IRCTC: ଯାତ୍ରୀଙ୍କ ଜୀବନ ସହ ଖେଳ! ଖାଦ୍ୟ ଥାଳିରୁ ବାହାରିଲା ଲୁହା ଜାଲି

1 day ago 2
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ରେଳରେ ଯାତ୍ରା ସମୟରେ ପ୍ୟାଣ୍ଟ୍ରି କାର୍‌ରେ ମିଳୁଥିବା ଖାଦ୍ୟର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି। କେତେବେଳେ ଖାଦ୍ୟରୁ ପୋକ ବାହାରୁଛି ତ ଆଉ କେତେବେଳେ ବାସି ଖାଦ୍ୟ ପରଷାଯାଉଥିବା ଅଭିଯୋଗ ହେଉଛି। ଏବେ ସୋସିଆଲ ମିଡିଆରେ ଏଭଳି ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଟ୍ରେନ୍‌ର ତୃତୀୟ ଏସି କୋଚ୍‌ରେ ଯାତ୍ରୀଙ୍କ ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ତୃତୀୟ ଏସି କୋଚ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ପ୍ୟାଣ୍ଟ୍ରି କାର୍‌ରୁ ୧୫୦ ଟଙ୍କା ଦେଇ ଏକ ଭେଜ୍ ଥାଳି କିଣିଥିଲେ। କିନ୍ତୁ ଥାଳିରେ ଖାଦ୍ୟ ବଦଳରେ ବାସନ ମାଜିବା ପାଇଁ ବ୍ୟବହୃତ ଲୁହା ଜାଲି ମିଳିବ ବୋଲି ସେ କଳ୍ପନା ମଧ୍ୟ କରି ନଥିଲେ।

ଅଧା ଖାଦ୍ୟ ଖାଇସାରିବା ପରେ ଚମକି ପଡ଼ିଲେ ଯାତ୍ରୀ

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯାତ୍ରୀ ଜଣକ ନିଜ ସିଟ୍‌ରେ ବସି ଆନନ୍ଦରେ ଖାଦ୍ୟ ଖାଉଥିଲେ। ଅଧା ଖାଦ୍ୟ ଖାଇସାରିବା ପରେ ଡାଲି ଥିବା ପାତ୍ରରୁ ଖାଦ୍ୟ ନେବାବେଳେ ସେଥିରେ ଏକ ବଡ଼ ଲୁହା ତାରର ଜାଲି ଫସିଥିବା ଦେଖିଥିଲେ। ଏହା ଦେଖି ଯାତ୍ରୀ ଜଣକ ହତବାକ୍ ହୋଇଯାଇଥିଲେ ଏବଂ ତୁରନ୍ତ ଏହାର ଭିଡିଓ କରିଥିଲେ। ପରେ ସେ ପ୍ୟାଣ୍ଟ୍ରି କାର୍‌ର କର୍ମଚାରୀଙ୍କୁ ଡାକି ଘଟଣା ଦେଖାଇଥିଲେ। ତେବେ ମାମଲାକୁ ଚାପିଦେବା ପାଇଁ କର୍ମଚାରୀମାନେ ତାଙ୍କୁ ଥାଳି ବଦଳରେ ନୂଆ ଥାଳି ଦେବାକୁ କହିଥିଲେ। କିନ୍ତୁ ଯାତ୍ରୀ ଜଣକ ନୂଆ ଥାଳି ନେବାକୁ ମନା କରି  ରେଳବାଇ ବିରୋଧ‌ରେ ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

ଭିଡିଓଟି ସାମ୍ନାକୁ ଆସିବା ପରେ ରେଳବାଇ ପ୍ରଶାସନ ଓ ଆଇଆରସିଟିସିର କ୍ୟାଟରିଂ ସେବାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଟ୍ରକ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଚାଳକ ସମେତ ୧୫ରୁ ଅଧିକ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.