Jackal attack: ବିଲୁଆ କାମୁଡ଼ାରେ ୪ ଆହତ, ମେଡ଼ିକାଲରେ ଚିକିତ୍ସିତ

1 hour ago 2
ARTICLE AD BOX

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କୁରୁମିଙ୍ଗିଆ ଅଞ୍ଚଳରେ ବିଲୁଆ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ,ଗତକାଲି ଗାବ୍ରିଏଲ୍ ନାୟକ ଓ ଅପସରି ପ୍ରଧାନଙ୍କୁ ଏକ ଜଙ୍ଗଲୀ ବିଲୁଆ ଆକ୍ରମଣ କରିଥିଲା। 

ସୋମବାର ପୁଣି  ପ୍ରତିମା ନାୟକ ଓ ସରୋଜିନୀ ନାୟକ ନାମକ ଦୁଇ ବୃଦ୍ଧା ମହିଳାଙ୍କୁ ବିଲୁଆ ଆକ୍ରମଣ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୁରୁମିଙ୍ଗିଆ ଜାର୍ଗିନାଯୁ ତଳକୁ ଧାନ ତଳି ଝିକିବା ପାଇଁ ଯାଇଥିବା ବେଳେ ବିଲୁଆଟି ଆକ୍ରମଣ କରିଥିଲା। ଲଗାତାର ଲୋକଙ୍କୁ ଆକ୍ରମଣ କରୁଥିବାରୁ ବିଲୁଆଟି ଅସ୍ୱାଭାବିକ ଆଚରଣ କରୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। 

ବିଲୁଆ କାମୁଡ଼ାରେ ୯ରୁ ଊର୍ଦ୍ଧ୍ବ ଲୋକ ଲହୁଲୁହାଣ

ଏହି ଘଟଣା ପରେ କରୁମିଙ୍ଗିଆ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ହାତୀ ଭୟ ଥିବା ବେଳେ ଏବେ ବିଲୁଆ ଆକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇଛି। ତେଣୁ ବନ ବିଭାଗ ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.