୀୟ ଦକ୍ଷତା ବିକାଶ ଭିତ୍ତିଭୂମି ଓ ଶିଳ୍ପ କୈନ୍ଦ୍ରିକ ତାଲିମ ବିଷୟରେ ଜାଣିଥିଲେ। ଓଡ଼ିଶାରେ ଥିବା ଜାପାନୀ କମ୍ପାନିର ପ୍ରତିନିଧିମାନଙ୍କ ସହ ମଧ୍ୟ ତତ୍ତୋରି ପ୍ରତିନିଧିମାନେ ଭାବ ବିନିମୟ କରିଥିଲେ।

Neglected heritage: ଅବହେଳିତ ଐତିହ୍ୟ: ହଜିଯିବ ‘ଜିମିନିଆ ହିଲ୍‌’ର ଅକୁହା କାହାଣୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.