ARTICLE AD BOX
ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ସୋମବାର ତୁରନ୍ତ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପାଇଁ ଭାରତ ସରକାରଙ୍କୁ ଆହ୍ୱାନ କରି ଏକ ପ୍ରସ୍ତାବ ପାରିତ କରିଛି। ତେବେ ବିଜେପି ବିଧାୟକମାନେ ଏହି ଅଞ୍ଚଳର ପୂର୍ବ ସାମ୍ବିଧାନିକ ସ୍ଥିତିର ଉଲ୍ଲେଖକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସେପ୍ଟେମ୍ବର ୨୫ ତାରିଖରେ ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ। ତେବେ ପୂର୍ବ ପ୍ରସ୍ତାବର ଉଲ୍ଲେଖ ବିବାଦର ମୁଖ୍ୟ କାରଣ ଥିଲା।
ଆହୁରି ପଢନ୍ତୁ :’Gayala’ Mascot of ‘Punashcha Pruthibi ‘ପୁନଶ୍ଚ ପୃଥିବୀ’ର ମାସ୍କଟ୍ ‘ଗୟଳ’ ଉନ୍ମୋଚିତ
ବିଜେପି ବିଧାୟକମାନେ ଗୃହ ମଝିକୁ ଆସି ସ୍ଲୋଗାନ ଦେଇଥିଲେ ଏବଂ ସ୍ୱାୟତ୍ତତା ତଥା ୨୦୧୯ ଅଗଷ୍ଟ ପୂର୍ବର ସାମ୍ବିଧାନିକ ସ୍ଥିତିର ଉଲ୍ଲେଖ ଉପରେ ଆପତ୍ତି କରିଥିଲେ। ବିଜେପି କହିଛି ଯେ, ଏହା ରାଜ୍ୟ ମାନ୍ୟତାକୁ ସମର୍ଥନକରେ କିନ୍ତୁ ସେହି ଦାବିକୁ ଅଞ୍ଚଳର ପୂର୍ବତନ ସ୍ୱତନ୍ତ୍ର ମାନ୍ୟତା ସହିତ ଯୋଡିବାକୁ ବିରୋଧ କରେ। ବିଜେପି ବିଧାୟକ ପ୍ରତିବାଦ କରି କକ୍ଷତ୍ୟାଗ କରିବା ପରେ ପ୍ରସ୍ତାବକୁ ବାଚନିକ ଭୋଟରେ ପାରିତ କରାଯାଇଥିଲା।

3 days ago
4


