ARTICLE AD BOX
ବରୀ(ସଂଜୟ କୁମାର ବେହେରା): ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ନଦୀର ବନ୍ୟାରେ ଗତ ୩୦ ତାରିଖ ଗୁରୁବାର ଦିନ ବଣବାବାଜି- କାଇପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଅରୁଆଳଠାରେ ସୃଷ୍ଟି ହୋଇଥିବା ଘାଇର ଅଦ୍ୟାବଧି ଅସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଘାଇଟି ମୁକୁଳା ପଡ଼ିଥିଲାବେଳେ ଆଗକୁ ପୁଣି ଲଘୁଚାପ ଜନିତ ଲଗାଣ ବର୍ଷା ଆସୁଥିବାର ପାଣିପାଗର ସୂଚନା ପରେ ପୁଣି ଥରେ ବନ୍ୟା ଆଶଙ୍କାରେ ଅଞ୍ଚଳବାସୀ ପଡ଼ିଯାଇଛନ୍ତି। ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଏହି ଘାଇବାଟ ଦେଇ ଆସିବା ମାତ୍ରେ ବରୀ ବ୍ଲକ ମୁଖ୍ୟ ବଜାର ବରୀ ବଜାର ଚତୁର୍ପାଶ୍ୱ ଜଳମଗ୍ନ ହୋଇଯାଏ। ଏହା ସହିତ ବ୍ଲକର ୮ଟି ପଞ୍ଚାୟତରେ ଏହି ଜଳ ମାଡ଼ିଯାଇଥାଏ।
ଆହୁରି ପଢନ୍ତୁ: Jammu and Kashmir: ଏକୀକରଣ ସହିତ ଜମ୍ମୁ-କାଶ୍ମୀର ଆଗକୁ ବଢି ନୂତନ କାହାଣୀ ଲେଖୁଛି
ଏହି ପ୍ରମୁଖ ପଞ୍ଚାୟତ ମଧ୍ୟରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ. ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଅନେକ ସରକାରୀ ଅନୁଷ୍ଠାନ ସହିତ ମୁଖ୍ୟ ବରୀ ବଜାର। ଯାହାଫଳରେ ଘାଇର ଗୁରୁତ୍ବ ଥିଲାବେଳେ ବନ୍ୟା ପରେ ପରେ ତୁରନ୍ତ ଘାଇର ଅସ୍ଥାୟୀ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ହୋଇଥିଲା। ଘାଇରୁ ବନ୍ୟା ସ୍ରୋତ କଟିଯିବାର ଇତିମଧ୍ୟରେ ୫ଦିନ ବିତିବାକୁ ବସିଥିଲା ବେଳେ ଅସ୍ଥାୟୀ ମରାମତି ପାଇଁ ବିଭାଗ ପକ୍ଷରୁ ସାମାନ୍ୟତମ ପଦକ୍ଷେପ ନିଆ ନ ଯିବା ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଇ ଅଭିନାଶ ବାରିକଙ୍କୁ ପଚାରିବାରୁ କହିଛନ୍ତି ଯେ ଉକ୍ତ ଘାଇ ଉପରେ ନଜର ରଖିଛୁ । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

1 week ago
4


