Jantar Mantar protest: ଯନ୍ତର-ମନ୍ତର ଆନ୍ଦୋଳନ ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି: ଆର୍‌ଏସ୍‌ଏସ୍‌

1 hour ago 2
ARTICLE AD BOX

ବିଶାଖାପାଟଣା: ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନ କେବଳ ଦୁର୍ନୀତିର ପ୍ରସଙ୍ଗ ନୁହେଁ, ବରଂ ଦେଶର ବ୍ୟବସ୍ଥାରେ ଥିବା ବିଫଳତା ଓ ଅଭାବକୁ ଦର୍ଶାଉଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) କହିଛି। ବିଶାଖାପାଟଣାରେ ଶୁକ୍ରବାର ଆର୍‌ଏସ୍‌ଏସ୍‌ର ୩ ଦିନିଆ ସମନ୍ୱୟ ସମିତି ବୈଠକ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ନେତା ସିଆର୍‌ ମୁକୁନ୍ଦ ଏହି ମତ ରଖିଛନ୍ତି।

ଯନ୍ତରମନ୍ତରରେ ହୋଇଥିବା ଆନ୍ଦୋଳନ ଏକ ବଡ଼ ସମସ୍ୟାର ଲକ୍ଷଣ ବୋଲି ମୁକୁନ୍ଦ କହିଛନ୍ତି। ଏହା କେବଳ ନିଟ୍‌ କିମ୍ବା ଗୋଟିଏ ନିର୍ଦ୍ଦିଷ୍ଟ ସରକାର ସହ ଜଡ଼ିତ ପ୍ରସଙ୍ଗ ନୁହେଁ। ଦେଶର ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଅଭାବ ଓ ବିଫଳତା ଯୋଗୁଁ ଯୁବପିଢ଼ି ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଓ ଆଶଙ୍କିତ ଅଛନ୍ତି। ଶିକ୍ଷା, ନିଯୁକ୍ତି ଓ ଦ୍ରୁତଗତିରେ ବଦଳୁଥିବା ସମାଜରେ ଯୁବପିଢ଼ିର ଆକାଂକ୍ଷା ଭଳି ପ୍ରସଙ୍ଗକୁ ମଧ୍ୟ ଏହି ଆଲୋଚନାରେ ସାମିଲ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ମୁକୁନ୍ଦ କହିଛନ୍ତି, ବ୍ୟବସ୍ଥାରେ ଥିବା ସମସ୍ୟା ଦୂର କରିବା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ ଏବଂ ସମାଜକୁ ମଧ୍ୟ ସଚେତନ ହୋଇ ସହଯୋଗ କରିବାକୁ ହେବ। ତାଙ୍କ ମତରେ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଧ୍ୱଂସ କିମ୍ବା ବିଶୃଙ୍ଖଳାର ମାର୍ଗ ଗ୍ରହଣ କରାଯାଇପାରିବ ନାହିଁ। ପରିବର୍ତ୍ତନ ପାଇଁ ଗଠନମୂଳକ ଓ ସକାରାତ୍ମକ ଆଭିମୁଖ୍ୟ ଆବଶ୍ୟକ।

Judgement: ନିଟ୍ ଆନ୍ଦୋଳନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ; ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ଯନ୍ତରମନ୍ତରରେ ‘କକ୍‌ରୋଚ୍‌ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜୁନ୍‌ ୨୦ରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରୀକ୍ଷାରେ ଅନିୟମିତତା, ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ପ୍ରସଙ୍ଗରେ ଏହି ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକାରୀମାନେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ପରୀକ୍ଷା ବ୍ୟବସ୍ଥାରେ ଉତ୍ତରଦାୟିତ୍ବ ଦାବି କରିଥିଲେ। ପରେ ଜୁଲାଇ ୨୫ରେ ୩୬ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନ ଶେଷ ହୋଇଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ଆନ୍ଦୋଳନକାରୀଙ୍କ ଅନ୍ୟ କେତେକ ଦାବି ସରକାର ଗ୍ରହଣ କରିବା ପରେ ଆନ୍ଦୋଳନକୁ ସମାପ୍ତ କରାଯାଇଥିଲା। ଏହି ଆନ୍ଦୋଳନ ନିଟ୍‌ ସମେତ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଦେଶବ୍ୟାପୀ ଯୁବପିଢ଼ିର ଅସନ୍ତୋଷକୁ ସାମ୍ନାକୁ ଆଣିଥିଲା।


Read Entire Article
LEFT SIDEBAR AD

Hidden in mobile, Best for skyscrapers.