JantarMantar: ଜନ୍ତର ମନ୍ତରରେ କାଳିମାଡ଼ କରିଥିବା ବରଖାଙ୍କ ସ୍ପଷ୍ଟୀକରଣ, କୋର୍ଟ ଗଲେ ୱାଙ୍ଗଚୁକଙ୍କ ପତ୍ନୀ

4 weeks ago 10
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କୋକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଉପରକୁ ନୀଳ କାଳି ଫିଙ୍ଗିଥିବା ମହିଳା ବରଖା ତ୍ରେହାନ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କର କୌଣସି ରାଜନୈତିକ ସମ୍ପର୍କ ନାହିଁ। ମଞ୍ଚ ଉପରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ନେଇ ପରିହାସ କରାଯିବାରୁ ସେ ନିଜ ଧାର୍ମିକ ଭାବନା ରକ୍ଷା କରିବାକୁ ଯାଇ କାଳିମାଡ଼ କରିଥିଲେ। ଏହି ଆନ୍ଦୋଳନ ପଛରେ ଏକ ରାଜନୈତିକ ଏଜେଣ୍ଡା ଅଛି ଏବଂ ଏଥିପାଇଁ ସୋନମ ୱାଙ୍ଗଚୁକଙ୍କୁ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କାଳି ଫିଙ୍ଗିବା ପରେ ତାଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଦିଲ୍ଲୀ ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସେ କହିଛନ୍ତି।

ଆହୁରି ପଢନ୍ତୁ: Iran: ଆମେରିକାର ସୁଦୃଢ଼ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଇରାନର ସମସ୍ତ କ୍ଷେପଣାସ୍ତ୍ରକୁ ଅଟକାଇ ପାରୁନି

ଅପରପକ୍ଷେ, ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପତ୍ନୀ ଗୀତାଞ୍ଜଳି ସନ୍ଦେହ ପ୍ରକାଶ କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ୱାଙ୍ଗଚୁକଙ୍କ ହେଲ୍ଥ ବୁଲେଟିନରେ ପୋଟାସିୟମ୍ ସ୍ତରର ସଠିକ୍ ତଥ୍ୟ ଲୁଚାଇଥିବା ସେ ଅଭିଯୋଗ କରିଛନ୍ତି। ହସ୍ପିଟାଲ ବାହାରେ ବ୍ୟାପକ ପୋଲିସ ମୁତୟନକୁ ସେ ବେଆଇନ ଅଟକ ବୋଲି ଦର୍ଶାଇଛନ୍ତି। ୱାଙ୍ଗଚୁକଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରୁ ମୁକ୍ତ କରିବା ଏବଂ ପରିବାର ପସନ୍ଦର ବେସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଦାବିରେ ସେ ଦିଲ୍ଲୀ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.