Jantar Mantar: ଯନ୍ତରମନ୍ତର ହିଂସା ତଦନ୍ତ ପ୍ୟାନେଲ ସୁପ୍ରିମ୍‌କୋର୍ଟ ତତ୍ତ୍ୱାବଧାନରେ କାମ କରିବ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଯନ୍ତରମନ୍ତରରେ ସିଜେପିର ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ହିଂସାର ତଦନ୍ତ ପାଇଁ ଗଠିତ ଉଚ୍ଚକ୍ଷମତାସମ୍ପନ୍ନ କମିଟି ସୁପ୍ରିମ୍‌କୋର୍ଟର ତତ୍ତ୍ୱାବଧାନରେ କାମ କରିବ। ମଙ୍ଗଳବାର ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହା ସ୍ପଷ୍ଟ କରିଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଆର୍‌ ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ କମିଟିକୁ ବର୍ତ୍ତମାନ ପୁନର୍ଗଠନ କରାଯିବ ନାହିଁ ବୋଲି ଅଦାଲତଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି।

ଆହୁରି ପଢନ୍ତୁ :Aashirvaad Atta: ଆପଣ ବି ଆଶୀର୍ବାଦ ଅଟା ଖାଉଛନ୍ତି କି? ଏହି ଖବର ନିଶ୍ଚିତ ପଢନ୍ତୁ

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉଠିଥିଲା। କିଛି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ କମିଟିର ଗଠନ ନେଇ ଆପତ୍ତି ଉଠାଇ ଆବେଦନଟିର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ। ଆବେଦନରେ କମିଟିର ଅଧ୍ୟକ୍ଷ କିଏ ହେବା ଉଚିତ, ସେନେଇ ନିର୍ଦ୍ଦିଷ୍ଟ ବିଚାରପତିଙ୍କ ନାମ ଉଲ୍ଲେଖ କରାଯାଇଥିବାକୁ ସେ ଆପତ୍ତି କରିଥିଲେ। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ କମିଟିରେ ଯିଏ କାମ କରିବେ, ସେ ସୁପ୍ରିମ୍‌କୋର୍ଟର ତତ୍ତ୍ୱାବଧାନରେ କାମ କରିବେ। ମାମଲା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସମସ୍ତ ପକ୍ଷ କମିଟିକୁ ସହଯୋଗ କରନ୍ତୁ ଏବଂ ଏହାକୁ କାମ କରିବାକୁ ଦିଆଯାଉ ବୋଲି ଖଣ୍ଡପୀଠ କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ଏହା ଆବେଦନକାରୀମାନଙ୍କର ସାଧାରଣ ଚିନ୍ତା ବୋଲି କହିଥିଲେ।

ଆହୁରି ପଢନ୍ତୁ :JAAC : ପାକିସ୍ତାନ ବିରୋଧରେ ପୁଣି ଆନ୍ଦୋଳନ ଡାକଦେଲା ଜେଏଏସି


ଅଗଷ୍ଟ ୨୦ରେ ସୁପ୍ରିମ୍‌କୋର୍ଟ ଏହି ପାଞ୍ଚଜଣିଆ କମିଟି ଗଠନ କରିଥିଲେ। ଜଷ୍ଟିସ୍‌ ରେଡ୍ଡୀଙ୍କ ବ୍ୟତୀତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଶାଲିନ୍ଦର କୌର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଋଷିକୁମାର ଶୁକ୍ଲା ଓ ମେଘାଳୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏଲ୍‌ଆର୍‌ ବିଷ୍ଣୋଇ ଏଥିରେ ସଦସ୍ୟ ଅଛନ୍ତି।

ଆହୁରି ପଢନ୍ତୁ :Earthquakes: ୭ ଦିନରେ ୧୮୭ ଭୂକମ୍ପ, ରିଙ୍ଗ୍‌ ଅଫ୍‌ ଫାୟାରରେ ବଢ଼ିଲା ହଲଚଲ

ଜୁଲାଇ ୨୦ରେ ଦିଲ୍ଲୀରେ ସଂସଦ ଅଭିମୁଖେ ଆନ୍ଦୋଳନକାରୀଙ୍କ ମାର୍ଚ୍ଚ ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ପକ୍ଷରୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ନେଇ ଅଭିଯୋଗ ହୋଇଥିବାବେଳେ ପ୍ରଦର୍ଶନକାରୀଙ୍କ ହିଂସା ନେଇ ମଧ୍ୟ ଅଭିଯୋଗ ରହିଛି। କମିଟି ପୁଲିସର ଅତ୍ୟଧିକ ବଳ ପ୍ରୟୋଗ, ପେଲେଟ୍‌ ଗନ୍ ବ୍ୟବହାର, ଆହତ ହେବା ଘଟଣା ସହ ପୁଲିସ ଉପରେ ହୋଇଥିବା ହିଂସାର ମଧ୍ୟ ତଦନ୍ତ କରିବ। କମିଟିର ତଦନ୍ତ ଜାରି ରହିବ ଏବଂ ଆବଶ୍ୟକ ହେଲେ ଅନ୍ତରୀଣ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କୁ ଦେବ। ଏହି ରିପୋର୍ଟ ଆଧାରରେ ଅଦାଲତ ପରବର୍ତ୍ତୀ ନିର୍ଦ୍ଦେଶ ଦେଇପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.