ARTICLE AD BOX
ଯାଜପୁର: ଯାଜପୁର ଜିଲ୍ଲାର ୬ଟି ବ୍ଲକ(ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ ଓ ଧର୍ମଶାଳାର ଆଂଶିକ)ର ୪୦ରୁ ଅଧିକ ପଞ୍ଚାୟତ ଅଧୀନ ୧୩୦ରୁ ଅଧିକ ଗାଁ ଏବଂ ଯାଜପୁର ପୌରାଞ୍ଚଳର ଗୋଟିଏ ୱାର୍ଡ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ୨୫,୧୯୬ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ୨୨,୪୯୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୪୭ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ୩ଟି ସ୍ଥାନରେ ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦୦୦ ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଛି।
ଆହୁରି ପଢନ୍ତୁ: Bhadrak: ଭଦ୍ରକ ବୈତରଣୀରେ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରବାହିତ, ବୁଡିଯାଇଛି ୭ ବ୍ଲକର ୭୨ ପଞ୍ଚାୟତର ୩୫୦ ଗାଁ
ରସୁଲପୁର, ଧର୍ମଶାଳା ଓ କୋରେଇ ବ୍ଲକ ଅଞ୍ଚଳରେ ଶତାଧିକ ହେକ୍ଟର ପରିବା ଚାଷ ବନ୍ୟାରେ ବୁଡ଼ିରହିଛି। ୧,୬୫୮ଟି ବଡ଼ ଓ ୫,୯୩୮ଟି ଛୋଟ ଗୃହପାଳିତ ପଶୁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଘର କ୍ଷତିଗ୍ରସ୍ତ ହୋଇଥିବାର ସରକାରୀ ରିପୋର୍ଟ ମିଳିନାହିଁ। ଯୋଗାଣ ବିଭାଗ ପକ୍ଷରୁ ଆଗାମୀ ୩ ଦିନ ପାଇଁ ୧୬୮.୬୩ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକତା ଦର୍ଶାଇ ମଗାଯାଇଥିବା ଜଣାଯାଇଛି। ବର୍ତ୍ତମାନ ଜିଲ୍ଲାରେ ୪ଟି ମେଡିକାଲ ଟିମ୍, ୪ଟି ପ୍ରାଣୀ ଚିକିତ୍ସା ଟିମ୍, ଗୋଟିଏ ଏନ୍ଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍ ଟିମ୍ ଏବଂ ୧୨ଟି ଅଗ୍ନିଶମ ବାହିନୀ ଦଳ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଆହୁରି ପଢନ୍ତୁ: Shivaji Maharaj: ଜେନ୍-ଜେଡ୍ଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ତୁଳନା କଲେ ଉଦ୍ଧବ ଠାକରେ
ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ସକାଳ ୧୦ଟାରେ ୧୮.୩୦ ମିଟର ରେକର୍ଡ ହୋଇଛି, ଯାହା ବିପଦସଙ୍କେତ ୧୮.୩୩ ମିଟରର ନିକଟରେ ରହିଛି। ସେହିପରି ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୬୭.୭୦ ଫୁଟ ଥିବାବେଳେ ପରବର୍ତ୍ତୀ ସମୟରେ ଜଳସ୍ତର ଧୀରେ ଧୀରେ କମୁଥିବା ସୂଚନା ଦିଆଯାଇଛି।

42 minutes ago
1


