ARTICLE AD BOX
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି କରିବାକୁ ଚାହୁଁଛନ୍ତି କି? ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଏହି ସୁଯୋଗ ଆସିଛି। ମେଡିକାଲ ଲାବ୍ରୋଟାରି ଟେକ୍ନିସିଆନ ପଦରେ ଆବେଦନ ଆହ୍ବାନ କରାଯାଉଛି। ଏନେଇ ୨୦୨୬ ନଭେମ୍ବର ୧୭ ତାରିଖରେ ଓଡ଼ିଶା ସବ୍ ଅର୍ଡିନେଟ ଷ୍ଟାଫ୍ ସିଲେକସନ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆବେଦନ ତାରିଖ ୨୦୨୬ ନଭେମ୍ବର ୧୭ରୁ ଆରମ୍ଭ ହୋଇଛି। ୨୦୨୬ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବି ପାଇଁ ନିଜର ନାମ ପଂଜୀକରଣ କରିପାରିବେ। ଯେଉଁମାନେ ଓଡ଼ିଶା ସବ୍ ଅର୍ଡିନେଟ ଷ୍ଟାଫ୍ ସିଲେକସନ କମିସନ ୱେବସାଇଟ୍ରେ ପୂର୍ବରୁ ନିଜର ନାମ ପଂଜୀକରଣ କରିଛନ୍ତି, ସେମାନେ ସିଧାସଳଖ ଆବେଦନ କରିପାରିବେ। କିନ୍ତୁ ପ୍ରାର୍ଥୀ ୨୦୨୬ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରାର୍ଥୀ କେବଳ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ www.osssc.gov.inରେ ଯାଞ୍ଚ କରିପାରିବେ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ୧୩ ଜିଲ୍ଲା ପାଇଁ ୩୮୦ଟି ପଦ ପାଇଁ ଏହି ଆବେଦନ ଆହ୍ବାନ କରାଯାଉଛି। ଏହି ପଦବି ପାଇଁ ପେସ୍କେଲ ୨୫,୫୦୦ରୁ ୮୧,୧୦୦ ଟଙ୍କା ରହିଛି।
ଯୋଗ୍ୟତା କେତେ ଦରକାର?
ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷ ବୟସରୁ କମ ହୋଇ ନଥିବା ଦରକାର। ସେହିପରି ୪୨ ବର୍ଷରୁ ଅଧିକ ହୋଇ ନଥିବା ପ୍ରାର୍ଥୀ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅନୁସୂଚିତ ଜାତି, ଜନଜାତି, ସାମାଜିକ ଏବଂ ଆର୍ଥିକଭାବେ ପଛୁଆ ବର୍ଗ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ବୟସ କୋହଳ କରାଯାଇଛି। ସେହିପରି ସଂରକ୍ଷଣ ବ୍ୟବସ୍ଥାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ଅଛି।
ଶିକ୍ଷାଗତ ଯୋଗ୍ୟତା କ’ଣ?
ପ୍ରାର୍ଥୀ ବିଜ୍ଞାନ ବିଷୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ କୌଣସି କଲେଜରୁ ଯୁକ୍ତ ୨ ଉତ୍ତୀର୍ଣ୍ଣ ହୋଇଥିବେ। ଡିପ୍ଲୋମା ଇନ ମେଡିକାଲ ଲାବ୍ରୋଟାରି ଟେକ୍ନୋଲୋଜି (ଡିଏମ୍ଏଲଟି) ଅଥବା ବାଚଲର ଇନ ମେଡିକାଲ ଲାବ୍ରୋଟାରି ଟେକ୍ନୋଲୋଜି (ବିଏମ୍ଏଲଟି)ରେ ସରକାରୀ ମେଡିକାଲ କଲେଜ ଅଥବା ସରକାରୀ ସ୍ବୀକୃତି ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଡିଗ୍ରି ହାସଲ କରିଥିବେ। ଏଥି ସହିତ ସଂପୃକ୍ତ ବ୍ୟକ୍ତି ଲାବ୍ରୋଟାରି ଟେକ୍ନିସିଆନ କାଉନସିଲରେ ନିଜର ନାମ ପଂଜୀକରଣ କରିଥିବେ। ସେ ଓଡ଼ିଆରେ କହି, ଲେଖି ଏବଂ ପଢ଼ି ପାରୁଥିବେ। ଅଷ୍ଟମ କିମ୍ବା ତାଠାରୁ ଊର୍ଦ୍ଧ୍ବ ଶ୍ରେଣୀରେ ଓଡ଼ିଆ ବିଷୟ ଥିବା ଦରକାର। ଏଥି ସହିତ ଅନ୍ୟ ଯୋଗ୍ୟତା ସଂପର୍କରେ ଜାଣିବା ପାଇଁ ୱେବ୍ସାଇଟ୍ ପରିଦର୍ଶନ କରିପାରିବେ।
UPSC: ୟୁପିଏସ୍ସି ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ଡିସେମ୍ବର ୪ ଆବେଦନର ଶେଷ ତାରିଖ...

24 minutes ago
1


