Iranian Airlines: ଇରାନ ବିମାନ କମ୍ପାନିଗୁଡ଼ିକ ପାଇଁ ସଙ୍କଟ ବଢ଼ିଲା: ଆମେରିକାର ନୂଆ ଅସହଯୋଗ ଯୋଜନା

6 days ago 6
ARTICLE AD BOX

ୱାସିଂଟନ: ସାତ ମାସର ଯୁଦ୍ଧ ପରେ ମଧ୍ୟ ଇରାନକୁ ନିୟନ୍ତ୍ରଣ କରିପାରିନଥିବା ଆମେରିକା ଏକ ନୂତନ ରଣନୀତି ଗ୍ରହଣ କରିଛି। ଏବେ ଇରାନ ବିମାନ କମ୍ପାନିଗୁଡ଼ିକ ପାଇଁ ଏକ ସଙ୍କଟ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି, ଯାହା ସେମାନଙ୍କର ବିଶ୍ୱସ୍ତରୀୟ ଉଡ଼ାଣ କାର୍ଯ୍ୟକୁ ବନ୍ଦ କରିଦେବ। ଆମେରିକା ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ, ଯଦି ଅନ୍ୟ କମ୍ପାନିଗୁଡ଼ିକ ଇରାନ ବିମାନ କମ୍ପାନିଗୁଡ଼ିକୁ ନିଜର ସମର୍ଥନ ଜାରି ରଖନ୍ତି, ତେବେ ସେମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଚେତାବନୀ ଦେଇଛନ୍ତି, ଚଳିତ ସପ୍ତାହ ସୁଦ୍ଧା, ସମସ୍ତ ଇରାନ ବିମାନ କମ୍ପାନିଗୁଡ଼ିକ ପାଇଁ ବିଦେଶରେ କାର୍ଯ୍ୟ କରିବା ପ୍ରାୟତଃ ଅସମ୍ଭବ ହୋଇଯାଇପାରେ। ବେସାଣ୍ଟ କହିଛନ୍ତି ଯେ ସାରା ବିଶ୍ୱରେ ସମସ୍ତ ଇରାନୀ ବିମାନ ସେବା ବନ୍ଦ ହୋଇଯିବ। ଇରାନୀ ବିମାନ କମ୍ପାନି, ଟିକେଟ କମ୍ପାନି, ଇନ୍ଧନ କମ୍ପାନି ଏବଂ ବିଦେଶରେ ବିମାନ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଥିବା ଅନ୍ୟାନ୍ୟ ବ୍ୟବସାୟ ବନ୍ଦ କରିବାକୁ ମଧ୍ୟ ସେ ଧମକ ଦେଇଛନ୍ତି।ଯଦି ଇରାନ ବିମାନ କୌଣସି ସ୍ଥାନରେ ଅବତରଣ କରେ, ତେବେ ବିମାନକୁ ଇନ୍ଧନ ମିଳିବ ନାହିଁ। ଅବତରଣ ସୁବିଧା ଯୋଗାଯିବ ନାହିଁ ଏବଂ ସେମାନେ ଟିକେଟ୍ ବିକ୍ରି କରିପାରିବେ ନାହିଁ। ଯଦି ଅନ୍ୟ କୌଣସି କମ୍ପାନି ଏଭଳି କାର୍ଯ୍ୟରେ ଇରାନକୁ ସହାୟତା କରନ୍ତି ତେବେ ତାକୁ ଡଲାର ସିଷ୍ଟମରୁ ବାହାର କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେପ୍ଟେମ୍ବର ୨୩ ସୁଦ୍ଧା ଇରାନୀ ବିମାନ ସେବା ସାରା ବିଶ୍ୱରେ ନିଷିଦ୍ଧ କରାଯାଇପାରେ।

ଯିଏ ବି ସାହାଯ୍ୟ କରିବ ତା’ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏହି ଧମକ ହେଉଛି ଇରାନ ଉପରେ ଆମେରିକାର ଆର୍ଥିକ ଚାପ ବୃଦ୍ଧି କରିବାର ସର୍ବଶେଷ ପଦକ୍ଷେପ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ତାଙ୍କ ଯୁଦ୍ଧରେ ଆର୍ଥିକ କାର୍ଯ୍ୟାନୁଷ୍ଠାନକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ପୂର୍ବରୁ, ଆମେରିକା ଇରାନର ବିମାନ ଶିଳ୍ପ ଉପରେ କଟକଣା ଲଗାଇସାରିଛି। ବେସାଣ୍ଟଙ୍କ ନୂତନ ଆର୍ଥିକ କାର୍ଯ୍ୟାନୁଷ୍ଠାନ ପାଇଁ ଇରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଆମେରିକାର ଧମକ ପରେ ଅନେକ ଦେଶ ଇରାନର ନିଷିଦ୍ଧ ବିମାନ କମ୍ପାନିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ଦୁଇଟି ଇରାକୀ ସୂତ୍ର ଏଏଫପିକୁ କହିଛନ୍ତି ଯେ ଆମେରିକାର ଟ୍ରେଜେରୀ ବିଭାଗର ଘୋଷଣା ପରେ ବାଗଦାଦ ଇରାନୀ ବିମାନ କମ୍ପାନିର ଉଡ଼ାଣକୁ ସ୍ଥଗିତ ରଖିବ। ଜର୍ଜିଆ ମଧ୍ୟ ଇରାନୀ ବିମାନ କମ୍ପାନିଗୁଡ଼ିକୁ ଦେଶରେ ଉଡ଼ାଣ କରିବାକୁ ନିଷେଧ କରିଛି। ଏହି ସମୟରେ, ଇରାନୀ ବିମାନ କମ୍ପାନି ମହାନ ଏୟାର କହିଛି ଯେ ତୁର୍କୀ ସରକାରଙ୍କ ଅନୁରୋଧ ପରେ ଆମେ ତୁର୍କୀକୁ ଉଡ଼ାଣ ସ୍ଥଗିତ ରଖିଛୁ। ଇରାନର ବିମାନ ଚଳାଚଳ କ୍ଷେତ୍ର ପୂର୍ବରୁ ଦୀର୍ଘ ଦିନ ଧରି ଆମେରିକାର କଟକଣାର ସମ୍ମୁଖୀନ ହୋଇଆସୁଛି। ଏହି କଟକଣା ଯୋଗୁଁ ଇରାନ ପାଇଁ ନୂତନ ବିମାନ, ଜରୁରୀ ବିମାନ ଅଂଶ ଏବଂ ମରାମତି ସେବା ପାଇବା କଷ୍ଟକର ହୋଇପଡ଼ିଛି।

White House: ହ୍ୱାଇଟ୍ ହାଉସରେ ‘ଟ୍ରମ୍ପ୍ ଟିଭି’ର ଶୁଭାରମ୍ଭ: ୨୪ ଘଣ୍ଟା ପ୍ରସାରିତ ହେବ ସରକାରୀ ଖବର

Read Entire Article
LEFT SIDEBAR AD

Hidden in mobile, Best for skyscrapers.