ARTICLE AD BOX
ଶ୍ରୀନଗର:ଜାମ୍ମୁ-କାଶ୍ମୀରରେ ନିକଟରେ ଘଟିଥିବା ଦୁଇଟି ପୃଥକ୍ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା ଲସ୍କର-ଇ-ତୋଇବା ଆତଙ୍କବାଦୀ ମହମ୍ମଦ ଲତିଫ୍ ଭଟ୍ଟର ସୂଚନା ଦେବା ପାଇଁ ଜାମ୍ମୁ-କାଶ୍ମୀର ପୁଲିସ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ୨୨ ବର୍ଷୀୟ ଏହି ପଳାତକ ଆତଙ୍କବାଦୀକୁ ଧରାଇବା ପାଇଁ ଶ୍ରୀନଗର ସମେତ କାଶ୍ମୀର ଉପତ୍ୟକାର ବିଭିନ୍ନ ପ୍ରମୁଖ ସ୍ଥାନଗୁଡ଼ିକରେ ତାଙ୍କର ଫଟୋ ଥିବା ପୋଷ୍ଟର ମାରି ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି।
ଗତବର୍ଷ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଲତିଫ୍
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୨୨ରେ ଅନନ୍ତନାଗର ଲାଲଚୌକରେ ପୁଲିସ କର୍ମଚାରୀ ଆଶିକ୍ ହୁସେନ କୁରେଶୀଙ୍କୁ ହତ୍ୟା ଏବଂ ଜୁଲାଇ ୩୧ରେ କୁଲଗାମର ଏକ ଇଟା ଭାଟିରେ ଛତିଶଗଡ଼ର ଦୁଇଜଣ ଶ୍ରମିକଙ୍କୁ ହତ୍ୟା ଘଟଣାର ତଦନ୍ତ ବେଳେ ଲତିଫର ନାମ ସାମ୍ନାକୁ ଆସିଛି। ଗତବର୍ଷ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଲତିଫ୍, ଗତମାସରେ ଶୋପିଆନଠାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟର ସମୟରେ ଅନ୍ୟ ଜଣେ ଆତଙ୍କବାଦୀ ଜାକିର ଅହମ୍ମଦ ସହ ଫସି ରହିଥିଲା।
India-Nepal border: ଭାରତ-ନେପାଳ ସୀମାନ୍ତରେ ଉତ୍ତେଜନା: ଏସଏସବି ବାହିନୀ ଉପରେ ପଥରମାଡ଼
ଏହି ୫ ଦିନିଆ ଅପରେସନରେ ଜାକିର ନିହତ ହୋଇଥିବା ବେଳେ ଲତିଫ୍ ଚତୁରତାର ସହ ଖସି ପଳାଇବାରେ ସଫଳ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଲତିଫ୍ ସମ୍ପର୍କରେ କୌଣସି ନିର୍ଭରଯୋଗ୍ୟ ସୂଚନା ମିଳିଲେ ତୁରନ୍ତ ଫୋନ୍, ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ମାଧ୍ୟମରେ ଜଣାଇବାକୁ ନିବେଦନ କରାଯାଇଛି। ସୂଚନାଦାତାଙ୍କ ନାମ ଓ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ଏବଂ ତାଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

1 week ago
3


