Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_a5hbqp0l63ifke5vf53frbnv2h, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Jajpur flood relief: ଯାଜପୁର ରିଲିଫ୍‌ ହଡ଼ପର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ: କଂଗ୍ରେସ - CGPT.IN

Jajpur flood relief: ଯାଜପୁର ରିଲିଫ୍‌ ହଡ଼ପର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ: କଂଗ୍ରେସ

57 minutes ago 1
ARTICLE AD BOX

ଭୁବନେଶ୍ବର: ଯାଜପୁରବାସୀ ଗତ ୨ମାସ ହେଲା ବନ୍ୟା ସହ ଲଢ଼େଇ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ସରକାର ୨୫୦ ଗ୍ରାମ ଚୁଡ଼ା ରିଲିଫ୍‌ରେ ଖସିଯିବାକୁ ଚେଷ୍ଟା କରୁଥିଲେ। ହେଲେ ପିସିସି ସଭାପତି ଭକ୍ତଚରଣ ଦାସ ନିଜେ ବନ୍ୟାଞ୍ଚଳ ବୁଲିଥିଲେ ଓ ଦଳ ପକ୍ଷରୁ ରିଲିଫ୍‌ ଦିଆଯାଇଥିଲା। ପିସିସି ସଭାପତିଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ହଜାର କୋଟିର ସହାୟତା ଘୋଷଣା କରିଥିଲେ। କ୍ଷୟକ୍ଷତିର ଅକାଳନ ନ କରି ମୁଖ୍ୟମନ୍ତ୍ରୀ କିଭଳି ସହାୟତା ଘୋଷଣା କଲେ ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଅଶୋକ ଦାସ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ବିଜେପି ମୁଖପାତ୍ର ବରୀ ଅଞ୍ଚଳରେ ରିଲିଫ ବଣ୍ଟନ ବେଳେ ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆସିଛି ବୋଲି କହିଥିଲେ। ଯଦି ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯାଇଛି ଏହାର ବାଣ୍ଟିବାର ଦାୟିତ୍ବ କିଏ ନେଇଛି ? କେତେ ପରିମାଣର ରିଲିଫ୍ ବଣ୍ଟନ ହେଇଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ରିଲିଫ୍‌ ଓ ପାଲ ବଣ୍ଟାରେ ଯାହା ଅନୀୟମିୟତା ହେଉଛି ତାହା ତଦନ୍ତ ସାପେକ୍ଷ। ରିଲିଫ୍ ହଡ଼ପର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ହଡ଼ପ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଉ। କଂଗ୍ରେସ ଦଳ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ। ସେହିପରି ରାଜ୍ୟରେ ବନ୍ୟା ଯୋଗୁଁ ୨୪୨ଟି ସାପ କାମୁଡ଼ା ଘଟଣା ଘଟିଛି ଓ ୧୦ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ପ୍ଲାବିତ ଅଞ୍ଚଳରୁ ଜଳସ୍ତର ନ କମିବା ଯୋଗୁଁ ଲୋକେ ଗାଁଙ୍କୁ ଭେଳା ଯୋଗେ ବିପଦଜ୍ଜନକ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଲୋକଙ୍କ ଏହି ଦୁଃସମୟରେ ସରକାର ଲୋକଙ୍କ ସହ ଅମଣିଷ ଭଳି ବ୍ୟବହାର କରୁଛନ୍ତି।

Baitarani river: ଦଶରଥପୁରରେ ୧୦୦ ଫୁଟ୍‌ ଧସିଲା ବୈତରଣୀ ନଦୀର ମୁଖ୍ୟବନ୍ଧ

କଂଗ୍ରେସ ନେତା ସୁଧାଂଶୁ ଦେଓ କହିଲେ, ଦଶରଥପୁର ଓ ବଡ଼ଚଣା ଅଞ୍ଚଳରେ ରିଲିଫ୍‌ ହଡ଼ପ ହେଉଥିବା ଜାଣି ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିଲେ। ସାମ୍ବାଦିକଙ୍କୁ ବିଜେପି କର୍ମକର୍ତ୍ତାମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଇନାହିଁ। ସରକାର ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ପ୍ରକୃତ ଆକଳନ କରି ସହାୟତା ରାଶିର ଘୋଷଣା କରନ୍ତୁ। ସରକାରୀ ସହାୟତା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ତାହାର ବ୍ୟବସ୍ଥା କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.