Jail: ଖୁଣ୍ଟୁଣୀ ଜେଲ୍‌ରୁ ଆଜୀବନ କଏଦୀ ସୁନିଲ ଫେରାର୍‌

3 days ago 5
ARTICLE AD BOX

ଖୁଣ୍ଟୁଣୀ: କଟକଜିଲ୍ଲା ଖୁଣ୍ଟୁଣୀସ୍ଥିତ ଆଦର୍ଶ କାରାଗାରରୁ ଆଜି ସକାଳେ ଆଜୀବନ ସଜ୍ଜା କାଟୁଥିବା ସୁନୀଲ ଜେନା ଫେରାର୍‌ ହୋଇଯାଇଛି। ଫେରାର୍‌ ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତେବେ ଫେରାର୍‌ ହେବା ସଂକ୍ରାନ୍ତରେ ସନ୍ଧ୍ୟା ପର୍ଯ୍ୟନ୍ତ ଖୁଣ୍ଟୁଣୀ ଥାନାରେ କୌଣସି ଏତଲା ଦିଆଯାଇ ନଥିବା ପୁଲିସ୍‌ କହିଛି। ତଥାପି ସୁନିଲ ଯେଉଁଠାରେ ଲୁଚିଛି ସେହି ସ୍ଥାନକୁ ଠାବ କରାଯାଇସାରିଲାଣି। ଖୁବ୍‌ଶୀଘ୍ର ତାକୁ ଧରାଯିବ ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଯାଜପୁର ଜେଲ୍‌ରେ ସଜ୍ଜା କାଟୁଥିଲା। ଗତ ଏପ୍ରିଲ୍‌ ମାସରେ ତାକୁ ଯାଜପୁରରୁ ଖୁଣ୍ଟୁଣୀ ଅଣାଯାଇଥିଲା। ଆଜି ସକାଳେ କଏଦୀମାନଙ୍କର ରୋଲ୍‌ କଲ୍‌ ଶେଷ ହେବା ପରେ ସୁନିଲ ଗୋଡ଼ ଦରଜ ଥିବା ବାହାନା କରି ଜେଲ୍‌ ହସ୍ପିଟାଲ୍‌କୁ ଯିବା ପାଇଁ ଅନ୍ୟମାନଙ୍କୁ କହିଥିଲା। ହେଲେ ସେ ହସ୍ପିଟାଲ୍‌କୁ ଯିବା ବଦଳରେ ମୁଖ୍ୟ ଗେଟ୍‌ ଆଡ଼କୁ ଯାଇଥିଲା। ପ୍ରବଳ ବର୍ଷା‌ ହେଉଥିବାରୁ ଗେଟ୍‌ ପାଖରେ ଗାର୍ଡମାନେ ନଥିଲେ।

Arrest: ‌ଚୌଦ୍ବାର ଜେଲ୍‌ରୁ ଫେରାର କଏଦୀ ବୃନ୍ଦାବନ ମଠରୁ ଗିରଫ

ଏହାର ସୁଯୋଗ ନେଇ ପ୍ରଶାସନିକ କୋଠାର ମୁଲାକାତ ରୁମ୍‌ ପଛପଟ ପାଇପ୍‌ରେ ଚଢ଼ି ଛାତ ଉପରକୁ ଯିବା ସହ ସେଠାରୁ ପାଚେରି ଡେଇଁ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଦିନ ସାଢ଼େ ୧ଟା ବେଳେ ପୁଣି ଥରେ ରୋଲ୍‌କଲ୍‌ ହେବା ବେଳକୁ ସୁନିଲ ଅନୁପସ୍ଥିତ ଥିଲା। ପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବାରୁ ସୁନିଲ ସକାଳ ୭ଟା ବେଳଠୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଥିଲା। ଘଟଣା ସଂକ୍ରାନ୍ତରେ ପୁଲିସ୍‌କୁ ଜଣାଇ ଦିଆଯିବା ପରେ ଖୁଣ୍ଟୁଣୀ ଥାନାର ଗୋଟିଏ ଟିମ୍‌ ଓ ଅନ୍ୟାନ୍ୟ ପୁଲିସ୍‌ ଦଳ ଜଙ୍ଗଲ ଭିତରେ ସୁନିଲକୁ ଖୋଜାଖୋଜି କରୁଛନ୍ତି। ଜେଲ୍‌ କର୍ତ୍ତୃପକ୍ଷ ବିଧିବଦ୍ଧ ଏତଲା ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.